କଣ ପାଇଁ ମନ୍ତ୍ରୀ ମଣ୍ଡଳରୁ ବିଦା ହେଲେ Pratap Sadangi, ଖୋଲିଲା ରହସ୍ୟ, ସମ୍ନାକୁ ଆସିଲା ସବୁ ସତ

ନମସ୍କାର ବନ୍ଧୁଗଣ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କାହିଁକି ବାଦ୍ ପଡିଲେ ପ୍ରତାପ ଷଡ଼ଙ୍ଗୀ। ତେବେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବା ପଛରେ ରହିଛି ଏକ ବଡ଼ ରିପୋର୍ଟ। ତେବେ ଆସନ୍ତୁ ଜାଣିବା। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ କାହିଁକି ବାଦ୍ ପଡିଲେ ବାଲେଶ୍ଵର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଖୁସୀ ନଥିଲେ ନା ୨୪ ନିର୍ବାଚନ ପାଇଁ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଭଳି ଏକ ଅନୁଭବି ନେତାଙ୍କୁ ସାଂଗଠାନିକ ପୂର୍ଣ୍ଣବିକାଶ କାମ ନିମନ୍ତେ ବିଜେପି (BJP) ଆବଶ୍ୟକ ମଣି ନାହାଁନ୍ତି।

ଏମିତି କିଛି ପ୍ରଶ୍ନ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ଆଲୋଚନାକୁ ଖୋରାକ ଯୋଗାଇଛି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି କୁଆଡେ ମନ୍ତ୍ରୀମଣ୍ଡଳରୁ ଓଡ଼ିଶାରୁ ଜଣକୁ ବାଦ୍ ଦେଇ ତା ବଦଳରେ ଆଉ ଦୁଇ ଜଣକୁ ବୋନସ ଆକାରରେ ନେଇଛନ୍ତି। ପୁଣି ଆଦିବାସୀ କାର୍ଡ ଖେଳି ମୟୂରଭଞ୍ଜ ସାଂସଦ ଇଂଜିନିୟର ବିଶେଶ୍ୱର ଟୁଡୁଙ୍କୁ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଭାବେ ସାମିଲ କରିଛନ୍ତି। ତେବେ ରାଜନୈତିକ ବିଶ୍ଳେଷଣ ମତରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପଛର କାରଣ କିଛି ଭିନ୍ନ।

ଏମିତି ୨୦୨୪ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଅଢେଇ ବର୍ଷ ଥିବାରୁ ତା ପୂର୍ବରୁ ଘର ସଜାଡିବାକୁ BJP ବଳଗଢା ନେତାଙ୍କୁ ମନ୍ତ୍ରୀମଣ୍ଡଳକୁ ହଟାଇ ସାଂଗଠାନିକ କାମରେ ଲଗାଇବା ପାଇଁ ନିଷ୍ପତି ନେଇଛି। ଯେଉଁଥି ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ପ୍ରକାଶ ଯାଦେବଙ୍କ ଭଳି ଏକାଧିକ ପୁରୁଖ ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିରନ୍ ଦିଆଯିବା ସହ ଯୁବ ନେତୃତ୍ୱଙ୍କ ଉପରେ ଶାସନ ତନ୍ତ୍ର ପରିଚାଳନା ଭାର ସମର୍ପିଛନ୍ତି ପ୍ରଧାନମନ୍ତ୍ରୀ।

ବାଲେଶ୍ଵର ସାଂସଦ ପ୍ରତପଚନ୍ଦ୍ର ଷଡ଼ଙ୍ଗୀ ବଳି ପଡ଼ିବା ପଛରେ ଅଲଗା କିଛି କଥା ମଧ୍ୟ ଚର୍ଚ୍ଚା ହେଉଛି। କୋରୋନାର ପ୍ରଥମ ଲହର ସମୟରେ ତାଙ୍କର ଭୂମିକା ଓ ବୟାନକୁ ନେଇ ସେ ବିବାଦୀୟ ହୋଇ ପଡ଼ିଥିଲେ। ଯେତେବେଳେ ଲୋକେ ତାଙ୍କ ସହଯୋଗ ଆଶା କରୁଥିଲେ ଠିକ୍ ସେହି ସମୟରେ ଦିଲ୍ଲୀରେ ରହିଲେ ଷଡ଼ଙ୍ଗୀ। ଏମିତିରେ କେନ୍ଦ୍ରମନ୍ତ୍ରୀ ନିୟୋଜିତ ହୋଇ ଯାଇଛନ୍ତି ବୋଲି ବୁରିଦ୍ଧ ଦଳ ଗୁଡିକ କଟାକ୍ଷ କରି ସହରର କାନ୍ଥ ବାଡ଼ରେ ପୋଷ୍ଟର ମାରିବା ପାଇଁ ପଛାଇ ନାହାଁନ୍ତି।

