ଏମପି ର ବିଦିଶା ଜିଲ୍ଲା ରେ ଏକ ହସ୍ପିଟାଲ ରେ 23 ବର୍ଷୀୟ ଜଣେ ମହିଳା ଦୁଇଟି ମୁଣ୍ଡ ଓ 3 ଗୋଟି ହାତ ଥିବା ସନ୍ତାନ କୁ ଜନ୍ମ ଦେଇଛନ୍ତି I
ବିଦିଶା ଜିଲ୍ଲା ହସ୍ପିଟାଲ ର ସିବିଲ ସର୍ଜନ ସଞ୍ଜୟ ଖରେ ବିଗତ ସୋମବାର କୁ ଏହି ସୂଚନା ଦେଇଛନ୍ତି I ବବିତା ଅହୀରବାର ବିଦିଶା ଜିଲ୍ଲା ହସ୍ପିଟାଲ ରେ ବିଗତ ଶନିବାର ରେ ଏକ ସନ୍ତାନ ଜନ୍ମ ଦେଇଥିଲେ I ଏହି ପିଲାଟି ର ଦୁଇଟି ମୁଣ୍ଡ , ତିନି ଗୋଟି ହାତ ଏବଂ 4 ଗୋଟି ପଂଜା ରହିଛି I ପିଲାଟି ର ଓଜନ 3.3 କିଲୋ ଅଟେ I
ମହିଳା ଙ୍କ ର ପତି ଯଶବନ୍ତ ଅହିଁରବାର ଙ୍କ କହିବା ଅନୁସାରେ ସନ୍ତାନ ଜନ୍ମ ପରେ ଡାକ୍ତର ଙ୍କ ର ଅନୁଧ୍ୟାନ ବିଭାଗ ରେ ରଖାଯାଇଥିଲା I ପିଲାଟି ର ସ୍ଵାସ୍ତ୍ୟ ଖରାପ ହେବାରେ ଲାଗିଥିଲା I ତେଣୁ ଚିକିତ୍ସା ପାଁଇ ପିଲାଟି କୁ ଭୋପାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା I
ପୁଣି ଯଶବନ୍ତ ଏହା ମଧ୍ୟ କହିଛନ୍ତି ବିଗତ ବର୍ଷ ହିଁ ତାଙ୍କ ର ବିବାହ ହେଇଥିଲା I ସେ ମଜଦୂରୀ କାମ କରନ୍ତି ଏବଂ ବିଦିଶା ରୁ ପ୍ରାୟ 60 କିମି ଦୂର ସୁଜା ଗ୍ରାମ ର ନିବାସୀ ଅଟନ୍ତି I ଏପରି ଆଶ୍ଚଯ୍ୟଜନକ ଘଟଣା ବର୍ତମାନ ବେଶ ଚର୍ଚା ରେ ରହିଛି I