4ଟି ସ୍ୱପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ, ଭୁଲରେ କାହାକୁ କୁହନ୍ତୁ ନାହିଁ, ଏମିତି ସ୍ବପ୍ନ ଦେଖିବା ମାନେ ସବୁଠୁ Subha

ନମସ୍କାର ବନ୍ଧୁଗଣ ଆମେ ଶୋଇବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖିଥାଉ ଯେମିତିକି କିଛି ଭୟଙ୍କର ସ୍ବପ୍ନ ଦେଖିଥାଉ ବା କିଛି ଭଲ ସ୍ବପ୍ନ ଦେଖିଥାଉ। ଆମେ ଯେଉଁ ସ୍ବପ୍ନ ଦେଖିଥାଉ ତାହାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ ମଧ୍ୟ କରିଦେଇ ଥାଉ କିନ୍ତୁ ଆଜି ଆସନ୍ତୁ ଏପରି ୪ ଟି ସ୍ବପ୍ନ ବିଷୟରେ ଜାଣିବା ଯାହା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ। ଏପରି କରିବା ଦ୍ବାରା ମନୁଷ୍ୟ କୌଣସି କାମରେ ସଫଳ ହୋଇ ନଥାଏ। ଦେଖିଥିବା ସ୍ୱପ୍ନର ଫଳ ମନୁଷ୍ୟକୁ ପ୍ରାପ୍ତ ହୋଇ ନଥାଏ।

ବନ୍ଧୁଗଣ ଯଦି ଆପଣ ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ବପ୍ନ ଦେଖୁଛନ୍ତି ତେବେ ଏହି କଥାକୁ ଅନ୍ୟ ମାନଙ୍କ ପାଖରେ ପ୍ରକାଶ କରନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଯଦି ଆପଣ କିଛି ଏପରି ସ୍ବପ୍ନ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କର ବୋହୁତ ବଡ ସମସ୍ୟା ଦୂର ହେବାକୁ ଯାଉଛି। ଦୁଃଖର ଦିନ ଯାଇ ସୁଖର ଦିନ ଆସିବାକୁ ଯାଉଛି। ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇ ଯାଇଥାଏ। ତେବେ ଭୁଲ୍ ରେ ମଧ୍ୟ ଏହି ସ୍ବପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

ଯଦି ଆପଣ ଶୋଇବା ସମୟରେ ନିଜକୁ କୌଣସି ଜଙ୍ଗଲରେ ବୁଲୁ ଥିବାର ବା ନଦୀ ପାଖରେ ବସିଥିବାର ସ୍ବପ୍ନ ଦେଖୁଛନ୍ତି ତେବେ ଏହି କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଜୀବନରେ ଖୁସୀ ଆସିବାକୁ ଯାଉଛି ଏବଂ ଆପଣ ବୋହୁତ ବଡ଼ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି।

ଯଦି ଆପଣ ସ୍ବପ୍ନରେ ଗାଈ ଏବଂ ତାର ବାଛୁରୀ ଏକା ସହିତ ଚରୁଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଶେଷରେ କୋଟିପତି ବନିବାର ସମ୍ଭାବନା ରହିଛି। ଯଦି ଆପଣ ଏହି ସ୍ବପ୍ନକୁ କାହା ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଆପଣଙ୍କର ଆଶା ଆଶାରେ ହିଁ ରହିଯିବ। ତେବେ ଭୁଲ୍ ରେ ଏହି ସ୍ବପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

ଯଦି ଆପଣ ଶୋଇବା ସମୟରେ ସାପର ସ୍ବପ୍ନ ଦେଖନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ ମାନସମ୍ମାନରେ ବୃଦ୍ଧି ଘଟିବାକୁ ଯାଉଛି ଏବଂ ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟକୁ ଜଣାଇ ଦେଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଯାଇଥାଏ।

ବନ୍ଧୁଗଣ ଯଦି ଆପଣ ସ୍ବପ୍ନରେ ଭଗଵାନଙ୍କୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କର ଭବିଷ୍ୟତରେ କୌଣସି ଶୁଭ ସୂଚନା ଆସିବାକୁ ଯାଉଛି। ତେବେ ଏଭଳି ସ୍ବପ୍ନ ଦେଖିଲେ ଆପଣ କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ। ଏହାକୁ ସର୍ବଦା ଗୁପ୍ତ ରଖନ୍ତୁ।