ଏମିତି ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କର ବୟାନ ଆସିଥିଲା ଦେଶର ମନ୍ତ୍ରୀ ଭାବରେ ଦେଶ କଥା ଆଗ ବୁଝିବି ନା କି ବାଲେଶ୍ଵର କଥା। ଏହାଛଡା ମତ୍ସ୍ୟ ଓ ପଶୁସମ୍ପଦ, ଦୁଗ୍ଧପ୍ରକ୍ରିୟା କରଣ, ଗୋସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ଵ ପାଇଥିଲେ ମଧ୍ୟ ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ସେମିତି ଉତ୍ସାହ ନଥିଲା। ୨ ବର୍ଷକାଳ କେନ୍ଦ୍ରମନ୍ତ୍ରୀ ରହିବା ପୂର୍ବେ ମତ୍ସ୍ୟ ପ୍ରକଳ୍ପ ଭଳି ଦୁଇ ତିନୋଟି ହାତ ଗଣତି ପ୍ରକଳ୍ପକୁ ବାଦ୍ ଦେଲେ ନିଜ ନିର୍ବାଚନ ମଣ୍ଡଳୀକୁ କିଛି ଆଖି ଦୂର୍ଶୀୟ କାମ ଆଣି ପାରିନଥିଲେ। ଏସବୁ ଭିତରେ ୨୦୨୦ ବାଲେଶ୍ଵର ସଭାର ଆସନ ଉପନିର୍ବାଚନ ନେତୃତ୍ୱର ପରାକାଷ୍ଠା ଉପରେ ଆଙ୍କି ଦେଇଥିଲା ଏକ ପ୍ରଶ୍ନ ଚିହ୍ନ।

୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ଵର ସଂସଦୀୟ କ୍ଷେତ୍ର ସହ ସଦରର ନୀଳଗିରି ଆସନକୁ ଶାସକ BJD ହାତରୁ ଛଡେଇ ଆଣିଥିଲା BJP। ପରବର୍ତ୍ତୀ ସମୟରେ ବାଲେଶ୍ଵର ସଦର ବିଧାୟକଙ୍କ ମୃତ୍ୟୁ ପରେ ୨୦୨୦ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ପାଇଁ ଉନନ୍ୟୟ ପ୍ରତିହତ ପ୍ରଶ୍ନ ହୋଇଥିଲେ ମଧ୍ୟ BJD ଏହି ଆସନକୁ ଅତିୟାର କରି ନେଇଥିଲା ଯାହାକୁ ହଜମ କରି ପାରିନଥିଲେ BJP ର ଶୀର୍ଷନେତା। ରାଜ୍ୟ ରାଜନୀତିରେ ଶ୍ରୀ ଷଡ଼ଙ୍ଗୀଙ୍କ ଗୌଣ ପ୍ରଭାବ ଏହି ସବୁପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ତାଙ୍କ ରିପୋର୍ଟ କାର୍ଡକୁ ନେଇ ପ୍ରଧାନମନ୍ତ୍ରୀ ଖୁସୀ ନଥିଲେ ଏବଂ ଏହି ଚର୍ଚ୍ଚା ମହଲରେ ବୋହୁତ ଆସିଥିଲା।

ବାଲେଶ୍ଵର ଜିଲ୍ଲା ନୀଳଗିରି ଆସନରୁ ୨ ଥର ବିଧାୟକ ନିର୍ବାଚିତ ହେବାପରେ ୨୦୧୪ ରେ ସାଂସଦ ପାର୍ଥୀ ହୋଇ ପରାଜିତ ହୋଇଥିଲେ ଶ୍ରୀ ଷଡ଼ଙ୍ଗୀ। ୨୦୧୯ ରେ ପୁଣିଥରେ ବାଲେଶ୍ଵର ଲୋକସଭା ଆସନରୁ ପାର୍ଥୀ ହୋଇ BJD ର ତତ୍କାଳୀନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହରାଇଥିଲେ ଏବଂ ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିଲେ। ସାଂସଦ ଭିତରେ ସଂସ୍କୃତ, ଇଂରାଜୀ ସହିତ ଏକାଧିକ ବାସରେ ତାଙ୍କର ପାଣ୍ଡିତ୍ୟ ତଥା ଉଚ୍ଚ ଭାଷଣ ଯୋଗୁଁ ଗଣମାଧ୍ୟମରେ ଅନେକ ପ୍ରଶଂସା ସାଉଁଟି ଥିଲେ ଶ୍ରୀ ଷଡ଼ଙ୍ଗୀ। ତେବେ ବର୍ତ୍ତମାନ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ବାଦ୍ ପଡିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।