IMD ଡିଜି ଦେଲେ ସୂଚନା, ଆସୁଛି ପ୍ରବଳ ବର୍ଷା, ସବୁଠୁ ଅଧିକ ହେବ ଏହି ସବୁ ଜିଲ୍ଲାକୁ

ନମସ୍କାର ବନ୍ଧୁଗଣ ଅତି ଭୀଷଣ ରୂପ ନେଇଛି ଘୂର୍ଣ୍ଣିବଳୟ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବଜ୍ରପାତର ସମ୍ଭାବନା ରହିଛି। ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ବାଲେଶ୍ଵର ସହିତ ୪ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ଦେଖିବା ପାଇଁ ମିଳିବ ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ୧୭ ଜିଲ୍ଲା ପାଇଁ ଆଜି ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି।

ତେବେ ସେହି ସବୁ ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଏବଂ ନବରଙ୍ଗପୁର ଜିଲ୍ଲା ଯାହାକି ଏହି ୪ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡିର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ ହୋଇଛି। ଏହା ସହ ଆଉ ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ବଜ୍ରପାତ ହେବ ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ସେପଟେ ବଙ୍ଗୋପ ସାଗରରେ ଦାନା ବାନ୍ଧିବ ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏବଂ ଏହାର ପ୍ରଭାବରେ ଆଗାମୀ ୧୬ ତାରିଖ ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ୧୬ ରୁ ୨୦ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ତେବେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ହେବାକୁ ଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ଏହା ସହ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ସେପଟେ ରାଜ୍ୟରେ ୨ ଦିନ ହେଲା ପ୍ରବଳ ଗରମ ସହ ଗୁଳୁଗୁଳି ଦେଖିବା ପାଇଁ ମିଳିଛି ଏବଂ ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ବଜ୍ରପାତ ମଧ୍ୟ ହୋଇଛି। ତେବେ ଆଗାମୀ ୩ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବଜ୍ରପାତର ସମ୍ଭାବନା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ।

ତେବେ ଆସନ୍ତୁ ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲା ମାନଙ୍କରେ ବିଜୁଳି ଘଡଘଡି ସହ ବଜ୍ରପାତ ହେବ ଏବଂ କାଲି କେଉଁ ଜିଲ୍ଲା ମାନଙ୍କରେ ବିଜୁଳି ଘଡଘଡି ସହ ବଜ୍ରପାତ ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ ନିଶ୍ଚିତ ଜାଣି ରଖନ୍ତୁ। ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟର ଟ୍ରପ୍ ଲାଇନ୍ ଟି ଓଡ଼ିଶା ଦେଇ ବିହାର ଆଡ଼କୁ ବ୍ୟାପିଛି ଏବଂ ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ସହିତ ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେପଟେ ୧୩ ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବିଜୁଳି ଘଡଘଡି ସହ ବଜ୍ରପାତର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ସହ ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢେ଼ଙ୍କାନାଳ ଜିଲ୍ଲାରେ ପ୍ରବଳ ବିଜୁଳି ଘଡଘଡି ସହ ବଜ୍ରପାତ ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏଥିସହ ଆସନ୍ତା କାଲି ମଧ୍ୟ ରାଜ୍ୟର ୮ ଟି ଜିଲ୍ଲାରେ ପ୍ରବଳ ବିଜୁଳି ଘଡଘଡି ସହ ବଜ୍ରପାତ ହେବ ଏବଂ ୭ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।