କୌଣସି ପତି ପତ୍ନୀ ଅଧିକ ଖୁସି ହେଇଥାନ୍ତି ଯେତେବେଳେ ତାଙ୍କ ର ସନ୍ତାନ ଜନ୍ମ ହେଇଥାଏ | ସନ୍ତାନ ପ୍ରାପ୍ତି ର ସୁଖ ଦାମ୍ପତ୍ୟ ଜୀବନ ର ସବୁଠାରୁ ବଡ଼ ସୁଖ ହେଇଥାଏ | ତେବେ କିଛି ଲୋକ ଙ୍କୁ ଏହି ସୌଭାଗ୍ୟ ସହଜ ରେ ପ୍ରାପ୍ତି ହେଇ ନ ଥାଏ | ଦୁନିଆ ସାରା ଏପରି ଅନେକ ଦମ୍ପତି ନିଃସନ୍ତାନ ଅଛନ୍ତି | ମହାଦେବ ଙ୍କ ଅନୁସାରେ କିଛି ଏପରି ପାପ କାରଣ ରୁ ଦମ୍ପତି ନିଃସନ୍ତାନ ରହିଥାନ୍ତି | ଏହା ଏକ ପୌରାଣିକ କଥା ଉପରେ ଆଧାରିତ ଅଟେ |
ପୌରାଣିକ କଥା – ଏକଦା ଭଗବାନ ଶିବ ଓ ମାତା ପାର୍ବତୀ କୈଳାସ ପର୍ବତ ରେ ବସିଥିଲେ | ଦୁହିଁଙ୍କ ମଧ୍ୟ ରେ ଜ୍ଞାନ ର ଆଲୋଚନା ହେଉଥିଲା | ମନୁଷ୍ୟ ଜ୍ଞାନ ପ୍ରାପ୍ତି ପାଁଇ ମହାଦେବ ଙ୍କୁ ହିଁ ପୂଜା କରିଥାନ୍ତି | ତେବେ ମହାଦେବ ମାତା ପାର୍ବତୀ ଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯାହା ର ଉତ୍ତର ବିଷୟ ରେ ଆଜି ଆମେ ଏଠାରେ ଆଲୋଚନା କରିବା |
ମହାଦେବ କହିଥିଲେ ଦେବୀ ଶୁଣନ୍ତୁ ଯେଉଁ ବ୍ୟକ୍ତି ନିର୍ଦୟ ହେଇ ମୃଗ , ପ୍ରାଣୀ ଓ ପକ୍ଷୀ ଙ୍କୁ ମାରି ଖାଇଥାଏ ସେହି ମନୁଷ୍ୟ ମୃତ୍ୟୁ ପରେ ନର୍କ କୁ ଯାଇଥାଏ | ଏବଂ ଏପରି ଆତ୍ମା ଦୀର୍ଘ ସମୟ ର ଯନ୍ତ୍ରଣା ପରେ ଯେତେବେଳେ ପୁନଃ ମନୁଷ୍ୟ ଜନ୍ମ ନେଇଥାଏ ସେ ନିଃସନ୍ତାନ ହେଇଥାଏ |
ଏହା ଛଡା ଶିବ ପୁରାଣ ରେ ପାପ ବିଷୟ ରେ ଏହା କୁହାଯାଇଛି କି ଏପରି ପାପି ବ୍ୟକ୍ତି ସର୍ବଦା ମହାଦେବ ଙ୍କ ର କୋପ ର ଶିକାର ହେଇଥାନ୍ତି ଓ ସୁଖୀ ଜୀବନ ବ୍ୟତୀତ କରନ୍ତି ନାହିଁ |
ଭାବନା ଦ୍ୱାରା କରାଯାଇଥିବା ପାପ
ଆପଣ ଶୁଣିଥିବେ ଭଗବାନ ସବୁ ଦେଖନ୍ତି କାରଣ ଭଗବାନ ହେଉଛନ୍ତି ସକଳ ଶକ୍ତି ର ଆଧାର | ଆପଣ ଯାହା ଚିନ୍ତା କରୁଛନ୍ତି ତାହା ମଧ୍ୟ ଭଗବାନ ଜାଣିଥାନ୍ତି | ତେବେ ଆପଣ ଯଦି ମନ ରେ କାହାରି ପ୍ରତି ମନ୍ଦ ଚିନ୍ତା କରିଛନ୍ତି ତେବେ ଆପଣ ପାପ ରେ ଭାଗିଦାରୀ ଅଟନ୍ତି |
ଅନ୍ୟ ର ପତି କିମ୍ବା ପତ୍ନୀ ଙ୍କୁ ଖରାପ ନଜର ରେ ଦେଖିବା ମଧ୍ୟ ଏକ ପାପ ଶ୍ରେଣୀ ର କାର୍ଯ୍ୟ ଅଟେ |
ଅନ୍ୟ ର ଧନ କୁ ନିଜ କରିବା କୁ ଇଚ୍ଛା କରିଥିବା ବ୍ୟକ୍ତି ମଧ୍ୟ ମହାଦେବ ଙ୍କ ନଜର ରେ ପାପୀ ହେଇଥାଏ |
କୌଣସି ନିରଅପରାଧ ବ୍ୟକ୍ତି ଙ୍କୁ କଷ୍ଟ ଦେବା , ହାନି ପହଂଚାଇବା ଆଦି ହେଉ କିମ୍ବା ଧନ ସମ୍ପତି ଅନ୍ୟ ର ଲୁଟିବା ମଧ୍ୟ ପାପ କାର୍ଯ୍ୟ ଅଟେ | ଏପରି ବ୍ୟକ୍ତି ଙ୍କୁ ମହାଦେବ କ୍ଷମା ଦେଇ ନ ଥାନ୍ତି |
କାହାରି ସଂମାନ କୁ ହାନି ପହଂଚାଇବା ସର୍ବଦା ମିଛ କହିବା ଆଦି ମଧ୍ୟ ବହୁତ ବଡ଼ ପାପ କାର୍ଯ୍ୟ ହେଇଥାଏ|
କାହାରି ବିଶ୍ୱାସ ରେ ବିଶ୍ୱାସଘାତକତା କରିବା ମଧ୍ୟ ଦୁନିଆ ର ସବୁଠାରୁ ବଡ଼ ପାପ ଶ୍ରେଣୀ ଭୁକ୍ତ କାର୍ଯ୍ୟ ହେଇଥାଏ |