ନମସ୍କାର ବନ୍ଧୁଗଣ ହସ୍ପିଟାଲ୍ ଫେରାଇଲା ୨୫ ଲକ୍ଷ ଟଙ୍କା ରୋଗୀଙ୍କୁ। ପ୍ରାୟ ୨୮ ଜଣଙ୍କୁ ଫେରାଇଲା ଟଙ୍କା। ମାଉନଷ୍ଟାର ହସ୍ପିଟାଲ୍ ବା ମାଓ ହସ୍ପିଟାଲ୍ ଫେରାଇଛି ଏହି ଟଙ୍କା। ମାଓ ହସ୍ପିଟାଲ୍ ବିରୁଦ୍ଧରେ ଆସିଥିଲା ସାଂଘାତିକ ଅଭିଯୋଗ। ସେକ୍ଟର ୬୭ ରେ ରାମଡେଜିଭ୍ ଇଞ୍ଜେକସନରେ ହୋଉଥିଲା କଳା ବାଜରି, ରୋଗୀମାନଙ୍କ ଠାରୁ ନେଉଥିଲା ଅଧିକ ମୂଲ୍ୟ। ସାଧାରଣ ଲୋକେ କରୋନା ମହାମାରୀର ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢ଼ୁଥିବା ବେଳେ ମାଓ ହସ୍ପିଟାଲ୍ ରୋଗୀଙ୍କ ଏଭଳି ପରିସ୍ଥିତିର ବେଶ୍ ଫାଇଦା ଉଠାଇ ଥିଲା। ମେଡ଼ିସିନ୍ ରେ ଅଧିକା ଟଙ୍କା ନେବା ସହ କଳା ବଜାରି କରିଥିଲା ହସ୍ପିଟାଲ୍।
ଏପ୍ରିଲ୍ ମେ ମାସ ମଧ୍ୟରେ କୋରୋନାର ଦ୍ୱିତୀୟ ଲହରରେ ବୋହୁ ଲୋକ ଆକ୍ରାନ୍ତ ହୋଇ ଏହି ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାରେ ଆବଶ୍ୟକ ଥିବା ଅର୍ଥ ଠାରୁ ପାଖାପାଖି ୫୦ ହଜାର ରୁ ୧ ଲକ୍ଷ ଟଙ୍କା ଅଧିକ ନିଆଯାଉଥିଲା। ପାଖାପାଖି ୧୦୦ ଜନ କୋଭିଡ୍ ରୋଗୀଙ୍କୁ ଏହିଭଳି ଠକିଥିଲା ହସ୍ପିଟାଲ୍। ସବଡିଭିଜ୍ନାଲ୍ ଇନ୍କ୍ୱରୀ କଲା ପରେ ସାମ୍ନାକୁ ଆସିଲା ସତ୍ୟ। ହସ୍ପିଟାଲ୍ କୋଭିଡ୍ ରୋଗୀଙ୍କ ଠାରୁ ଦିନକୁ ୨୦ ହଜାର ଟଙ୍କା ଚାର୍ଜ କରୁଥିଲା।
ଯେଉଁଠି ସରକାରଙ୍କ ନିୟମ ରହିଛି ପ୍ରାଇଭେଟ୍ ହସ୍ପିଟାଲ୍ ଅତି ବେଶୀରେ ଦିନକୁ ୧୬ ହଜାର ୫୦୦ ଟଙ୍କା ଚାର୍ଜ କରିପାରିବେ। ଯାହାକି ରୋଗୀଙ୍କ ଭ୍ୟାଣ୍ଟିଲେଟର ସେବା ସହିତ ଅନ୍ୟ ସବୁ ସେବା ପାଇଁ ଉଦ୍ଧିଷ୍ଟ ଥିଲା। ଗୋଟେ ରୋଗୀ ପାଇଁ ୪୦ ହଜାର ଟଙ୍କାର ପ୍ୟାକେଜ୍ ବି ରଖିଥିଲା। ରୋଗୀଙ୍କ ସଂପର୍କୀୟ ଭିଯିଟ୍ ରେ ଆସିଲେ ଗୋଟିଏ ଗୋଟିଏ ଦିନକୁ ୬୦୦୦ ଟଙ୍କା ନିଆଯାଉଥିଲା ଯାହାକି ନିୟମ ବିରୁଦ୍ଧ ଥିଲା।
ମେ ୨୯ ରେ ପ୍ରଥମେ ହସ୍ପିଟାଲ୍ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିଲା। ସେକ୍ସନ୍ ୨୬୯, ୨୭୦, ୧୮୮ ଲାଗିବ ସହ ୫୮ ଡିଶ୍ଚାର୍ଜର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଏବଂ ଏପିକ୍ ଡିଶ୍ଚାର୍ଜର ସେକ୍ସନ୍ ୩ ଲାଗିଥିଲା। ଏବଂ ପରେ ସାମ୍ନାକୁ ଆସିଲେ ଚିଫ୍ ଏଜୁକେଟିଭ୍ ଅଫିସର ଡକ୍ଟର ରାଜେଶ୍ ଘୋଲିଆ ଆଉ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ୨୮ ଜଣ ରୋଗୀଙ୍କୁ ରିଫଣ୍ଡ କରାଯାଇଛି। ଇଏ ଥିଲା ମାଓ ହସ୍ପିଟାଲ୍ ର କାହାଣୀ ଠକିଲା ପରେ ଫେରାଇ ଥିଲା ଟଙ୍କା।
କୋଭିଡ ରୋଗଙ୍କୁ ଠକିଥିଲା Hospital; ଶେଷରେ ଫେରାଇଲା 25 ଲକ୍ଷ ଟଙ୍କା, ପୁରା ଘଟଣା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ
