ଓଡ଼ିଆ ସିଙ୍ଗର Namita Agarwalଙ୍କ ପୁଅ ମାନେ ଦେଖିବାକୁ କୌଣସି ହିରୋ ଠାରୁ କମ ନୁହଁନ୍ତି, ଆଗରୁ ଦେଖି ନଥିବେ

ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ ନମିତା ଅଗ୍ରୱାଲଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଯିଏକି ତାଙ୍କ ସୁମଧୁର କଣ୍ଠରେ ଗୀତ ଗାଇ ଲୋକ ପ୍ରିୟତା ହାସଲ କରିପାରିଛନ୍ତି। ନମିତା ଅଗ୍ରୱାଲ ୧୯୯୨ ମସିହାରେ ଓଡ଼ିଆ ଲୋକପ୍ରିୟ ଭଜନ ଅଝଟିଆ କାଳିଆରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ନମିତା ଅଗ୍ରୱାଲ ତାଙ୍କର ସୁମଧୁର କଣ୍ଠ ପାଇଁ ଆଜି ନମ୍ୱର୍ ୧ ଗାୟିକା ଭାବେ ଓଡ଼ିଶାରେ ପରିଚିତ।


ଆଜି ଆସନ୍ତୁ ଜାଣିବା ନମିତା ଅଗ୍ରୱାଲଙ୍କ ପୁଅଙ୍କ ବିଷୟରେ। ନମିତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ୍ କମ୍ପାନୀର ଫାଉଣ୍ଡର ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ବାହାଘର ପରେ ନମିତା ନିଜର ସିଙ୍ଗିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୧୯୯୩ ମସିହାରେ ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲଙ୍କର ଦୁଇଟି ଜାଆଁଳା ପୁଅ ଜନ୍ମ ନେଇଥିଲେ।


ଯାହାଙ୍କର ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଆଉ ସାର୍ଥକ ଅଗ୍ରୱାଲ। ସିଦ୍ଧାର୍ଥଙ୍କୁ ଏବେ ୨୭ ବର୍ଷ ହୋଇଥିବା ବେଳେ ସାର୍ଥକଙ୍କ ବୟସ ମଧ୍ୟ ୨୭ ବର୍ଷ। ଏବେ ସିଦ୍ଧାର୍ଥ ଏବଂ ସାର୍ଥକଙ୍କର ପାଠପଢ଼ା ସରିଯାଇଛି ଏବଂ ସେ ତାଙ୍କ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ଏପର୍ଯ୍ୟନ୍ତ ସାର୍ଥକ ଏବଂ ସିଦ୍ଧାର୍ଥ କାହାରବି ବିବାହ ହୋଇ ନାହିଁ।

ତେବେ ବନ୍ଧୁଗଣ ଆପଣମାନଙ୍କୁ ନମିତା ଅଗ୍ରୱାଲ କେମିତି ଲାଗନ୍ତି ଓ ତାଙ୍କର ଗୀତ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ |