ଖୋଲିଲା ପୁରୀ Ratna Bhandar ରହସ୍ୟ, ଏମିତି ସତ ଆସିଲା ସାମ୍ନାକୁ, ଭିତରେ ରହିଛି ଏମିତି ଜିନିଷ ସବୁ, ହେ ପ୍ରଭୁ…

ନମସ୍କାର ବନ୍ଧୁଗଣ ପୁଣିଥରେ ଚର୍ଚ୍ଚାକୁ ଆସିଛି ପୁରୀର ଜଗନ୍ନାଥ ମନ୍ଦିର ଏଥର କିନ୍ତୁ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ରହସ୍ୟକୁ ନେଇ ଆମ ଓଡ଼ିଶାରେ ବୋହୁତ ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ପରେ ଉଠିଛି ବଡ଼ ବିବାଦ ସମସ୍ତଙ୍କ ମନ ଭିତରେ ଗୋଟିଏ ପ୍ରଶ୍ନ ବର୍ଷ ବର୍ଷ ଧରି ବନ୍ଦ୍ ରହିଥିବା ରତ୍ନ ଭଣ୍ଡାର କଣ ସତରେ ଖୋଲିବ। କଣ କଣ ରହିଛି ରତ୍ନ ଭଣ୍ଡାର ଭିତରେ କେହି କେହି ଏମିତିବି କୁହନ୍ତି ଅନନ୍ତ ନାଗ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ଜଗି ରଖିଛନ୍ତି ଭଣ୍ଡାରର କାନ୍ଥରେ କାନ ଦେଲେ ସୁବୁଛି ଶୁ ଶୁର ଗର୍ଜନ। ତାହା ସହିତ ଆଉକିଛି କଥା ମଧ୍ୟ ଶୁଣିବାକୁ ମିଳେ କି ରତ୍ନ ଭଣ୍ଡାର ପାଖରେ ଦିଆଯାଇଥିବା ମହାପ୍ରସାଦ ସକାଳୁ ନଥାଏ।

ଏମିତି ଅନେକ ରହସ୍ୟକୁ ନେଇ ଆଜି ଆସନ୍ତୁ ଜାଣିବା ଖୋଲିଗଲା ରତ୍ନ ଭଣ୍ଡାରର ରହସ୍ୟ। ୩୪ ବର୍ଷ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରହସ୍ୟ ଜଗମୋହନ ମରାମତି ସରିବା ପରେ ରତ୍ନ ଭଣ୍ଡାରର ସ୍ଥିତି ଜାଣିବା ପାଇଁ ହାଇକୋର୍ଟର ନିର୍ଦ୍ଦେଶ ଆସିଛି। ମହଣ ମହଣ ସୁନା ଅଳଙ୍କାରରେ ଭରି ହୋଇଥିବା ରତ୍ନ ଭଣ୍ଡାରର କବାଟ ଖୋଲିବାକୁ ଯାଉଛି ଏହିସବୁ ସୁନା ଅଳଙ୍କାର ୪ଟି ଭଣ୍ଡାର ଘରେ ଅଛି ରତ୍ନ ଭଣ୍ଡାରକୁ ଦୁଇ ଭାଗରେ ଭାଗ କରାଯାଇଛି ଭିତର ଭଣ୍ଡାର ଘର ଆଉ ବାହାର ଭଣ୍ଡାର ଘର।

