ନାବାଳିକା ଶାଳୀଙ୍କ ସହ ଚାଲିଥିଲା ଭିଣେଇଙ୍କର ଚକ୍କର, ଶାଳୀ ବି ଥିଲେ ରାଜି, ତାପରେ ଦୁଇ ଜଣ କରିଦେଲେ ଏପରି କାଣ୍ଡ, କି ଘର ଲୋକ ବି …

ବୈବାହିକ ବନ୍ଧନ ସବୁଠାରୁ ପବିତ୍ର ହୋଇଥାଏ | କିନ୍ତୁ କେତେକ ଲୋକ ଏହି ବିବାହକୁ ମଜାକ ଆକାରରେ ନେଇଥାନ୍ତି |ଏହି ସମ୍ପର୍କ ମୂଲ୍ୟ କୁ ଅଣଦେଖା କରି ଏପରି କାଣ୍ଡ କରିଥାନ୍ତି ଯେ, ତାଙ୍କର ଵିଵାଭିକ ଜୀବନ ଛାରଖାର ହୋଇଯାଇଥାଏ | ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି, ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଯିଏ ହେଲେ ଜଣେ ଅନ୍ୟ ଜଣକୁ ଧୋକା ଦେଇଥାନ୍ତି | ଏଭଳି ଘଟଣା ଗୁଡିକରେ ସ୍ୱାମୀ ସ୍ତ୍ରୀ କୁ ଧୋକାଦେଇ ପରା ସ୍ତ୍ରୀ ସହ ଚକ୍କର ଚଳେଇଥିବାର ଅଧିକ ଦେଖାଯାଇଥାଏ | କିନ୍ତୁ ଦୁମଂକ ଜିଲ୍ଲାର ଜଣେ ସ୍ୱାମୀ ସବୁ ସୀମା ଟପି ଯାଇଛି | ସେ ନିଜର ନାବାଳିକା ଶାଳୀ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା | ତାଙ୍କର ଶାଳୀ ମଧ୍ୟ ତାଙ୍କୁ ଭଲ ପାଇ ବସିଥିଲେ | ଏହା ପରେ ଉଭୟ ଏପରି ପଦକ୍ଷେପ ନେଇଥିଲେ ଯେ, ସେଠାକୁ ପୋଲିସ କୁ ମଧ୍ୟ ଡାକିବାକୁ ପଡିଥିଲା |

ସୂଚନା ଅନୁଯାୟୀ, ଘଟଣା ଟି ଝାଡଖଣ୍ଡର ଡୁମ୍କା ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ମନୋଜ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନାବାଳିକାକୁ ଘରୁ ନିଜ ସାଙ୍ଗରେ ଧରି ଆଣି ତାଙ୍କ ସହିତ ମନ୍ଦିରରେ ବିବାହ କରିବା ସମୟରେ ପୋଲିସ ପହଞ୍ଚିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ନାବାଳିକା ଜଣକ ହେଲେ ମନୋଜ ପଣ୍ଡିତଙ୍କ ଶାଳୀ ଥିଲେ।

ବାସ୍ତବରେ ମନୋଜ ପଣ୍ଡିତ ଗତ କିଛି ଦିନ ହେବ ତାଙ୍କ ଶାଳୀ ଉପରେ ନଜର ରଖିଥିଲେ। ପ୍ରତିଦିନ ସେ ତାଙ୍କ ସହ ମିଠା କଥା ହେଉଥିଲେ। ଖୁବ୍ ଶୀଘ୍ର ସେ ଶାଳୀଙ୍କୁ ତାଙ୍କର ମଧୁର କଥାବାର୍ତ୍ତା ସହିତ ପ୍ରେମର ଜାଲରେ ଫସାଇଥିଲେ | କିନ୍ତୁ ସେମାନେ ଜାଣିଥିଲେ ଯେ ପରିବାର ସଦସ୍ୟ ସେମାନଙ୍କ ସମ୍ପର୍କ ଗ୍ରହଣ କରିବେ ନାହିଁ, ତେଣୁ ଦୁହେଁ ଘରୁ ପଳାଇବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ଗୋଟିଏ ରାତିରେ ସଂପୂର୍ଣ୍ଣ ଯୋଜନା ଅନୁଯାୟୀ ଉଭୟ ଘରୁ ପଳାଇଲେ | ପରଦିନ ଘରୁ ପଳାଇ ସେମାନେ ସିଧା ମନ୍ଦିରକୁ ଯାଇ ସେଠାରେ ପରସ୍ପରଙ୍କୁ ବିବାହ କରିଥିଲେ।

ଯେତେବେଳେ ନାବାଳିକାଙ୍କ ବାପା ଏ ବିଷୟରେ ସୂଚନା ପାଇଲେ, ସେ ତାଙ୍କ ଜୁଆଇଁ ବିରୋଧରେ ମୁଫୁସିଲ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମନୋଜଙ୍କୁ ଖୋଜିବା ଆରମ୍ଭ କରି ଖୁବ୍ ଶୀଘ୍ର ତାଙ୍କୁ ଧରିଥିଲା। ପୋଲିସର ସୂଚନାନୁସାରେ, ମନୋଜ ନାବାଳିକା ଝିଅ ସହିତ ହରିୟାଣାକୁ ପଳାଇବାକୁ ଯାଉଥିଲେ। କିନ୍ତୁ ପୋଲିସ ତାଙ୍କୁ ଘଟଣାସ୍ଥଳରୁ ଧରି ଯୋଜନା ଭଣ୍ଡୁର କରିଥିଲା। ମନୋଜଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ନାବାଳିକାକୁ ତାଙ୍କ ଘରଲୋକଙ୍କ ନିକଟକୁ ପଠାଇଦେଇଛନ୍ତି |

ଅନ୍ୟପକ୍ଷରେ, ମନୋଜଙ୍କ ପତ୍ନୀ ଏହି ଘଟଣାରେ ଅତ୍ୟନ୍ତ ଦୁଖୀ ଅବସ୍ଥାରେ ଅଛନ୍ତି। ତାଙ୍କ ସ୍ୱାମୀ କିପରି ତାଙ୍କ ସହିତ ଏହା କରିପାରିବେ ସେ ବୁଝି ପାରୁନାହାନ୍ତି | ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ତାଙ୍କ ସାନ ଭଉଣୀ ମଧ୍ୟ ପ୍ରେମରେ ପାଗଳ ହୋଇ ନିଜ ଭିଣଇ ସହ କଥା ହୋଇ ଭଉଣୀର ଘରକୁ ନଷ୍ଟ କରିଦେଇଥିଲେ। ମନୋଜଙ୍କର ଏକ ଝିଅ ମଧ୍ୟ ଅଛି | ଏଭଳି ପରିସ୍ଥିତିରେ ତାଙ୍କ ପତ୍ନୀ କିପରି ତାଙ୍କର ଭରଣ ପୋଷଣ କରିବେ ସେ ନେଇ ଚିନ୍ତିତ ଅଛନ୍ତି।