କୋଟି-କୋଟି ଟଙ୍କା ଦାନ କରି ଆଜି ଏହି ଷ୍ଟାର ଜଣକ ସାଧାରଣ ଜୀବନଯାପନ କରୁଛନ୍ତି I

ଆପଣ ଅଧିକାଂଶ ସମୟରେ ଦେଖିଥିବେ ଯେ ଅନେକ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମାନେ ଗରିବଙ୍କୁ ସାହାଯ୍ୟ ବଢ଼ାଇଥିବାର I କିନ୍ତୁ ଆଜି ଆମେ ଏପରି ଜଣେ ଅଭିନେତାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛେ ଯିଏ କି ନିଜ ଜୀବନ ର ଅର୍ଜିତ ସମସ୍ତ ପୁଞ୍ଜି ଗରିବଙ୍କୁ ବାଣ୍ଟି ଦେଇ ନିଜେ ଜଣେ ସାଧାରଣ ଲୋକ ପରି ବଂଚୁଛନ୍ତି I

ତେବେ ଆଉ ଡେରି ନ କରି ଜାଣିବା କିଏ ସେ ମହାପୁରଷ ଯିଏ କି ଗରିବଙ୍କ ଏତେ ଉପକାର କରିଛନ୍ତି –

ହଁ ଆଜ୍ଞା ଇଏ କେହି ନୁହନ୍ତି ଆପଣ ଙ୍କର ପ୍ରିୟ ଅଭିନେତା ନାନା ପାଟେକର I ହିନ୍ଦୀ ଚଳଚିତ୍ରର ଜଣେ ପ୍ରମୁଖ କଳାକାର ତାଙ୍କୁ କିଏ ବା ନ ଜାଣିଚି I

ବିଗତ ଦିନରେ ନାନା ପାଟେକର ଏକ ଏପରି ଗରିବ କଲ୍ୟାଣ ଅନୁଷ୍ଠାନ ଗଠନ କରିଛନ୍ତି I ତାଙ୍କର ଏହି ଅନୁଷ୍ଠାନ ର ଲକ୍ଷ ହେଲା ଗରିବ ଚାଷୀ ଙ୍କ ଓ ତାଙ୍କ ପରିବାର ର ସାହାଯ୍ୟ ସହଯୋଗ କରିବା I

-ମହାରାଷ୍ଟ୍ରରେ ଚାଷୀ ଙ୍କ ନଷ୍ଟ ହେଇଥିବା ଫସଲ ପାଁଇ ସେ ସମସ୍ତଙ୍କୁ 15000 ଟଙ୍କା ଦେଇଥିଲେ I

-ନାନା ପାଟେକରଙ୍କ ଏହି ଅନୁଷ୍ଠାନ ଦ୍ୱାରା ପାଖାପାଖି 700 ରୁ ଅଧିକ ଜଳାଶୟ ନିର୍ମାଣ କରିଥିଲେ I

– ସେ ତାଙ୍କ ସମ୍ପତ୍ତିର 90% ପ୍ରତିସଦ ଦାନାରେ ଦେଇଦେଇଥିଲେ I