Odia Vastu: କେଉଁ ମାସରେ ଘର ତିଆରି କଲେ ଘରେ ଧନ ର ବୃଦ୍ଧି ହୁଏ, ସମସ୍ତେ ଜାଣି ରଖିଥିବା ଦରକାର

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କେଉଁ ମାସରେ ଘର କଲେ ଘର ଭଲ ରହିବ, ଘରେ ସୁଖ ଶାନ୍ତି ଲାଗି ରହିବ। ଘର ଏକ ଏମିତି ଜିନିଷ ଯଦି ଏହାକୁ ଠିକ୍ ଭାବରେ ଠିକ୍ ମାସରେ ନ କରିଲେ ତାହେଲେ ଘରେ ସବୁବେଳେ ଅଶାନ୍ତି ଓ ଅନର୍ଥ ଲାଗି ରହିଥାଏ। ବୋହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଘର ସମ୍ପୂର୍ଣ୍ଣ କରି ପାରନ୍ତି ନାହିଁ ଏବଂ ଯେଉଁ ଆଶା ନେଇ ଆପଣମାନେ ଘର କରନ୍ତି ସେହି ଘର ଯଦି ଆପଣଙ୍କର ଶେଷ ନହେଲା କିମ୍ବା ସେ ଘରେ ଯଦି ସୁଖ ଶାନ୍ତି ନ ରହିଲା ତାହେଲେ ସେ ଘର କରିକି ଲାଭ କଣ ସେମିତି ଘର ନକରିବା ହିଁ ଭଲ।

ଯଦି ଘର ଆପଣ କରିବା ପାଇଁ ଚାହୁଁଛନ୍ତି ଆଗ କାଳରେ ଲୋକମାନେ ଘରେ କୌଣସି ବାସ୍ତୁ ଦୋଷ ଅଛି କି ସେଥିପାଇଁ ଘରକୁ ଜ୍ୟୋତିଷଙ୍କୁ ଆଣୁ ଥିଲେ ଆଉ ଜ୍ୟୋତିଷ ଯେପରି କହୁଥିଲେ ସେହିପରି ଭାବରେ ଘର କରୁଥିଲେ କିନ୍ତୁ ଏବେକାର ଯୁବପିଢୀ ମାନେ ସେମାନେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର କରୁନାହାଁନ୍ତି। ତେଣୁ ଯଦି ଆପଣମାନେ ଆଗକୁ ଘର କରିବାକୁ ଯାଉଛନ୍ତି ତେବେ କେତେ ଗୁଡ଼ାଏ ମାସ ଯେମିତି ଆପଣଙ୍କୁ ଏଠି କୁହାଯାଉଛି ସେହି ମାସ ଅନୁସାରେ ଆପଣା ଘର ତିଆରି କରନ୍ତୁ ଏବଂ ନିଶ୍ଚିତ ଆପଣ ଯଦି ଘର ତିଆରି କରିବେ କୌଣସି ବାସ୍ତୁ ଶାସ୍ତ୍ର କିମ୍ବା କୌଣସି ଜାଣିବା ଲୋକଙ୍କୁ ଘରକୁ ଆଣନ୍ତୁ କାରଣ ନିଶ୍ଚିତ ଭାବରେ ଆପଣ ଏତେ ଟଙ୍କା ଖର୍ଚ୍ଚ କରି ଏକ ଘର କରିବେ ଯଦି ସୁଖ ଶାନ୍ତିରେ ଆପଣ ନରହି ପାରିବେ ତେବେ ସେହିପରି ଘର କରିବା ଆଦୌ ଠିକ୍ ନୁହେଁ।

ଘରର ମୁଖ୍ୟ ହୋଇଥାଏ ମୁଖ୍ୟଦ୍ଵାରା। ଯଦି ମୁଖ୍ୟ ଦ୍ଵାରା ଯଦି ଠିକ୍ ଦିଗକୁ ରଖିଲେ ତାହେଲେ ନିଶ୍ଚିତ ଆପଣଙ୍କ ଘରେ ଉନ୍ନତି ଏବଂ ଧନର ସବୁ କ୍ଷେତ୍ରରେ ଆପଣ ସଫଳତା ପାଇବେ। ମନେରଖନ୍ତୁ ଘର ମୁଖ୍ୟ ଦ୍ଵାର ସବୁବେଳେ ପୂର୍ବ ମୂଖ ବା ଉତ୍ତର ମୂଖ ହେବା ଉଚିତ୍ ଏବଂ ଯଦି ଆପଣଙ୍କ ଏହି ଦିଗକୁ ମୁଖ୍ୟ ଦ୍ଵାରା କରିବା ସମ୍ଭବ ହେଉନାହିଁ ତେବେ ଆପଣ ଅନ୍ୟ ପଟେ କରିପାରିବେ କିନ୍ତୁ ଅନ୍ୟ ପଟେ ମୁଖ୍ୟ ଦ୍ଵାରା କରିବା ଅପେକ୍ଷା ପୂର୍ବ ଉତ୍ତର ସବୁଠାରୁ ଭଲ ସୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ମାସରେ ଆପଣ ଘର କରିଲେ ତେବେ ଆପଣଙ୍କ ଘରେ ସବୁ କଣ କଣ ଘଟଣା ଘଟିବ।

ଯଦି ବୈଶାଖ ମାସରେ ଆପଣ ଗୃହ ଆରମ୍ଭ କରୁଛନ୍ତି ତେବେ ଧନ, ରତ୍ନ ଲାଭ ଏବଂ ଉନ୍ନତି ମଧ୍ୟ ହୋଇଥାଏ। ନିଶ୍ଚିତ ବୈଶାଖ ମାସରେ ଆପଣମାନେ ଘର ତିଆରି କରନ୍ତୁ ଆପଣଙ୍କ ଧନ ରତ୍ନ ଲାଭ ଏବଂ ଉନ୍ନତି ହେବ। ଯଦି ଆପଣ ଜ୍ୟେଷ୍ଠ ମାସରେ ଗୃହ ଆରମ୍ଭ କରୁଛନ୍ତି ତାହେଲେ ଗୃହ କର୍ତ୍ତାର ମୃତ୍ୟୁ କାର୍ଯ୍ୟରେ ବାଧା ହେବ। ବୋହୁତ ଲୋକଙ୍କୁ ଆପଣମାନେ ଦେଖିଥିଲେ ଯେଉଁମାନେ ଘର ଅଧା କରିଛନ୍ତି ଏହାକୁ ସଂପୂର୍ଣ୍ଣ କରି ପାରୁନାହାଁନ୍ତି। ତେବେ ସେମାନେ ଏମିତି କୌଣସି ମାସରେ ଘର ଆରମ୍ଭ କରିଥିବା ଯାହାଦ୍ଵାରା ସେ ଘର କରିପାରିବେ ନାହିଁ ଏବଂ ସେ ଘର ମଧ୍ୟ ସଂପୂର୍ଣ୍ଣ ହେବ ନାହିଁ। ସେଥିପାଇଁ ଜେଷ୍ଠ ମାସରେ ଭୁଲ୍ ରେ ମଧ୍ୟ ଘର ତିଆରି କରନ୍ତୁ ନାହିଁ। ଏହା କରିବା ଦ୍ବାରା ଯିଏ ଗୃହକର୍ତ୍ତା ଅଟନ୍ତି, ଯାହାଙ୍କ ପଇସାରେ ଘର ଚାଲୁଛି ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଥିବା ସହିତ କାର୍ଯ୍ୟରେ ମଧ୍ୟ ତାଙ୍କର ବାଧା ସୃଷ୍ଟି ହେବ।

ଆଷାଢ଼ ମାସରେ ଯଦି ଆପଣମାନେ ଘର ତିଆରି କରୁଛନ୍ତି ତାହେଲେ ଧନ ପ୍ରାପ୍ତି ଏବଂ ଗୃହପାଳିତ ପଶୁମାନଙ୍କର ବୃଦ୍ଧି ହେବ। ନିଶ୍ଚିତ ଭାବରେ ଆପଣମାନେ ଯଦି ଆଷାଢ଼ ମାସରେ ଘର କରୁଛନ୍ତି ତେବେ ନିଶ୍ଚିତ ଧନ ଓ ଗୃହପାଳିତ ପଶୁ ଯଦି ଆପଣ ରଖିବେ ସେଥିରେ ଆପଣଙ୍କର ବୃଦ୍ଧି ହେବ।

ଶ୍ରାବଣ ମାସରେ ଯଦି ଆପଣ ଘର କରିବେ ତାହେଲେ ସବୁ କାର୍ଯ୍ୟ ଆପଣଙ୍କର ସିଦ୍ଧି ହେବ। ଭାଦ୍ରବ ମାସ ଯଦି ଆପଣ ଘର କରିବେ ତାହେଲେ ସର୍ବ କାର୍ଯ୍ୟ ମଧ୍ୟ ଆପଣଙ୍କର ସିଦ୍ଧି ହେବ। ଆଶ୍ୱିନ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ କାୟା ନଷ୍ଟ ଏବଂ ରୋଗ ବୃଦ୍ଧି ହେବ।

କାର୍ତ୍ତିକ ମାସରେ ଯଦି ଆପଣ ଘର ତିଆରି କରିବେ ତାହେଲେ ମନେରଖନ୍ତୁ ଚୋରଙ୍କର ଭୟ ଥାଏ। ନିଶ୍ଚିତ ଆପଣଙ୍କ ଘରେ କୌଣସି ନା କୌଣସି ସୂତ୍ରରୁ ଚୋରି ହୋଇଯାଇପାରେ।

ମାର୍ଗଶିର ମାସରେ ଯଦି ଆପଣ ଘର କରନ୍ତି ତାହାହେଲେ ଧନଧାନ୍ୟ ବୃଦ୍ଧି ହୁଏ। ଯଦି ମାର୍ଗଶିର ମାସରେ ଆପଣ ଘର କରନ୍ତି ଏହି ମାସରେ ମାତା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ତେଣୁ ମାର୍ଗଶିର ମାସରେ ଘର କରିବା ସବୁଠାରୁ ଭଲ ହୋଇଥାଏ।

ପୌଷ ମାସରେ ଯଦି ଆପଣ ଘର କରିବେ ତାହେଲେ ଚୋର ଭୟ ରହିଥାଏ। ସେଥିପାଇଁ ଆପଣ ପୌଷ ମାସରେ ଘର କେବେ କରନ୍ତୁ ନାହିଁ।

ମାଘମାସ ଯଦି ଆପଣ ଘର କରିବେ ତାହେଲେ ନିଶ୍ଚିତ ଆପଣଙ୍କ ଅଳଙ୍କାର କୌଣସି ନା କୌଣସି ସୂତ୍ରରୁ ମିଳିପାରେ। ଫାଲଗୁନ ମାସରେ ଯଦି ଆପଣ ଘର ତିଆରି କରିବେ ତାହେଲେ ସୁବର୍ଣ୍ଣ ଲାଭ ଏବଂ ଧନ ଲାଭ ମଧ୍ୟ ହୋଇଥାଏ।

ଚୈତ୍ର ମାସରେ ଯଦି ଆପଣ ଘର କରିବେ ତାହେଲେ ସବୁବେଳେ ଦୁଃଖ କଷ୍ଟରେ ରହିବେ। ତେଣୁ ଆପଣ ଏହି ମାସରେ କେବେବି ଘର ତିଆରି କରନ୍ତୁ ନାହିଁ।