IPL ଖେଳିବ ଓଡ଼ିଶା, ନୂଆ ଫ୍ରାଞ୍ଚାଇଜ୍ ହେବ କଟକ, ଇଏ ହେବେ ନୁଆ ମାଲିକ, ଜାଣନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସୀ ଖବର IPL ଖେଳିବ ଓଡ଼ିଶା। IPL ର ନୂଆ ଫ୍ରାଞ୍ଚାଇଜ ହେବ କଟକ। IPL ରେ କଟକ ସହରକୁ ପୂର୍ବରୁ ୩ ଥର ବିଚାରକୁ ନିଆଯାଇଥିଲା କିନ୍ତୁ ଏଥର ଏହି ସହର ପୂର୍ଣଦଳ ତାଲିକାରେ ସ୍ଥାନ ପାଇବା ଆଶା ଦେଖାଦେଇଛି। କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର ଲିମିଟେଡର ଅଧକ୍ଷ ନବୀନ ଜିନ୍ଦଲ।

BCCI ପାଖରୁ ଡକା ଯାଇଥିବା ନୂଆ ସହର ଟେଣ୍ଡରରେ ନବୀନ ଜିନ୍ଦଲ କଟକ ସହର ପାଇଁ ବିଟ୍ ପେପର୍ କିଣିଛନ୍ତି। ଆସନ୍ତା ୨୫ ତାରିଖରେ ଦୁବାଇରେ ହେବାକୁ ଥିବା ବୈଠକରେ ବିଟ୍ ଦାଖଲ ହେବାପରେ ଦୁଇଟି ନୂଆ ଦଳ ବିଷୟରେ ଘୋଷଣା କରାଯିବ। ତେବେ ଆସନ୍ତା IPL ସଂସ୍କରଣ ଠାରୁ ଦଳ ସଂଖ୍ୟା ୮ ରୁ ୧୦ ବୃଦ୍ଧି ପାଇବ ଏଥିପାଇଁ ଦୁଇଟି ନୂଆ ଦଳ ପାଇଁ ଗୋହାଟି, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଏବଂ ଧର୍ମଶାଳାକୁ ନୂଆ ସହର ଭାବରେ ବିଟ୍ ଆହ୍ବାନ କରାଯାଇଥିଲା।

ନୂଆ ଦଳ ପାଇଁ ବିଟ୍ ର ମୂଲ୍ୟ ୨୦୦୦ କୋଟି ଟଙ୍କା ରଖା ଯାଇଥିଲା ତେବେ ଯେଉଁ ସଂସ୍ଥା ବିଟ୍ ଦାଖଲ କରିବେ ସେମାନେ ବାର୍ଷିକ ହାରାହାରି ଟର୍ନଓଭର ୩୦୦୦ କୋଟି ଟଙ୍କା ଥିବା ଆବଶ୍ୟକ। ଏଥିପାଇଁ ବିଟ୍ ଦାଖଲକାରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଅନନ୍ୟ ୨୫୦୦ କୋଟି ଟଙ୍କା ହୋଇଥିବା ମଧ୍ୟ ବାଧ୍ୟତାମୂଳକ ରହିଥିଲା। କଟକକୁ IPL ସହର ବନେଇବା ପାଇଁ ପୂର୍ବରୁ କେହି ଆଗ୍ରହ ଦେଖାଉ ନଥିଲେ ବି ଏଠାରେ IPL ମ୍ୟାଚ୍ ଖେଳା ଯାଇଛି |

ଯଦି ନୂଆ ଦଳ ମଧ୍ୟରେ କଟକ ସ୍ଥାନ ପାଏ ତାହେଲେ ଓଡ଼ିଶାର ଖେଳାଳିମାନେ ଜାତୀୟ ସ୍ତରରେ ସିଧାସଳଖ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇ ପାରିବେ। ପୂର୍ବରୁ କେବଳ ଓଡ଼ିଶାର ହଳଧର ଦାସ, ବିପ୍ଳବ ସାମନ୍ତରାୟ IPL ରେ ଖେଳିବାର ସୁଯୋଗ ପାଇଥିବା ବେଳେ IPL ରେ ଖେଳି ସାରିଥିବା ଅଭିଷେକ ରାଉତ୍ ବର୍ତ୍ତମାନ ଓଡ଼ିଶା ଦଳରେ ଖେଳୁଛନ୍ତି।

ତେବେ ବର୍ତ୍ତମାନ ଅପେକ୍ଷା ରହିଲା ଆସନ୍ତା ୨୫ ତାରିଖ ସୋମବାର ଦିନ ହେବାକୁ ଥିବା ବୈଠକରେ ବିଟ୍ ଦାଖଲ ହେବାପରେ ୨ଟି ନୂଆ ଦଳ ବିଷୟରେ ବିଧିବଦ୍ଧ ଭାବରେ BCCI ପକ୍ଷରୁ ଘୋଷଣା କରାଯିବାର କର୍ଯ୍ୟକର୍ମ ରହିଛି। ଯଦି କଟକ ସହରକୁ IPL ଫ୍ରାଞ୍ଚାଇଜ୍ ଭାବରେ ଚୟନ କରାଯାଏ ଏପରି ହେଲେ ଓଡ଼ିଶା କ୍ରିକେଟ୍ ଏବଂ କ୍ରିକେଟର ମାନଙ୍କ ପାଇଁ ଏହା ଏକ ବେଶ୍ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି।