ବଲିଉଡ ଦୁନିଆରେ ଅନେକ ଚର୍ଚିତ ଯୋଡିମାନ ଅଛି | ସେମାନଙ୍କ ମଧ୍ୟରେ କରୀନା କପୁର ଏବଂ ସାହିଦ କପୁରଙ୍କ ଯୋଡି ମଧ୍ୟ ବେଶ ଚର୍ଚାରେ ଥିଲା। କରୀନା ଏବଂ ଶାହିଦ ଅନେକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ | ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିବେ ବୋଲି ଶୁଣାଶୁଣି ହେଉଥିଲା | କିନ୍ତୁ କାହିଁକି କେଜାଣି ହଠାତ୍ ଦୁହେଁ ଅଲଗା ହୋଇଗଲେ | ବ୍ରେକଅପ୍ ହେବାର 13 ବର୍ଷ ପରେ କରୀନା ତାଙ୍କର ଅଲଗା ହେବାର କାରଣ କହିଛନ୍ତି |
କରୀନା ଏବଂ ସହିଦଙ୍କ ସୁପର ହିଟ୍ ଫିଲ୍ମ ଜବ୍ ୱେ ମିଟ୍ ପରେ ଉଭୟଙ୍କର ବ୍ରେକଅପ୍ ହୋଇଥିଲା। ସହିଦଙ୍କ ସହ ବ୍ରେକଅପ୍ ପରେ କରୀନା ଅଭିନେତା ସୈଫ ଅଲି ଖାନଙ୍କୁ ବିବାହ କରିଛନ୍ତି। ଏକ ସାକ୍ଷାତକାରରେ କରୀନା 13 ବର୍ଷ ପରେ ଶାହିଦଙ୍କ ବ୍ରେକଅପ୍ ହେବାର କାରଣ କହିଛନ୍ତି।
ଏହି ସାକ୍ଷାତକାରରେ ଅଭିନେତ୍ରୀ ସହିଦ ଏବଂ ତାଙ୍କ ବ୍ରେକଅପ୍ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ। କରୀନା କହିଛନ୍ତି, ଭାଗ୍ୟର ନିଜସ୍ୱ ଯୋଜନା ରହିଛି ଏବଂ ଜୀବନ ସେହି ଭାଗ୍ୟ ଅନୁସାରେ ଚାଲିଥାଏ। ‘ଜବ୍ ୱେ ମେଟ୍’ର ସୁଟିଂ ସମୟରେ ଫିଲ୍ମ ତଶାନ୍ ମଝିରେ ଅନେକ ଘଟଣା ଘଟିଥିଲା | ଯାହାଫଳେ ଆମେ ଆମର ରାସ୍ତା ଅଲଗା ଅଲଗା ବାଛି ନେଇଥିଲୁ |’
ଜବ୍ ବି ମେଟ୍’ ରେ କରୀନା କପୁରଙ୍କ ଚରିତ୍ର ର ନାମ ଗୀତ୍ ଥିଲା। ତାଙ୍କ ବ୍ରେକଅପ୍ ବିଷୟରେ କରୀନା କହିଛନ୍ତି ଯେ ତାଙ୍କ ବାସ୍ତବ ଜୀବନରେ ଏବଂ ଗୀତ୍ ଙ୍କ ଜୀବନରେ ଅନେକ ଘଟଣା ଘଟୁଛି | ସେ କହିଥିଲେ ଯେ, ‘ସେତେବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ସବୁକିଛି ପରିଚାଳନା କରିବା ମୋ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା। ଯଦି ଆପଣ ଦେଖିବେ ଯେ ଦ୍ୱିତୀୟାର୍ଦ୍ଧ ପରେ ଫିଲ୍ମରେ ଗୀତ୍ ର ଜୀବନ ବଦଳିଯାଏ, ଫିଲ୍ମ ତିଆରି ହେବା ପରେ ମୋ ଜୀବନରେ ମଧ୍ୟ ସମାନ ଘଟଣା ଘଟିଥିଲା। ‘
କେବଳ ଏତିକି ନୁହେଁ କରୀନା କହିଛନ୍ତି ଯେ, ‘ତଶନ ର ସମୟରେ ମୁଁ ମୋର ଭୂମିକା, ଫିଗର କୁ ନେଇ ଅଧିକ ଉତ୍ସାହିତ ଥିଲି। ତଶନ ମୋ ଜୀବନକୁ ବଦଳାଇ ଦେଇଥିଲେ କାରଣ ଏହି ଚଳଚ୍ଚିତ୍ର ମାଧ୍ୟମରେ ମୁଁ ମୋର ଜୀବନ ସାଥୀଙ୍କୁ ଭେଟିଥିଲି। ‘