କୁକୁର ଭାବି 9 ମାସ ହେବ ଏହାକୁ ପାଳୁ ଥିଲେ ଘରଲୋକ, ଦିନେ ଡାକ୍ତର ପାଖକୁ ନେଲେ ତ ଡାକ୍ତର ସିଧା ଡାକିଦେଲେ ପୋଲିସ

ବେଳେବେଳେ ଆମ ସାମ୍ନାରେ ଜିନିଷଟି ଥିଲେ ମଧ୍ୟ ଆମ ଜ୍ଞାନର ଅଭାବରୁ ଆମେ ସେସବୁକୁ ବୁଝି ପାରୁ ନାହୁଁ | ନିକଟରେ ଏପରି ଏକ ଘଟଣା ଚାଇନାର ଏକ ପରିବାର ସହ ଘଟିଛି | ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା | ଚାଇନାରେ ରହୁଥିବା ଏକ ପରିବାର ଏକ କୁକୁରକୁ ନିଜ ଘରକୁ ଆଣିଥିଲେ। କୁକୁରଟି ବହୁତ ଛୋଟ ଏବଂ ସୁନ୍ଦର ଥିଲା |

ପରବର୍ତ୍ତୀ ସମୟରେ ଏହି କୁକୁରଟି ଅତି ସୁନ୍ଦର ହୋଇଥିଲେ ମଧ୍ୟ କୁକୁର ମଧ୍ୟରେ କିଛି ଅଦ୍ଭୁତ ଗୁଣ ଥିବାର ସେମାନେ ଅନୁଭବ କଲେ | ଏହା ସାଧାରଣ କୁକୁର ଠାରୁ ଅଲଗା ଜଣାପଡୁଥିଲା | ଏହା ସାଧାରଣ କୁକୁର ଅପେକ୍ଷା ଚାରି ଗୁଣ ଅଧିକ ଖାଉଥିଲା ଏବଂ ଏହାର ସ୍ୱର ମଧ୍ୟ ଭିନ୍ନ ଥିଲା | ଏହା ବଡ ପରେ ଭିନ୍ନ ଦେଖାଯିବାକୁ ଲାଗିଲା | ଗୋଟିଏ ବର୍ଷ ମଧ୍ୟରେ ସେ ଏକ ମିଟର ପର୍ଯ୍ୟନ୍ତ ବଢିଗଲା |

ଏହା ବଡ ହେବାପରେ ଅଧିକ ଅଜବ ପ୍ରକାର ଦେଖାଯାଉଥିଲା | ଏବେ ଘରର ଲୋକମାନେ ଏ ବିଷୟରେ କିଛି ସନ୍ଦେହ କରିବା ଆରମ୍ଭ କଲେ | ତେଣୁ ସେମାନେ ଡାକ୍ତରଙ୍କ ନିକଟକୁ ଯାଇ ଏ ସମ୍ପର୍କରେ ଜଣାଇଲେ | କୁକୁର ଟିକୁ ଦେଖି ଡାକ୍ତର ସଂଗେ ସଂଗେ କହିଥିଲେ ଯେ ଏହା କୁକୁର ନୁହେଁ ବରଂ ଏହା ଗୋଟିଏ ଭାଲୁ । ଏହା ଗୋଟିଏ ଏସୀୟ ଭାଲୁ | ଏହା ଛୋଟ ବେଳେ କୁକୁର ଛୁଆ ପରି ଦେଖାଯାଏ କିନ୍ତୁ ବଡ ହେଲା ପରେ ପ୍ରକୃତ ରୂପକୁ ଆସିଥାଏ |

ଏହି କାରଣରୁ, ସେମାନେ ଏଥିପ୍ରତି ଯତ୍ନବାନ ହୋଇଯାଇଥିଲେ | ଏହା ଏକ ଜଙ୍ଗଲୀ ଜନ୍ତୁ ହେଇଥିବାରୁ ଏହାକୁ ତୁରନ୍ତ ପୋଲିସ ବିଭାଗକୁ ଡକାଇ ହସ୍ତାନ୍ତର କରିଥିଲେ । ଏହା ପରେ ପରିବାର ର ସମସ୍ତ ଲୋକ ଟିକେ ଦୁଃଖ ଅନୁଭବ କରିଥିଲେ | କିନ୍ତୁ ଏହାକୁ ଘରେ ରଖିବା ବିପଜ୍ଜନକ ହୋଇପାରେ ବୋଲି ସେମାନଙ୍କୁ ଏପରି କରିବାକୁ ପଡିଥିଲା |