ମ୍ୟାଚ ଜିତିବା ପରେ ବିରାଟ କୋହଲି କହିଲେ, ଆମେ ଭାବି ବି ନଥିଲୁ କି ଏମିତି …

ଭାରତ ଓ ଶ୍ରୀଲଙ୍କା ମଧ୍ୟ ରେ 3 ଗୋଟି ମ୍ୟାଚ ର ଟି 20 ସିରିଜ ର ଶେଷ ମୁକାବିଲା ରେ ଭାରତୀୟ ଟିମ ଶ୍ରୀଲଙ୍କା ଟିମ କୁ 78 ରନ ବ୍ୟବଧାନ ରେ ପରାଜିତ କରିଛି I ଭାରତ ଏହି ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରିଥିଲା I ଏବଂ 6 ଵିକେଟ ହରାଇ 201 ରନ କରିଥିଲା I ଭାରତୀୟ ଟିମ ର ଲୋକେଶ ରାହୁଲ 54 ରନ ଓ ଶିଖର ଧାୱନ 52 ରନ କରିଥିଲେ I ସେହିପରି ମନୀଷ ପାଣ୍ଡେ ଏଠାରେ 31 ରନ କରିଥିଲେ I ବିରାଟ କୋହଲି ମାତ୍ର 26 ରନ ହିଁ କରିପାରିଥିଲେ I ଉତ୍ତର ରେ ଶ୍ରୀଲଙ୍କା ଟିମ ମାତ୍ର 15.5 ଓଭର ରେ 123 ରନ କରି ଅଲଆଉଟ ହେଇଯାଇଥିଲା I ଶ୍ରୀଲଙ୍କା ଟିମ ର କ୍ରିକେଟର ଏଜେଲୋ ମେଟ୍ୟୁ 31 ରନ କରିଥିଲେ ଓ ଧନଜୟ 57 ରନ କରିଥିଲେ I

ସିରିଜ ଜିତିକି ଟିମ ଇଣ୍ଡିଆ ର କ୍ୟାପଟେନ ବିରାଟ କୋହଲି ବହୁତ ଖୁସି ଥିଲେ I ଏବଂ ଇଣ୍ଟରଭିୟୁ ରେ ଏହା ମଧ୍ୟ କହିଥିଲେ କି ଟିମ ର ସବୁ ଖେଳାଳି ମାନେ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି I ଏବଂ ଭବିଷ୍ୟତ ରେ ମଧ୍ୟ ଆହୁରି ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ମଧ୍ୟ ବିଶ୍ୱାସ ରହିଛି I

ବିରାଟ କୋହଲି ଏହା ମଧ୍ୟ କହିଛନ୍ତି କି ମନୀଷ ପାଣ୍ଡେ ଓ ସାରଦୁଲ ଠାକୁର ଯେଉଁପରି ଖେଳ ପ୍ରଦର୍ଶନ କରିଛନ୍ତି ଏହା ପ୍ରଶଂସନୀୟ ଅଟେ I ତାଙ୍କ ର ଭଲ ରନ କୁ ନେଇ ଟିମ ବିଜେତା ହେଇପାରିଛି I ମୋର ର ଆଶା ଥିଲା କି ଆମେ 180 ରନ ପର୍ଯ୍ୟନ୍ତ ପହଂଚିଯିବୁ କିନ୍ତୁ ଆମେ 200 ରନ ରୁ ଉର୍ଧ୍ଵ କରିପାରିଥିଲୁ I ତେଣୁ ଆମ ସବୁ ଖେଳାଳି ଆଗାମୀ ସମୟ ରେ ମଧ୍ୟ ଏହା ଦେଖାଇବା କୁ ହେବ କି ଯେ କୌଣସି ପରିସ୍ଥିତି ରେ ମଧ୍ୟ ଆମେ ଖେଳିବା କୁ ସକ୍ଷମ ଅଟୁ I ଆମ ର ଓପନ୍ର ଖେଳାଳି ରୋହିତ , ଧାୱନ ଓ ରାହୁଲ ଅଟନ୍ତି I ଏହି ଖେଳାଳି ମାନେ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି I