Weather News: ଲଘୁଚାପ ପ୍ରଭାବ! 5 ଜିଲ୍ଲାକୁ ହାଇ ଆଲର୍ଟ, ପ୍ରବଳରୁ ଅତିପ୍ରବଳ ବର୍ଷା,

ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ଼ ଖବର, ୧୮ ତାରିଖରୁ ବା ଆଜି ଠାରୁ ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କେଉଁ କେଉଁ ତାରିଖରେ କେଉଁ କେଉଁ ଜିଲ୍ଲା କୁ କେତେ ମାତ୍ରାରେ ବର୍ଷା ହେବ ଆସନ୍ତୁ ଜାଣିବା।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେହିଭଳି ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏଠି ସହିତ ପ୍ରବଳ ବର୍ଷା ପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଏଥି ସହିତ ୧୯ ତାରିଖରୁ ୨୦ ତାରିଖ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଢେ଼ଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିଭଳି ସେପ୍ଟେମ୍ୱର ୨୦ ତାରିଖରୁ ୨୧ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁର ଆଦି ଜିଲ୍ଲା ରହିଛି। ତେବେ ଏହିସବୁ ଜିଲ୍ଲାର କିଛି କିଛି ସ୍ଥାନରେ ୧୮ ରୁ ୨୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆଉ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।