ପ୍ରଥମ ଦୁଇଟି ଭଣ୍ଡାର ଘରେ ମହାପ୍ରଭୁଙ୍କ ଦୈନଦିନ ଅଳଙ୍କାର ଆଉ ସୁନାବେଶ ସମୟର ଅଳଙ୍କାର ରହିଛି ତେବେ ଭିତରର ରତ୍ନ ଭଣ୍ଡାର ଆଜିଯାଏଁ ବନ୍ଦ୍ ରହିଛି। କିମ୍ବଦନ୍ତୀ ଅନୁସାରେ ପୂର୍ବକାଳରେ ରାଜାମାନେ ଯୁଦ୍ଧରେ ବିଜୟ ହୋଇ ସୁନା ଅଳଙ୍କାର ଆଣୁଥିଲେ ଯାହାକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ସିନ୍ଦୂକରେ ରଖା ଯାଉଥିଲା। ମାଦଳା ପାଞ୍ଜି ଅନୁସାରେ ଯଦି ଦେଖିବା ରାଜା ଅନଙ୍ଗ ଭୀମଦେବ ୨ ଲକ୍ଷ ୫୦ ହଜାରର ମଢ଼ା ସୁନା ପ୍ରଭୁ ଜଗନ୍ନାଥଙ୍କ ଗହଣା ତିଆରି କରିବାକୁ ଦାନ କରିଥିଲେ ଯାହା ହୁଏତ ଏହି ରତ୍ନ ଭଣ୍ଡାରରେ ଥାଇପାରେ।

ଓଡ଼ିଶାରେ ସୂର୍ଯ୍ୟବଂଶୀ ଶାସକମାନେ ପ୍ରଭୁ ଜଗନ୍ନାଥଙ୍କୁ ମୂଲ୍ୟବାନ ସୁନା ଅଳଙ୍କାର ଦାନ କରିଥିଲେ ଯାହା ଏହି ଘରେ ଥାଇପାରେ ବୋଲି ଅନୁମାନ କରାଯାଏ ତାହା ସହିତ ଜଗନ୍ନାଥ ମନ୍ଦିରରେ ଥିବା ଦିଗବିଜୟ ଦ୍ଵାରରେ ଖୋଦିତ ହୋଇଥିବା ଲିପି ଅନୁସାରେ ୧୪୬୬ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ବିପୁଳ ସୁନା ଗହଣା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଥିଲେ। ଏମିତି ଅନେକ ସୁନା ଗହଣା ଏହି ରତ୍ନ ଭଣ୍ଡାରରେ ରହିଥିବାର ଅନୁମାନ କରାଯାଉଛି।

ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ମାର୍ଚ୍ଚ ୨୬-୨୭ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କୁହାଯାଉଥିଲା କିନ୍ତୁ କିଛି କାରଣ ପାଇଁ ଏହାକୁ ଖୋଲା ଯାଇନଥିଲା ବର୍ତ୍ତମାନ ଏହି ରତ୍ନ ଭଣ୍ଡାରଟି ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଖୋଲିବ ବୋଲି ଅନୁମତି ମିଳିଛି। ଆଇନ ବିଭାଗ ପକ୍ଷରୁ ଗୋଟିଏ ଚିଠି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଆସିଛି ବୋଲି ଜଣା ପଡିଛି। ଅଳଙ୍କାର ତାଲିକା ଅନୁସାରେ ଦେଖିଲେ ତେବେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ରହିଛି ୫୯୮ ପ୍ରକାରର ହୀରା, ଲୀଳା, ମୋତି, ମାଣିକ ଅଳଙ୍କାର ତାହା ମଧ୍ୟରୁ ୩୧ ପ୍ରକାର ଅଳଙ୍କାରକୁ ବିଭିନ୍ନ ଯାନିଯାତ୍ରାରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯାଇଥାଏ ଆଉ ବଳକା ଅଳଙ୍କାରକୁ ଭିତର ଭଣ୍ଡାର ଘରେ ରଖା ଯାଇଛି। ତେବେ ଏତେ ପରିମାଣରେ ଥିବା ଅଳଙ୍କାର ରତ୍ନ ଭଣ୍ଡାରକୁ କେମିତି ଆଉ କେତେ ସୁରକ୍ଷା ଢଙ୍ଗରେ ଯାଞ୍ଚ୍ କରାଯିବ ଆସନ୍ତା ମାସର ପ୍ରଥମ ସପ୍ତାହରେ ଜଣା ପଡିବ।