ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ଏମିତି ଜିନିଷ ରହିଛି ଯାହାକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ଅନେକ ଲାଭ ହୋଇଥାଏ ଏବଂ ଏମିତି ଅନେକ ଜିନିଷ ରହିଛି ଯାହାକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ଅନେକ କ୍ଷତି ମଧ୍ୟ ହୋଇଥାଏ। ଆମେମାନେ ଯାହାସବୁ ପିନ୍ଧିଥାଉ ଯଦି ତାହା ସବୁ ରାଶି ଅନୁସାରେ ପିନ୍ଧିବା ତେବେ ତାହା ଦ୍ଵାରା ଆମକୁ ଅନେକ ମାତ୍ରାରେ ଲାଭ ମିଳିଥାଏ କିନ୍ତୁ ଯଦି ଆମେ ରାଶି ଅନୁସାରେ ନ ପିନ୍ଧିବା ତେବେ ଆମକୁ କ୍ଷତି ହେବାର ଅନେକ ସମ୍ଭାବନା ରହିଥାଏ। ତେଣୁ ଆଜି ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ହାତରେ ଲାଲ୍ ସୂତା ପିନ୍ଧିଲେ ଶୁଭ ହୋଇଥାଏ। ଯାହା ଫଳରେ ସେମାନଙ୍କୁ ସବୁ କ୍ଷେତ୍ରରେ ଲାଭ ଏବଂ ଉନ୍ନତି ମିଳି ପାରିବ।
ତେବେ ମେଷ ରାଶି, ସିଂହ ରାଶି, ବିଛା ରାଶି, କର୍କଟ ରାଶି ଏବଂ ଧନୁ ରାଶିର ଲୋକମାନେ ଏହି ଲାଲ୍ ସୂତା ପିନ୍ଧିବା ଦ୍ଵାରା ସେମାନଙ୍କ ଦେହରେ ସକାରାତ୍ମକ ଉର୍ଯାର ନିବାସ ହୋଇଥାଏ। ଏହି ସୂତାକୁ ପିନ୍ଧିବା ଦ୍ଵାରା ସେମାନଙ୍କୁ ସଚ୍ଚା ପ୍ରେମ ମିଳି ଯାଇଥାଏ। ଏହି ରାଶିର ବ୍ୟକ୍ତିମାନେ ଯାହାକୁ ବିବାହ କରିବାକୁ ଚାହୁଁବେ ସେମାନଙ୍କୁ ଅତି ସହଜରେ ବିବାହ ମଧ୍ୟ କରିପାରିବେ। ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଭଗଵାନ ହନୁମାନଙ୍କର ଅପାର କୃପା ରହିଥାଏ।
ଯାହା ଫଳରେ ଏହି ଜାତକ ମାନଙ୍କୁ କୌଣସି ପ୍ରକାରର ଅସୁବିଧା ହୋଇ ନଥାଏ। ତେଣୁ ସେମାନଙ୍କୁ ମନ ଚାହୁଁଥିବା ବିବାହ ପ୍ରସ୍ତାବ ମଧ୍ୟ ମିଳି ଯାଇଥାଏ ଏବଂ ବିବାହର ଶୁଭ ଖବର ମଧ୍ୟ ବୋହୁତ ଶୀଘ୍ର ମିଳି ଯାଇଥାଏ। ତେଣୁ ଯଦି ଆପଣ ଏହି ଲାଲ୍ ସୂତା ପିନ୍ଧୁଛନ୍ତି ତେଣୁ ଆପଣଙ୍କ କୁଣ୍ଡଳିରେ ଯଦି କୌଣସି ଦୋଷ ରହିଛି ତେବେ ତାହା ମଧ୍ୟ ଦୂର ହୋଇଯାଇଥାଏ। ଏଣୁ ଏହି ରାଶିର ଜାତକର ଲୋକମାନେ ଏହି ଲାଲ୍ ସୂତା ହାତରେ ପିନ୍ଧିବା ଉଚିତ୍। ସେମାନଙ୍କ ଉପରେ ଭଗଵାନ ହନୁମାନଙ୍କର ଅସୀମ ଲାଗି ରହିବ।
ତେବେ କନ୍ୟା, ତୁଳା ଏବଂ କୁମ୍ଭ ରାଶିର ଜାତକର ଲୋକମାନେ ମଧ୍ୟ ଏହି ଲାଲ୍ ସୂତା ପିନ୍ଧିଲେ ନିଜର କ୍ୟାରିୟର ବା ଚାକିରୀ ସମ୍ବନ୍ଧୀୟ କ୍ଷେତ୍ରରେ ଏବଂ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ରହି ନଥାଏ। ଏହି ସୂତା ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସୀ ଆଣି ଦେଇଥାଏ। ବିବାହରେ ଏବଂ ଚାକିରୀ କ୍ଷେତ୍ରରେ ଆସିଥିବା ସବୁ ସମସ୍ୟାରୁ ଏହି ସୂତା ଦୂରେଇ ଦେଇଥାଏ। ତେଣୁ ଏହି ରାଶି ମାନେ ଏହି ଲାଲ୍ ସୂତା ନିଶ୍ଚିତ ପିନ୍ଧିବା ଦରକାର। ଏହି ରାଶିର ଜାତକରେ କାଳ ଭୈରବଙ୍କର କୃପା ରହିଥାଏ। ତେଣୁ ଏହି ୮ ଟି ରାଶିର ଲୋକମାନେ ନିଜର ହାତରେ ଲାଲ୍ ସୂତା ପିନ୍ଧିବା ନିହାତି ଆବଶ୍ୟକ ଅଟେ।