M.B.A ପାସ କରିଥିବା ଝିଅ HR ଚାକିରୀ ଛାଡି ଠେଲା ଗାଡ଼ିରେ ବିକୁଛନ୍ତି ‘ମା କା ପ୍ୟାର’

କଥାରେ ଅଛି କି ପ୍ରତୋକ ବ୍ୟକ୍ତି ତାଙ୍କ ମନର କଥାକୁ ଶୁଣିବା ଉଚିତ କାରଣ ଏହା ଭଗବାଙ୍କ ସଂକେତ ଥାଏ I ଏହି ପରି କିଛି କାର୍ଯ୍ୟ କରିଛନ୍ତି ହରିୟାଣା ର ଅମଵାଲା ରେ ରହୁଥିବା ରାଧିକା , ସେ ବର୍ତମାନ ଗୋଟେ ଖାଦ୍ୟ ବିକୁଛନ୍ତି I
ମୋହାଲି ସିଳ୍ପାଅଂଚଳ ରେ ”ମା କା ପ୍ୟାର ” ନାମରେ ଫୁଡ କୋର୍ଟ ଚଳାଉଥିବା ରାଧିକା ଅରୋଡା ରିଲାଏନ୍ସ ରେ H R ଚାକିରୀ କରୁଥିଲେ I ହରିୟାଣା ରେ ବି . କମ ପାଠ ପଢିବା ପରେ ଚଣ୍ଡିଗଡ ରେ M B A କରିଥିଲେ I ସେ ସମୟ ଖାଇବାକୁ ନେଇକି ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା I ରାଧିକା ଙ୍କୁ ସେଠାକାର ଖାଦ୍ୟ ପସନ୍ଦ ନ ଥିଲା I ସେ ତାଙ୍କ ମା ଙ୍କ ହାତ ପରସା ଖାଦ୍ୟ କୁ ବହୁତ ମନେ ପକାଉଥିଲେ I ଖାଲି ସେତିକି ନୁହେ ଚାକିରୀ ସମୟରେ ମଧ୍ୟ ସେ ଏହି ଅସୁବିଧା ର ସମ୍ମୁଖୀନ ହେଇଥିଲେ I
ତାଙ୍କର କହିବା ଅନୁସାରେ ମଣିଷ ଚାକିରୀ କରେ ଭଲରେ ଟିକେ ପେଟ ପୁରାଇ ଖାଇବାକୁ I ଯଦି ଖାଇବା ଟା ହିଁ ଠିକ ମିଳିବନି ରୋଜର ର ମୂଲ୍ୟ କଣ I ଏପରି କିଛି ଚିନ୍ତାଧାରା ପାଁଇ ସେ ତାଙ୍କର ଏତେ ବଡ ଚାକିରୀ କୁ ଛାଡ଼ି ଦେଇଥିଲେ I ଏବଂ ଚାକିରିଆ ଲୋକଙ୍କୁ କିପରି ଘରୋଇ ଖାଦ୍ୟ ମିଳିପାରିବ ସେ କାର୍ଯ୍ୟରେ ଲାଗିପଡ଼ିଲେ I ଆଉ ତାଙ୍କର ଏହି ପ୍ରୟାସ ଏତେ ମାତ୍ରାରେ ସଫଳ ହେଲା ଯେ ସେ ବର୍ତମାନ ଚଣ୍ଡିଗଡ଼ ରେ ଦୁଇଟା ଦୋକାନ କରି 5 ଜଣ ସହ କର୍ମୀ ଙ୍କୁ ନିଯୁକ୍ତି ଦେଇଛନ୍ତି I