ମୁହଁ ମିଠା କରନ୍ତୁ , ନର୍ସିଙ୍ଗ ହୋମ ରେ ଝିଅ ଜନ୍ମ ହେଇଚି I ଏହି ଶବ୍ଦ ଶୁଣିବା ମାତ୍ରେ ଡାକ୍ତର ସିପ୍ରା ବେଶ ଖୁସି ହେଇଥାନ୍ତି I ଏବଂ ଆଜି ବି ଏପରି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଝିଅ ଜନ୍ମ ହେବାରେ ଅଧିକ ଖୁସି ହେଇଥାନ୍ତି I ଏବଂ ସେହି ଡକ୍ଟର ଙ୍କ ମଧ୍ୟ ରେ ଜଣେ ହେଉଛନ୍ତି ସିପ୍ରା I ସେ ତାଙ୍କ ହସ୍ପିଟାଲ ରେ ଯଦି ଝିଅ ଜନ୍ମ ହେବାର ଦେଖନ୍ତି ତେବେ ସେହି ବ୍ୟକ୍ତି ଙ୍କ ଠାରୁ କୌଣସି ବି ଫିସ ନେଇ ନ ଥାନ୍ତି I ଡାକ୍ତର ସିପ୍ରା ବାରଣାସୀ ରେ ଏକ ପାହାଡିଆ ଅଂଚଳ ରେ ନିଜ ର ନରସିଂଗ ହୋମ ଚଳାଇଥାନ୍ତି I
ଝିଅ ଙ୍କୁ ସମର୍ଥନ କରିବା ଓ ଲୋକ ଙ୍କ ମନ ରୁ ଝିଅ ଜନ୍ମ କୁ ନେଇ ଭ୍ରାନ୍ତ ଧାରଣା ଆଦି ଦୂର କରିଥାନ୍ତି ଏହି ଡାକ୍ତର I ଡାକ୍ତର ସିପ୍ରା ଙ୍କ ର ନର୍ସିଙ୍ଗ ହୋମ ରେ ଯଦି କେହି ଝିଅ ଜନ୍ମ ଦେଇଥାନ୍ତି ତେବେ ସେଠାରେ ତାଙ୍କ ଠାରୁ ଫିସ ନିଆ ଯାଇ ନ ଥାଏ I
ଡାକ୍ତର ସିପ୍ରା ଧର ଶ୍ରୀବାସ୍ତବ କନ୍ୟା ଭୃଣ କୁ ନଷ୍ଟ କରୁଥିବା ବ୍ୟକ୍ତି ଙ୍କ ର ଅନ୍ଧ ବିଶ୍ୱାସ କୁ ଦୂର କରିବାକୁ ଏକ ଯୋଜନା ଆରମ୍ଭ କରିଛନ୍ତି I ଝିଅ ଙ୍କୁ ନେଇ ଲୋକ ଙ୍କ ର ଥିବା ନକାରାତ୍ମକ ଚିନ୍ତାଧାରା କୁ ବି ସେ ଦୂର କରିବାକୁ ଏକ ପାଦ ଆଗେଇଛନ୍ତି I ଦରିଦ୍ରତା କାରଣ ରୁ କିଛି ଲୋକେ ଝିଅ ଜନ୍ମ ହେଲେ ଦୁଃଖ ପ୍ରକାଶ କରିଥାନ୍ତି I ଜଣେ ଗର୍ଭବତୀ ମହିଳା ସାଧାରଣ ଡେଲିଭରି କି ଅପରେସନ ହେଇ ସନ୍ତାନ ଜନ୍ମ ହେଉ ଯଦି ଝିଅ ହେଇଚି ମାନେ ଏଠାରେ ତାଙ୍କୁ କୌଣସି ବି ଫିସ ମଗାଯାଇ ନ ଥାଏ I
ଡାକ୍ତର ସିପ୍ରା ଙ୍କ ର ଏହି ଅଭିଯାନ କୁ ନେଇ ବିଗତ ମଇ ମାସ ରେ ବାରଣାସୀ କୁ ଆସିଥିବା ପ୍ରଧାନମନ୍ତ୍ରୀ ବେଶ ଖୁସି ହେଇଛନ୍ତି I ଏବଂ ଏହା ପରେ ପ୍ରଧାନମନ୍ତ୍ରୀ ଦେଶ ର ସବୁ ଡାକ୍ତର ଙ୍କୁ ଏହି ଅନୁରୋଧ କରିଛନ୍ତି କି ପ୍ରତୋକ ମାସ ର 9 ତାରିଖ ରେ ଯେଉଁ ମହିଳା ଙ୍କ ର ସନ୍ତାନ ଜନ୍ମ ହେଇଥାଏ ତାଙ୍କ ଠାରୁ କୌଣସି ବି ଫିସ ନିଆଯିବ ନାହିଁ I
ଖାଲି ସେତିକି ନୁହେଁ ଡାକ୍ତର ସିପ୍ରା ଗରିବ ଝିଅ ଙ୍କ ର ବି ଶିକ୍ଷ୍ୟା ର ଭାର ଉଠାଇଛନ୍ତି I ସେ ନର୍ସିଙ୍ଗ ହୋମ ରେ ବି ପିଲା ଙ୍କୁ ପାଠ ପଢାଇ ଥାନ୍ତି I ସେଠାକୁ କାମ କରିବାକୁ ଆସୁଥିବା ଲୋକ ଙ୍କ ର ପିଲା ଙ୍କୁ ବି ସେ ପାଠ ପଢ଼ାଇଥାନ୍ତି I ଏବଂ ଆର୍ଥିକ କ୍ଷମତା ରେ ଦୁର୍ବଳ ଥିବା ଲୋକ ଙ୍କ ର ପିଲା ଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ପାଇବା ରେ ସହାୟତା ବି କରିଥାନ୍ତି I ତାଙ୍କ ସ୍ୱାମୀ ମନୋଜ କୁମାର ଶ୍ରୀ ବାସ୍ତବ ଜଣେ ଫିଜିସିଆନ ଅଟନ୍ତି ଓ ସେ ତାଙ୍କ ପତ୍ନୀ ଙ୍କ ର ପୁର୍ଣ ସହାୟତା କରିଥାନ୍ତି I ବର୍ତମାନ 38 ଗୋଟି ପରିବାର କୁ ପ୍ରତୋକ ମାସ ରେ ଆର୍ଥିକ ସହାୟତା ବି ପ୍ରଦାନ କରୁଛନ୍ତି ଏବଂ ପ୍ରତୋକ ମାସ ରେ 10 କିଲୋ ଗହମ ଓ 5 କିଲୋ ଚାଉଳ ଦେଇଥାନ୍ତି I
ଡାକ୍ତର ଙ୍କ କହିବା ଅନୁସାରେ ଆଜି ଆମ ର ଦେଶ ଅନେକ ପ୍ରଗତି କରିଲାଣି ସେହି ଅନୁସାରେ ଆମ ଲୋକ ଙ୍କ ର ବି ଚିନ୍ତାଧାରା କୁ ପରିବର୍ତନ କରିବାକୁ ହେବ ଓ ଉଭୟ ପୁଅ ହେଉ କି ଝିଅ ସନ୍ତାନ ଜନ୍ମ ରେ ଖୁସି ହେବାକୁ ପଡିବ I