ମହାନାୟକ ଙ୍କର ଫ୍ୟାନ ମାନଙ୍କୁ ଲାଗିଲା ବଡ ଝଟକା, ଅମିତାବ ବଚ୍ଛନ କହିଲେ- ଏବେ ମତେ ସନ୍ୟାସ ନେଇଯିବା ଉଚ୍ଚିତ କାହିଁକି ନା

60 ଦଶକ ରୁ ଅଭିନୟ ଜଗତ ରେ ପଦାର୍ପଣ କରିଥିଲେ ମହାନାୟକ ଅମିତାଭ ବଚ୍ଛନ I ସବୁ କଳାକାର ତାଙ୍କୁ ବଡ଼ ଭାଇ ପରି ସଂମାନ ଦେଇଥାନ୍ତି I ଅନେକ ବରିଷ୍ଟ କଳାକାର ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ ମଧ୍ୟ ଅମିତାଭ ବଚ୍ଛନ ଏହି ବୟସ ରେ ମଧ୍ୟ ଫିଲ୍ମ ରେ ଅଭିନୟ କରି ଦର୍ଶକ ଙ୍କ ର ମନୋରଞ୍ଜନ କରିପାରିଥିଲେ I କିନ୍ତୁ ଏଥର ଅମିତାଭ ବଚ୍ଛନ ନିଜ ର ବ୍ଲଗ ରେ କିଛି ଏପରି ଲେଖିଛନ୍ତି ଯାହା ଦେଖି ତାଙ୍କ ଦର୍ଶକେ ଆଶ୍ଚଯ୍ୟ ହେଇଛନ୍ତି I ଅମିତାଭ କହିଛନ୍ତି ମୋତେ ଏଥର ରିଟାୟାର୍ଡ଼ ନେଇଯିବା ଉଚିତ I

ଅମିତାଭ ଙ୍କ ର ପ୍ରଶଂସକ ଙ୍କୁ ଏକ ବଡ଼ ଝଟକା
ବିଗତ 50-60 ବର୍ଷ ହେବ ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସକ୍ରିୟ ହେଇ ରହିଛନ୍ତି I ଏବଂ ଆଜି ଅଚାନକ ଅମିତାଭ ରିଟାୟାର୍ଡ଼ମେଣ୍ଟ ର କଥା କହିଛନ୍ତି I ଆଗାମୀ ସମୟ ରେ ସେ ଅନେକ ବଡ଼ ଫିଲ୍ମ ରେ ମଧ୍ୟ ତାଙ୍କୁ ଦେଖିବା କୁ ମିଳିବ ବୋଲି ଦର୍ଶକେ ଆଶା ରଖିଥିଲେ କିନ୍ତୁ ତାଙ୍କ ର ଏହି ବୟାନ କୁ ନେଇ ତାଙ୍କ ପ୍ରଶଂସକ ଙ୍କ ର ମହଲ ରେ ନିରାଶ ଦେଖିବା କୁ ମିଳିଛି I ଅମିତାଭ ଙ୍କ ର ବୟସ ବର୍ତମାନ 77 ବର୍ଷ ବୟସ ଅଟେ I ଏବଂ ସେ ତାଙ୍କ ର ବାକି ଜୀବନ ଟିକେ ବିଶ୍ରାମ ନେବାକୁ ଚାହୁଁଛନ୍ତି I

ଅମିତାଭ ବଚ୍ଛନ ସବୁ ଦିନ ପାଁଇ ଫିଲ୍ମ ଜଗତ ରୁ ଦୁରେଇ ରହିବା କୁ ଚାହୁଁଛନ୍ତି I ଅମିତାଭ ଙ୍କ ର ଏହି ସନ୍ଦେଶ ଦେଖି ଦର୍ଶକେ ମଧ୍ୟ ଆଶ୍ଚଯ୍ୟ ହେଇଛନ୍ତି I ଅମିତାଭ ନିଜେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି କି ମୋତେ ରିଟାୟାର୍ଡମେଣ୍ଟ ନେବା ର ଆବଶ୍ୟକ ରହିଛି I ସେ ମନାଲି ଯିବାର ର 12 ଘଣ୍ଟା ର ଯାତ୍ରା ବିଷୟ ରେ ମଧ୍ୟ ଉଲେଖ କରିଛନ୍ତି I ମୁ ଭାବୁଛି କିଛି ଓ କରୁଛି କିଛି ଏବଂ ବୟସ ର ବାର୍ଦ୍ଧକ୍ୟ ସୀମା ରେ ମୁ ପହଂଚି ସାରିଛି I ଏବଂ କର୍ମମୟ ଜୀବନ ରୁ ମୁ ଦୁରେଇ ରହିବା କୁ ଚାହୁଁଚି I

ଏହା ପ୍ରଥମ ଥର ନୁହେଁ କି ଅମିତାଭ ଙ୍କ ପାଖ ରୁ ଏପରି କଥା ଶୁଣିବା I କିଛି ଦିନ ପୂର୍ବ ରୁ ତାଙ୍କ ସ୍ଵାସ୍ତ୍ୟ ଗତ ସମସ୍ୟା ମଧ୍ୟ ଦେଖିବା କୁ ମିଳିଥିଲା I ରିପୋର୍ଟ ଅନୁସାରେ ଅମିତାଭ ବଚ୍ଛନ ଆଉ କୌଣସି ନୂଆ ପ୍ରୋଜେକ୍ଟ ରେ ସାଇଁନ କରି ନାହାନ୍ତି I ତାଙ୍କ ର ଆଗାମୀ ଫିଲ୍ମ ଗୁଡିକ ହେଉଛି ବ୍ରାହ୍ମସ , ଚେହରେ, ଗୁଲାବ ଶୀତବ ଆଦି ଫିଲ୍ମ I ଡାକ୍ତର ମଧ୍ୟ ତାଙ୍କୁ ଏହି ପରାମର୍ଶ ଦେଇଛନ୍ତି କି ତାଙ୍କୁ କିଛି ବିଶ୍ରାମ ର ଆବଶ୍ୟକତା ରହିଛି I