କିଏ ହେବ ମୋ ହିରୋଇନ ରିଆଲିଟି ସୋର Winner ମାନେ ଏବେ କଣ କରୁଛନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ପୂର୍ବରୁ ତରଙ୍ଗ ଟିଭିରେ କିଏ ହେବ ମୋ ହିରୋଇନ୍ ନାମକ ଏକ ରିୟାଲିଟି ସୋ ପ୍ରସାରିତ ହେଉଥିଲା ଆଉ ଏହି ରିୟାଲିଟି ସୋ ୱିନର୍ ଝିଅମାନଙ୍କୁ ପରବର୍ତ୍ତୀ ସମୟରେ ହିରୋଇନ୍ ବନା ଯାଉଥିଲା। ସେହିଭଳି ଏଲିନା ସାମନ୍ତରାୟ ମଧ୍ୟ କିଏ ହେବ ମୋ ହିରୋଇନ୍ ରିୟାଲିଟି ସୋରୁ ଆସି ବର୍ତ୍ତମାନ ଜଣେ ଓଲିଉଡର ନାମିଦାମୀ କଳାକାର ହୋଇପାରିଛନ୍ତି। ଆଜି ଆସନ୍ତୁ ଏହିଭଳି ଝିଅମାନଙ୍କ ବିଷୟରେ ଜାଣିବା ଯିଏ କିଏ ହେବ ମୋ ହିରୋଇନ୍ ଜିତିଲା ପରେ ବର୍ତ୍ତମାନ କଣ କରୁଛନ୍ତି।

ଏଲିନା ସାମନ୍ତରାୟ

ଏଲିନା ୨୦୧୪ ମସିହାରେ କିଏ ହେବ ମୋ ହିରୋଇନ୍ ସିଜିନ୍ ୧ ର ବିଜେତା ହୋଇଥିଲେ। ଏହାପରେ ସେ ବୋହୁତସାରା ଫିଲ୍ମରେ ଅଭିନୟ କରି ସେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଛନ୍ତି।

ନିହାରିକା

ନିହାରିକା କିଏ ହେବ ମୋ ହିରୋଇନ୍ ସିଜିନ୍ ୨ ର ବିଜେତା ହୋଇଥିଲେ। ଆଉ ଏହାପରେ ତାଙ୍କୁ ଗୋଟେ ଫିଲ୍ମ କରିବାର ସୁଯୋଗ ମିଳିଥିଲା ଏବଂ ବର୍ତ୍ତମାନ ସେ ଓଡ଼ିଆ ଧାରାବାହିକରେ ଅଭିନୟ କରୁଥିବାର ଦେଖା ଦେଉଛନ୍ତି।

ସସ୍ମିତା

ସସ୍ମିତା କିଏ ହେବ ମୋ ହିରୋଇନ୍ ସିଜିନ୍ ୩ ର ବିଜେତା ହୋଇଥିଲେ। ଆଉ ଏହାପରେ ତାଙ୍କୁ ହାପି ଲକି ଫିଲ୍ମରେ ତାଙ୍କୁ ହିରୋଇନ୍ ଭାବେ ଦେଖିବାକୁ ମିଳିଥିଲା କିନ୍ତୁ ଏହାପରେ ସେ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି।