ଖୁସି ଖବର- ଏକାଠି ହେବେ Barsha ଓ Anubhav, ଏମିତି କହିଲେ ସୁର ଭାଇ, ଜାଣିକି ଚମକି ଯିବେ

ନମସ୍କାର ବନ୍ଧୁଗଣ ଖୁସୀ ଖବର ଏକାଠି ହୋଇଯିବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି। ଏହି ପ୍ରସଙ୍ଗକୁ ନେଇ କଣ ସୁର ରାଉତରାୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଓଲିଉଡ଼ ଚଳଚ୍ଚିତ୍ର ଜଗତରେ ଅନେକ ସ୍ଥାନରେ ଆମେ ଦେଖିଛୁ ଅଭିନେତା ଓ ଅଭିନେତ୍ରୀ ପରସ୍ପରକୁ ବିବାହ କରି ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ବାନ୍ଧି ହେବା। ତେବେ ଯଦି ସୁପରହିଟ ଯୋଡି କୁହାଯାଏ ତାହା ଅନୁଭବ ଓ ବର୍ଷାଙ୍କ ଯୋଡିକୁ କୁହାଯାଉଥିଲା। ଏହି କିଛି ମାସ ପୂର୍ବରୁ ଏହି ଦୁଇ ଜଣଙ୍କ ଭିତରେ ଭୁଲ୍ ବୁଝାମଣା ଓ ମନମଳିନ ଘଟିବା ଦେଖିବାକୁ ମିଳିଲା।

ବର୍ଷା ପ୍ରିୟଦର୍ଶିନୀ ପୋଲିସ୍ ରେ ଅଭିଯୋଗ କରିଥିବାର ଦେଖିବାକୁ ମିଳିଥିଲା ଯେ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକମାନେ ବର୍ଷାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ତେବେ ଏହାକୁ ନେଇ ମଧ୍ୟ କୋର୍ଟରେ କେଶ୍ ଚାଲିଥିବାର ଜଣା ପଡ଼ିଛି।

ଘଟଣାଟି ଅନେକ ଦିନ ତଳର କଥା ବର୍ଷା ପ୍ରିୟଦର୍ଶିନୀ ମହିଳା ଥାନାରେ ଦୁଇଟି ଏତଲା ଦେଇଥିଲେ, ଅନୁଭବଙ୍କ ଘରେ ତାଙ୍କୁ ଅତ୍ୟାଚାର କରାଯାଉଛି ଓ ସେ ଅନୁଭବଙ୍କ ସହିତ ରହିବାକୁ ଚାହୁଁଛନ୍ତି ଏମିତି ସେ ଦୁଇଟି ଏତଲା ଦେଇଥିଲେ। ମଝିରେ ଅନ୍ୟ ଝିଅକୁ ନେଇ ମଧ୍ୟ ସେମାନଙ୍କ ମଝିରେ କଳି ଝଗଡ଼ା ଦେଖିବାକୁ ମିଳିଥିଲା। ତେବେ ଏସବୁ ଘଟଣାରେ ଅନୁଭବ ପ୍ରତିକ୍ରିୟା ରଖିଥିଲେ ଯେ ଯଦି ବର୍ଷା ପ୍ରିୟଦର୍ଶିନୀ ନିଜ ଶଶୁର ଘରେ ସୁରକ୍ଷିତ ନାହାଁନ୍ତି ତେବେ ସେ କାହିଁକି ସେହିଠାରେ ରହୁଛନ୍ତି।

ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ କୋର୍ଟ ତାରିଖରେ ବର୍ଷା ପ୍ରିୟଦର୍ଶିନୀ ଅନୁପସ୍ଥିତ ରହିବା, ଏହି ଘଟଣାରେ ମଧ୍ୟ ଅନୁଭବ ମନ୍ତବ୍ୟ ରଖିଥିଲେ ଯେ ବର୍ଷା ପ୍ରିୟଦର୍ଶିନୀ ଚାହୁଁ ନାହାଁନ୍ତି ଏହି କେଶ୍ କୁ ଯଥା ଶୀଘ୍ର ସମାଧାନ କରିବା ପାଇଁ, ସୋସିଆଲ ମିଡିଆରେ ଅନେକ କିଛି ପୋଷ୍ଟ କରିବା ପାଇଁ ସମୟ ଅଛି କିନ୍ତୁ କୋର୍ଟକୁ ଆସିବା ପାଇଁ ସମୟ ନାହିଁ। ତେବେ ଏହି ଦୁଇ କଳାକାର ଦମ୍ପତିଙ୍କ ଏପରି କାର୍ଯ୍ୟ ଦେଖି ସେତେବେଳେ ସୁର ରାଉତରାୟ କୋହୁଥିଲେ ଯେ ଛି ଏପରି ସମ୍ଭ୍ରାନ୍ତ ଘରର ପିଲା ହୋଇ ନିଜ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ନିଜ ଭିତରେ ତୁଟାଇ ପାରୁନାହଁ ଆସିକି ରାସ୍ତାରେ ନିଜ କଳିକୁ ପକାଉଛ। ଏହା ନିହାତି ଖରାପ କଥା , ଏପରି କିଛି ମନ୍ତବ୍ୟ ରଖିଥିଲେ ସୁର ରାଉତରାୟ।

କିନ୍ତୁ ବର୍ତ୍ତମାନ ସୁର ରାଉତରାୟ କହିଛନ୍ତି ଯେ ବୋଧହୁଏ ଏଥର ବର୍ଷା ଓ ଅନୁଭବ ପୁଣିଥରେ ଏକାଠି ମିଶିଯିବେ, ପୁଣିଥରେ ଏକାଠି ରହିବେ ନିଜେ ସେ ଦୁହିଁଙ୍କୁ ବୁଝାଇବାକୁ କହିଛନ୍ତି। ଯେହେତୁ ଦୁଇଜଣ ଏତେ ଭଲ ସ୍ଵାମୀ ସ୍ତ୍ରୀ ତେଣୁ ତାଙ୍କୁ ଅଲଗା ନହୋଇ ଏକାଠି ରହିବାକୁ ପରାମର୍ଶ ଦେଇଛନ୍ତି ସୁର ରାଉତରାୟ। ତେବେ ଅପେକ୍ଷା ରହିଛି ଯେ ଘଟଣା ପୁଣିଥରେ କେଉଁ ଆଡ଼କୁ ମୋଡ଼ ନେଉଛି, ସେମାନେ ଏକାଠି ହୋଇଛନ୍ତି ନା ଏହିପରି ବିଚ୍ଛେଦ ହୋଇ ରହୁଛନ୍ତି। ତେବେ ସୁର ରାଉତରାୟ ଆଶା କରୁଛନ୍ତି ଯେ ପୁଣିଥରେ ମିଶି ରହିବେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ।