ଆପଣଙ୍କ ମଥାର ରେଖାରୁ ଜାଣନ୍ତୁ, ନିଜର ଭବିଷ୍ୟତ ସମ୍ପର୍କରେ … ଏପରି ରେଖା ଥିଲେ ଭବିଷ୍ୟତରେ ..

ଆପଣ ହସ୍ତରେଖା ଭବିଷ୍ୟବାଣୀ ବିଷୟ ରେ ଜାଣିଥିବେ I ଜଣେ ବ୍ୟକ୍ତି ନିଜ ର ଆଗାମୀ ଭବିଷ୍ୟତ ବିଷୟ ରେ ଜାଣିବା କୁ ହାତ ପାପୁଲି ରେ ଥିବା ରେଖା କୁ ଅନୁଧ୍ୟାନ କରିଥାଏ I ସେହିପରି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ଶାରୀରିକ ଗଠନ ରୁ ହିଁ ସେହି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ଅନୁମାନ କରି ହେଇଥାଏ I ଜଣେ ବ୍ୟକ୍ତି ଙ୍କ ର ମଥା ରେ ମଧ୍ୟ କିଛି ରେଖା ରହିଥାଏ ଯାହା ଦ୍ୱାରା କି ସେହି ବ୍ୟକ୍ତି ଙ୍କ ର ଆଗାମୀ ଭବିଷ୍ୟତ ର ଅନୁମାନ କରି ହେଇଥାଏ I

ଆସନ୍ତୁ ଜାଣିବା ଏହି ବିଷୟ ରେ
ଶନି ରେଖା – ମଥା ରେ ଶୀର୍ଷ ରେ ଶନି ରେଖା ରହିଥାଏ I ଏହି ରେଖା ଏତେ ଲମ୍ଭା ହେଇ ନ ଥାଏ I ଏହା କେବଳ ମଥା ର କେନ୍ଦ୍ର ରେ ହିଁ ଦେଖାଯାଇଥାଏ I ଯଦି ଏହି ରେଖା ସ୍ପଷ୍ଟ ରୂପେ ଦେଖାଯାଇଥାଏ ତେବେ ଆପଣ ଙ୍କ ର ପ୍ରକୃତି ଗମ୍ଭୀର ହେଇଥାଏ I ଏବଂ ଏହି ଶନି ରେଖା ମୁଣ୍ଡ ରେ ସ୍ପଷ୍ଟ ରୂପେ ଦେଖାଗଲେ ଜାଣିପାରିବେ କି ସେହି ବ୍ୟକ୍ତି ବହୁତ ରହସ୍ୟମୟୀ ହେଇଥାନ୍ତି I ଏବଂ ଟିକେ ଅହଙ୍କାରୀ ହେଇଥାନ୍ତି I

ବୃହସ୍ପତି ରେଖା – ଏହି ବୃହସ୍ପତି ରେଖା ମଥା ରେ ଶନି ରେଖା ର ତଳେ ରହିଥାଏ I ଏହା ଶନି ରେଖା ରୁ ଟିକେ ବଡ଼ ହେଇଥାଏ I ଏହା ଜଣେ ବ୍ୟକ୍ତି ଙ୍କ ର ଆଧ୍ୟାତ୍ମିକତା ଓ ଅନ୍ୟ ବ୍ୟକ୍ତିତ୍ୱ ବିଷୟ ରେ ପରିଚୟ ଦେଇଥାଏ I ଏହି ଲୋକେ କେତେ ଆତ୍ମବିଶ୍ଵାସୀ ଓ କିପରି କର୍ମ ଅନୁସାରେ ଫଳ ପାଇଥାନ୍ତି ଏହି ରେଖା ରୁ ହିଁ ଜଣାଯାଇଥାଏ I

ମଙ୍ଗଳ ରେଖା – ବ୍ୟକ୍ତି ଙ୍କ ର ମଥା ରେ ବୃହସ୍ପତି ରେଖା ର ତଳେ ମଙ୍ଗଳ ରେଖା ରହିଥାଏ I କୌଣସି ବି ବ୍ୟକ୍ତି ଙ୍କ ର ମଥା ରେ ଏହି ମଙ୍ଗଳ ରେଖା ସ୍ପଷ୍ଟ ଦେଖାଯାଇଥାଏ I ଏହି ଲୋକେ ଦୂରଦର୍ଶୀ , ବୀର ଓ ଜ୍ଞାନୀ ହେଇଥାନ୍ତି I ଯଦି କୌଣସି ବ୍ୟକ୍ତି ଙ୍କ ର ମଥା ରେ ଛୋଟ ମଙ୍ଗଳ ରେଖା ରହିଛି ତେବେ ସେହି ବ୍ୟକ୍ତି ଅଧିକ ଶୀଘ୍ର ବିରକ୍ତ ହେଇଯାଇଥାନ୍ତି I

ବୁଧ ରେଖା – ଏହି ରେଖା ଅଧିକାଂଶ ସମୟ ରେ ମଥା ର କେନ୍ଦ୍ର ରେ ରହିଥାଏ I ଏହି ରେଖା ଅଧିକ ଲମ୍ବା ହେଇଥାଏ I ଅନେକ ବ୍ୟକ୍ତି ଙ୍କ ର ଏହି ରେଖା କାନ ର ଉପରି ଭାଗ କୁ ମଧ୍ୟ ସ୍ପର୍ଶ କରିଥାଏ I ଏପରି ଅଧିକ ବଡ଼ ବୁଧ ରେଖା ଥିବା ବ୍ୟକ୍ତି ଙ୍କ ର ସ୍ମରଣ ଶକ୍ତି ଅଧିକ ଭଲ ରହିଥାଏ I

ଶୁକ୍ର ରେଖା – ଶୁକ୍ର ରେଖା ବୁଧ ଓ ମଥା ର କେନ୍ଦ୍ର ଭାଗ ରେ ରହିଥାଏ I ଏହି ରେଖା ସାଧାରଣ ଭାବ ରେ ଛୋଟ ହେଇଥାଏ I ଏହା ଲୋକ ଙ୍କ ର ଆକର୍ଷଣ କୁ ଦର୍ଶାଇଥାଏ I ଯେଉଁ ବ୍ୟକ୍ତି ଙ୍କ ର ମଥା ରେ ଶୁକ୍ର ରେଖା ସ୍ପଷ୍ଟ ରୂପେ ଦେଖାଯାଇଥାଏ ତେବେ ସେ ତାଙ୍କ ଜୀବନ ଶୈଳୀ କୁ ପ୍ରେମ ଓ ଧାର୍ଯ୍ୟ ର ସହ ବିତାଇଥାନ୍ତି I

ସୂର୍ଯ୍ୟ ରେଖା – ଏହି ସୂର୍ଯ୍ୟ ରେଖା ଡାହାଣ ଆଖି ଉପରି ଭାଗ ରେ ରହିଥାଏ ଏହି I ଏହି ରେଖା ଅଧିକ ଲମ୍ବା ହେଇ ନ ଥାଏ I ଏହି ରେଖା ଜଣେ ବ୍ୟକ୍ତି ଙ୍କ ର ପ୍ରତିଭା କୁ ଦର୍ଶାଇଥାଏ I ଏହି ବ୍ୟକ୍ତି ଅନୁଶାସନ ରେ ରହିବା ପସନ୍ଦ କରିଥାନ୍ତି I

ଚନ୍ଦ୍ରମା ରେଖା – ଏହି ଚନ୍ଦ୍ରମା ରେଖା ବାମ ପାର୍ଶ୍ଵ ରେ କପାଳ ରେ ରହିଥାଏ I ଏହି ରେଖା ସରଳ ଓ ସିଧା ରହିଥାଏ I ଏବଂ ଏହି ରେଖା ଥିବା ବ୍ୟକ୍ତି ଭଲ ଚିତ୍ରକଳା , ଗୀତ ଓ ସଂଗୀତ ଆଦି ରେ ରୁଚି ରଖିଥାନ୍ତି I