Lockdown ରେ ପାକିସ୍ତାନୀ ପୁରୁଷମାନେ ମହିଳା ମାନଙ୍କ ସହ କରୁଛନ୍ତି ଏପରି କାମ… ଜାଣିଲେ ଆପଣ ବି କହିବେ ଛି ଛି, ଏଗୁଡ଼ାକ ଏମିତି ବି…

ପାକିସ୍ତାନ ମାନବ ଅଧିକାର ଆୟୋଗ ସହ ଜଡିତ ସ୍ଥାୟୀ ସାମାଜିକ ବିକାଶ ସଂଗଠନ-ଏସଏସଡିଏ ଏକ ରିପୋର୍ଟ ମାଧ୍ୟମରେ କହିଛି ଯେ ମହାମାରୀ କାରଣରୁ ଲାଗୁ ହୋଇଥିବା ଲକଡାଉନରେ ମହିଳା ଓ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି ।

ଦେଶରେ ମହିଳା ଏବଂ ଶିଶୁଙ୍କଙ୍କର ବଳା-ତ୍କାର ମାମଲା ଦ୍ୱିଗୁଣିତ ହୋଇଯାଇଛି | ଯାହାକି କୌଣସି ଯୁଦ୍ଧ ସମୟ ର ମାମଲା ବ୍ୟତୀତ ଇତିହାସରେ ସର୍ବାଧିକ ମାମଲା ।

ଇସଲାମାବାଦ ସ୍ଥିତ ଏକ ଏନଜିଓ କହିଛି ଯେ, ଏହି ଲକଡାଉନ ସମୟରେ ଶିଶୁ ନିର୍ଯାତନା, ପାରିବାରିକ ହିଂସା, ଅପହରଣ ଓ ବଳା-ତ୍କାର ଭଳି ଘଟଣା ଅଧିକ ଦେଖିବାକୁ ମିଳିଛି।
ଏହି ତଥ୍ୟ ପାକିସ୍ଥାନ ର ତିନିଟି ଇଂରାଜୀ ଖବରକାଗଜ ଦ ନ୍ୟୁଜ୍, ଦ ଡନ ଓ ନେସନ ଏବଂ ତିନୋଟି ଉର୍ଦ୍ଦୁ ଖବରକାଗଜ ଜଙ୍ଗ, ଦୁନିୟା ଏବଂ ଏକ୍ସପ୍ରେସ ଖବରକାଗଜରୁ ସଂଗୃହିତ ହୋଇଛି ।

ଅପରାଧକୁ ଆଠଟି ଶ୍ରେଣୀରେ ବିଭକ୍ତ କରାଯାଇଛି |ସେଗୁଡିକ ହେଉଛି ଶିଶୁ ବିବାହ, ଶିଶୁ ନିର୍ଯାତନା, ଶିଶୁ ଶ୍ରମିକ, ଘରୋଇ ନିର୍ଯାତନା, ଅକ୍ଷମତା, ବଳା-ତ୍କାର, ମହିଳାଙ୍କ ପ୍ରତି ହିଂସା ଏବଂ ହତ୍ୟା ଇତ୍ୟାଦି ।

ଗୋଟିଏ ପଟେ ପାକିସ୍ତାନରେ କରୋନା ସଂକ୍ରମଣ ହେତୁ ଅନାହାର ଏବଂ ଦାରିଦ୍ର୍ୟ ଶିଖରରେ ପହଞ୍ଚିଥିବାବେଳେ ଅନ୍ୟପଟେ ଶିଶୁ ଓ ମହିଳାଙ୍କ ପ୍ରତି ହୋଇଥିବା ଅପରାଧଗୁଡିକ ମଧ୍ୟ ତୀବ୍ରତାର ସହ ବୃଦ୍ଧି ଘଟିଛି।

ପାକିସ୍ତାନ ମାନବ ଅଧିକାର ଆୟୋଗ (ପିଏଚଆରସି) ରିପୋର୍ଟରେ କୁହାଯାଇଛି ଯେ, ‘ଏହି ଲକଡାଉନର ସୁଯୋଗ ନେଇ ପାକିସ୍ତାନୀ ପୁରୁଷମାନେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ କରୁଛନ୍ତି। ବଳା-ତ୍କାର, ଅପହରଣ, ପାରିବାରିକ ହିଂସା ଏବଂ ଅପ୍ରାକୃତିକ ଯୌନ କାର୍ଯ୍ୟ ଭଳି ମାମଲା ଗୁଡିକ ପୂର୍ବ ଅପେକ୍ଷା 200% ରୁ ଅଧିକ ବୃଦ୍ଧି ହୋଇଥିବା ଜଣାପଡିଛି ।‘