2020 ଆରମ୍ଭ ରେ ଭାରତୀୟ କ୍ରିକେଟ ଟିମ ପାଁଇ ଏହା ବେଶ ଭଲ ସମୟ ରହିଛି I ବିଗତ ମ୍ୟାଚ ରେ ଭାରତୀୟ ଟିମ ଶ୍ରୀଲଙ୍କା ଟିମ ଓ ଅଷ୍ଟ୍ରେଲିଆ ଟିମ କୁ ପରାଜିତ କରିଛି I ଆଗାମୀ ମ୍ୟାଚ ଟି ରେ ଭାରତୀୟ ଟିମ ନ୍ୟୁଜଲାଣ୍ଡ ଟିମ ସହ ଖେଳିବା କୁ ଯାଉଛି I ଇତି ମଧ୍ୟ ରେ ମାଷ୍ଟର ବ୍ଲଷ୍ଟର ସଚିନ ତେନ୍ଦୁଲକର ବିରାଟ ଙ୍କୁ ପରାମର୍ଶ ଦେଇଛନ୍ତି ଓ ନିଜ ର ଅନୁଭବ ପରିପ୍ରକାଶ କରିଛନ୍ତି I
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନ୍ୟୁଜଲାଣ୍ଡ ର ମୈଦାନ ରେ କିପରି ଖେଳିବ ବେଶ ଭଲ ଭାବ ରେ ଜାଣିଛନ୍ତି I ସେ 1990 ରୁ 2009 ମଧ୍ୟ ରେ 5 ଥର ନ୍ୟୁଜଲାଣ୍ଡ ଗସ୍ତ ରେ ଯାଇଛନ୍ତି I ଏହା ସହ ଭାରତୀୟ ଟିମ ର ଖେଳାଳି ଙ୍କ ର ସଚିନ ଆତ୍ମବିଶ୍ୱାସ ବୃଦ୍ଧି ମଧ୍ୟ କରିଛନ୍ତି I ଏବଂ କହିଛନ୍ତି ନ୍ୟୁଜଲାଣ୍ଡ ଟିମ ସହ ନିଜ ର ପରାକ୍ରମତା ର ସହ ଖେଳିବା ଉଚିତ I
ସଚିନ କହିଛନ୍ତି ଟିମ ଇଣ୍ଡିଆ କୁ କିଛି ଏପରି
ନ୍ୟୁଜଲାଣ୍ଡ ଗସ୍ତ ପୂର୍ବ ରୁ ସଚିନ ଏକ ଇଣ୍ଟରଭିୟୁ ରେ କହିଛନ୍ତି ଟିମ ଇଣ୍ଡିଆ କୁ କିଛି ଏପରି I ସଚିନ କହିଛନ୍ତି କି ପ୍ରତିଟି ମ୍ୟାଚ ରେ ନ୍ୟୁଜଲାଣ୍ଡ ର କ୍ରିକେଟ ପିଚ ର ପରିବର୍ତନ ହେଇଥାଏ I ଏବଂ କିପରି ସେହି ମୈଦାନ ରେ ଭାରତୀୟ ଟିମ ଖେଳିବ ଏହା ମଧ୍ୟ ସଚିନ ଜଣାଇଛନ୍ତି I ସଚିନ ଏହା କହିଛନ୍ତି କି ଭାରତୀୟ ଟିମ ପାଖ ରେ ଯଥେଷ୍ଟ ସମୟ ରହିଛି I ତେଣୁ ଭାରତୀୟ ଟିମ ପ୍ରାକ୍ଟିସ ରେ ହିଁ ନ୍ୟୁଜଲାଣ୍ଡ ଟିମ କୁ ହରାଇବା ରେ ସଫଳ ହେଇପାରିବ I
ରୋହିତ ଶର୍ମା ଙ୍କ ପାଁଇ ସଚିନ କହିଛନ୍ତି
ସଚିନ ତେନ୍ଦୁଲକର ନିଜ କଥା ରେ କହିଛନ୍ତି ରୋହିତ ଶର୍ମା ଙ୍କୁ ନ୍ୟୁଜଲାଣ୍ଡ ବେଶ ପସନ୍ଦ ଅଟେ I ରୋହିତ ଶର୍ମା ନିଜ ର କ୍ରିକେଟ କ୍ୟାରିୟର ଆରମ୍ଭ ହିଁ ନ୍ୟୁଜଲାଣ୍ଡ ଟିମ ବିପକ୍ଷ ରେ ଖେଳିକି କରିଥିଲେ I ତେଣୁ ରୋହିତ ଶର୍ମା ଙ୍କ ର ଏହି ଅନୁଭବ ମଧ୍ୟ ଇଣ୍ଡିଆ ଟିମ ପାଁଇ ବିଶେଷ ସହାୟକ ହେବ I
24 ଜାନୁୟାରୀ ରୁ ଆରମ୍ଭ
ଜାଣିରଖନ୍ତୁ କି 24 ଜାନୁୟାରୀ କୁ ବିରାଟ ବିଗ୍ରେଡ଼ ନ୍ୟୁଜଲାଣ୍ଡ ରେ ଟି 20 ମ୍ୟାଚ ର ଆୟୋଜନ ହେବ I ଏହା ତାଙ୍କ ପାଁଇ ଏକ ବଡ଼ ଚାଲେଞ୍ଜ ଅଟେ I ନ୍ୟୁଜଲାଣ୍ଡ ରେ ୱାନଡେ ଓ ଟେଷ୍ଟ ସିରିଜ ର ଆୟୋଜନ ହେବ I ତେଣୁ ଭାରତୀୟ ଟିମ ସେଠାରେ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ I ତେଣୁ ଏହି ସମୟ ରେ ହିଁ ଭାରତୀୟ ଟିମ ବିଶ୍ୱକପ ର ପରାଜୟ ର ପ୍ରତିଶୋଧ ମଧ୍ୟ ନେଇପାରିବ I