Manjari ଟିଭିର ସବୁ ହିରୋଇନ ମାନଙ୍କର ପ୍ରକୃତ ନାମ କଣ ଆପଣ ଜାଣିଛନ୍ତି, ଏହି ହିରୋଇନଙ୍କ ନା ସବୁଠୁ ଖରାପ…

ନମସ୍କାର ବନ୍ଧୁଗଣ ଆପଣମାନେ ତ ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏଥିରେ ଅଭିନୟ କରୁଥିବା ହିରୋଇନ୍ ମାନଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କ ପ୍ରକୃତ ନାମ କଣ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଅରୁନ୍ଧତୀ: ଅରୁନ୍ଧତୀଙ୍କୁ ଆପଣମାନେ ରକ୍ତ ସମ୍ପର୍କ ଧାରାବାହିକରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବାର ଦେଖିଥିବେ ଏବଂ ସେ ଆଗରୁ ମଧ୍ୟ ଅନେକ ଧାରାବାହିକ, ସିନେମା ଏବଂ ଆଲବମ୍ ରେ ଅଭିନୟ କରି ସାରିଛନ୍ତି। ତେବେ ଦର୍ଶକ ବନ୍ଧୁ ଅରୁନ୍ଧତୀଙ୍କ ପ୍ରକୃତ ନାମ ହେଉଛି ଲିପି ମହାପାତ୍ର।

ଶ୍ରଦ୍ଧା: ଯିଏକି ମୋ ଦେହେ ବୋଳିଦେ ତୋ ଦେହ କଳା ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି ଆଉ ସେ ଆଗରୁ ମଧ୍ୟ ଅନେକ ସାରା ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରି ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଛନ୍ତି। ତେବେ ଦର୍ଶକ ବନ୍ଧୁ ତାଙ୍କର ପ୍ରକୃତ ନାମ ହେଉଛି ଶ୍ରଦ୍ଧା ପାଣିଗ୍ରାହୀ।

ଆରାଧ୍ୟା: ଆରାଧ୍ୟା ସିନ୍ଦୂର ଫରୁଆ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟ ଦେଖି ଓଡ଼ିଆର ଦର୍ଶକମାନେ ମଧ୍ୟ ତାଙ୍କୁ ବୋହୁତ ଭଲ ପାଇବା ଦେଉଛନ୍ତି। ତେବେ ଦର୍ଶକ ବନ୍ଧୁ ଆରାଧ୍ୟାଙ୍କ ପ୍ରକୃତ ନାମ ହେଉଛି ସୁଲଗ୍ନା ନାୟକ।

କସ୍ତୁରୀ: କସ୍ତୁରୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ କସ୍ତୁରୀ ବର୍ତ୍ତମାନ ସମୟରେ ସିଂହଦ୍ଵାର ଧାରାବାହିକରେ ମୁଖ୍ୟ ନାୟିକା ଭାବରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ କସ୍ତୁରୀଙ୍କ ପ୍ରକୃତ ନାମ ହେଉଛି ଅରୁନ୍ଧତୀ ଦେବିକା।

ପ୍ରାପ୍ତି: ପ୍ରାପ୍ତିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ନଣନ୍ଦ ପୁଟୁଳି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ପ୍ରାପ୍ତିଙ୍କ ପ୍ରକୃତ ନାମ ହେଉଛି କୁକି ସ୍ୱାଇଁ।