ବନ୍ଧୁଗଣ ଆପଣମାନେ ବାବୁଶାନ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ମଧ୍ୟ ଆପଣମାନେ ବେଶ ପସନ୍ଦ କରୁଥିବେ ତେବେ ଗତମାସରେ ବାବୁଶାନ୍ ଙ୍କର କୁନି ପୁଅଟେ ଜନ୍ମ ନେଇଛନ୍ତି।
ଆଉ ପୁଅ ଜନ୍ମ ହେଲାପରେ ବାବୁଶାନ୍ ବୋହୁତ ଖୁସୀ ଥିବାର ନଜର ଆସିଛନ୍ତି ଏବଂ ଅଧିକାଂଶ ସମୟ ତାଙ୍କ କୁନି ପୁଅ ସହ ବିତାଉଥିବାର ନଜର ଆସିଛନ୍ତି। ବର୍ତ୍ତମାନ ସମୟରେ କୋରୋନା ଭାଇରସ ଯୋଗୁଁ ଓଡ଼ିଶାରେ ସମସ୍ତ ସିରିୟଲ ଓ ସିନେମାର ସୁଟିଂ ବନ୍ଦ୍ ରହିଛି | ବାବୁଶାନ୍ ଙ୍କର ଫିଲ୍ମ ସୁଟିଂ ମଧ୍ୟ ବନ୍ଦ୍ ରହିଥିବାରୁ ସେ ବୋହୁତ ସମୟ ଘରେ ରହିଥିବାର ନଜର ଆସିଛନ୍ତି |
ଆଉ ସେଥିପାଇଁ ସେ ତାଙ୍କ ପୁଅଙ୍କ ସହ ବୋହୁତସାରା ସମୟ ବିତାଉଛନ୍ତି। ତାଙ୍କ ପୁଅର ଯତ୍ନନେବା ଠାରୁ ଆରମ୍ଭ କରି ତାକୁ ଖାଇବା ପିଇବା ସହିତ ସମସ୍ତ ପ୍ରକାରର ଦାୟିତ୍ଵ ସଂପୂର୍ଣ୍ଣ ଭାବରେ ବାବୁଶାନ୍ ବୁଝୁଛନ୍ତି।
ଆଉ ତାଙ୍କ ପୁଅକୁ ସେ ବୋହୁତ ଅଧିକ ଭଲପାଆନ୍ତି ବୋଲି ସେ ଗୋଟିଏ ଇଣ୍ଟରଭ୍ୟୁ ରେ କହିଛନ୍ତି। ସୋସଆଲ ମିଡିଆରେ ଦେଖିବାକୁ ମିଳୁଛି ସେ ତାଙ୍କ ପୁଅକୁ ଖୁଆଇ ଦେଉଛନ୍ତି, ତାଙ୍କ ସହିତ ଖେଳୁଛନ୍ତି ଓ ତାଙ୍କର ସବୁପ୍ରକାର ଯତ୍ନ ନେଉଛନ୍ତି। ବାବୁଶାନ୍ ତାଙ୍କ ପୁଅର ନାମ ସମର୍ଥ ରଖିଛନ୍ତି। ଆଉ ସମର୍ଥ ବଡହୋଇ ଦିନେ ଓଲିଉଡ ଜଗତରେ ବାବୁଶାନ୍ ଙ୍କ ଭଳି ଜଣେ ସଫଳ କଳାକାର ହେବ ବୋଲି ସେ କହିଛନ୍ତି।