ଘରୁ ନିଖୋଜ ହେଇଗଲେ 21 ବର୍ଷୀୟ ଛାତ୍ରୀ, ଘର ଲୋକଙ୍କୁ ରୁମରୁ ମିଳିଲା ଏମିତି ଚିଠି, ଯାହାକୁ ପଢିବା ପରେ ସମସ୍ତଙ୍କର ଉଡ଼ିଗଲା ହୋସ

ଉତ୍ତର ପ୍ରଦେଶ ର ସୁଲତାନପୁର ଜିଲ୍ଲାର ଗୋଲଘାଟ ଅଞ୍ଚଳ ରେ ଅଗଷ୍ଟ 23 ତାରିଖ ବୁଧବାର ଦିନ ରାତିରେ ନିଖୋଜ ହୋଇଥିବା ଛାତ୍ରୀଙ୍କୁ ଖୋଜିବାରେ ପୋଲିସ ବିଫଳ ହୋଇଛି | ଛାତ୍ରୀଙ୍କ ପରିବାର ସଦସ୍ୟ ମାନେ 24 ଅଗଷ୍ଟ ରେ ଏହି ଘଟଣାକୁ ନେଇ ଛାତ୍ରୀଙ୍କ ସହ ପଢ଼ୁଥିବା ଏକ ଛାତ୍ରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି | ଛାତ୍ରୀଙ୍କ ନିଖୋଜ ହେବା ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ଛାତ୍ରୀଙ୍କ ବିଷୟରେ କୌଣସି ସୁରାକ ପାଇନାହିଁ | ଛାତ୍ରୀଙ୍କ ଶବ ନପାଇ ପୋଲିସ ଏ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ଲାଗିଛି |

ରାୟବରେଲୀ ଜିଲ୍ଲା ର ମିଲ ଥାନା ଅନ୍ତର୍ଗତ କଲୁ ପୁରବା ଗ୍ରାମର ନିବାସୀ ରାଜେନ୍ଦ୍ର ବହାଦୁର ସିଂହଙ୍କ ଝିଅ ନିବେଦିତା ସିଂହ (21) ସୁଲତାନପୁର ର ଜଣାଶୁଣା ଅନୁଷ୍ଠାନ କେ.ଏନ.ଆଇ ରେ କୃଷି ବିଜ୍ଞାନ ବିଭାଗରେ ବି.ଏସ.ସି ଶେଷ ବର୍ଷର ଛାତ୍ରୀ ଥିଲେ | ସେଠାରେ ସେ ହଷ୍ଟେଲ ରେ ରହି ଅଧ୍ୟୟନ କରୁଥିଲେ | କିଛି ଦିନ ହେଲା ସେ ହଷ୍ଟେଲ ଛାଡି ଏମ.ଏସ.ସି. ଏ.ଜି. ର ପ୍ରବେଶିକା ପରୀକ୍ଷା ର କୋଚିଂ କରିବାପାଇଁ ଚାଲି ଯାଇଥିଲେ |

ଛାତ୍ରୀଙ୍କ ପିଉସୀ ଗୀତା ସିଂହ କହିଛନ୍ତି ଯେ, ସେ ସୋମବାର ଦିନ କାନପୁରକୁ ଯାଇଥିଲେ | ସେଠାରେ ସେ ତାଙ୍କ ସଦାହପଥୀଙ୍କ ରୁମ ରେ ରହିଥିଲେ |ମଙ୍ଗଳବାର ଦିନ ତାଙ୍କ ପ୍ରାକଟିକାଲ ପରୀକ୍ଷା ଥିଲା | ତାପରେ ସେ ବୁଧବାର ଦିନ ସକାଳୁ ପୁଣିଥରେ କାନପୁର କୁ ଯାଇଥାନ୍ତେ | କିନ୍ତୁ ସେଦିନ ହିଁ ସେ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ |

ଅଭିଯୁକ୍ତ ଗୌରବ ସିଂହ ତାଙ୍କୁ ବ୍ଲାକମେଲ କରୁଥିଲେ

ବୁଧବାର ଦିନ ନିବେଦିତାଙ୍କ କୌଣସି ଖୋଜ ଖବର ନମିଳିବାରୁ ତାଙ୍କ ପରିବାର ର ଲୋକମାନେ ପୋଲିସଙ୍କୁ ସୂଚନା ଦେଇଥିଲେ | ପୋଲିସ ଖୋଜା ଖୋଜି କରିବା ସମୟରେ ଗୋଲଘାଟ ପୋଲରୁ ନିବେଦିତାଙ୍କ ମୋବିଲେ ଫୋନ କୁ ଜବତ କରିଥିଲା |ମୋବାଇଲ ଫୋନରୁ ମିଳିଥିବା ସୂଚନା ଅନୁଯାୟୀ ନିଖୋଜ ହେବ ପୂର୍ବରୁ ସେ ଗୌରବ ସିଂହଙ୍କ ସହ ସେ କଥା ହୋଇଥିଲେ | ଛାତ୍ରୀଙ୍କ ରୁମ ରୁ ମିଳିଥିବା ଏକ ନୋଟ ଅନୁଯାୟୀ, ଅଭିଯୁକ୍ତ ଗୌରବ ସିଂହ ତାଙ୍କୁ ଫୋନ କରିକି ବ୍ଲାକମେଲ କରୁଥିଲେ | ଫୋନ ରେ ଥିବା ଏକ ବେଙ୍କ ମେସେଜ ଅନୁସାରେ ନିବେଦିତା ଅନେକଥର ଗୌରବ ସିଂହଙ୍କ ଆକାଉଣ୍ଟ ରେ ଟଙ୍କା ଡିପୋଜିଟ କରିଛନ୍ତି |ଗୌରବ ସିଂହ ଙ୍କ ପାଖରେ ଥିବା ଛାତ୍ରୀଙ୍କର କିଛି ଆପତ୍ତିଜନକ ଫୋଟୋ କୁ ନେଇ ସେ ବାରମ୍ବାର ଛାତ୍ରୀଙ୍କୁ ବ୍ଳକମେଲଲ କରୁଥିଲେ |

ପୁଲିସ ମଧ୍ୟ ନିଜ ରଙ୍ଗ ବଦଳାଇଥିଲା

ଛାତ୍ରୀଙ୍କ ନିଖୋଜ ହେବାର ସପ୍ତାହେ ବିତି ଯିବା ପରେ ମଧ୍ୟ ପୋଲିସ ଛାତ୍ରୀଙ୍କ ବିଷୟରେ କିଛି ଖୋଜ ଖବର ନପାଇ ଘଟଣା କୁ ଏକ ଆତ୍ମହତ୍ୟା ର ରୂପ ଦେବାକୁ ଲାଗିଥିଲା | ଏହାପରେ ଛାତ୍ରୀଙ୍କ ପରିବାରର ସଦସ୍ୟ ମାନେ କହିଛନ୍ତି ଯେ, ‘ଯଦି ଏହା ଆତ୍ମହତ୍ୟା ତେବେ ଏତେଦିନ ପରେ ମଧ୍ୟ ପୋଲିସ ଆମ ଝିଅ ର ଶବକୁ ଜବତ କରିପାରିନାହିଁ କାହିଁକି ?’ ଏହି ପ୍ରଶ୍ନ ଶୁଣିଲାପରେ ପୋଲିସ ଚୁପ ହୋଇଯାଇଥିଲା | ପରିବାରର ସଦସ୍ୟ ମାନେ ପୋଲିସ ବିରୋଧରେ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତଙ୍କ ସହ ନରମ ଭାବ ଦେଖାଉଛି |ତେଣୁ ଅଭିଯୁକ୍ତ ଅପହରଣ କରିଥିବା ଦୋଷ କୁ ସ୍ୱୀକାର କରୁନାହିଁ | ପୁଣି ନିବେଦିତାଙ୍କ ରୁମ ରୁ ମିଳିଥିବା ନୋଟ ର ସ୍ପଷ୍ଟ ଭାବେ ଲେଖା ହୋଇଛି ଯେ, ଅଭିଯୁକ୍ତ ଗୌରବ ତାଙ୍କ ଆପତ୍ତିଜନକ ଫୋଟୋ କୁ ନେଇ ବାରମ୍ବାର ବ୍ଲାକମେଲ କରି ତାଙ୍କୁ ଟଙ୍କା ମାଗୁଥିଲା