ନମସ୍କାର ବନ୍ଧୁଗଣ ଓଲିଉଡ଼ ଜଗତ ମନୋରଞ୍ଜନ ଜଗତକୁ ଆସିଛି ଏକ ଦୁଃଖ ଖବର। ଏହି ଖବରଟି ପୁଣି ଓଲିଉଡର ପ୍ରତିଷ୍ଠିତ ଫ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ କମେଡି ଷ୍ଟାର କାଳିଆ ଷଣ୍ଢଙ୍କୁ ନେଇ ଆସିଛି ଏକ ଦୁଃଖ ଖବର। ଆମକୁ ହସାଉଥିବା ଲୋକଟି ଆଜି ଅବାକ୍ ହୋଇ ପଡ଼ିଛି ଲକ୍ଷ ଲକ୍ଷ ଲୋକଙ୍କୁ ହସର ଖୋରାକ ଯୋଗାଉଥିବା କାଳିଆ ଷଣ୍ଢ ନାମରେ ପ୍ରସିଦ୍ଧ |
କାଳିଆଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ। ଦିନଥିଲା ସେ ଖାଇବାକୁ ବି ପାଉନଥିଲେ ଏବଂ ତାହା ପରେ ପରେ ୟୁଟ୍ୟୁବ ଚ୍ୟାନେଲ ଖୋଲି ମିଷ୍ଟର ଗୁଲୁଆଙ୍କ ସହିତ ସେ କମେଡି ଚଳଚ୍ଚିତ୍ର କରୁଥିଲେ। ବିଗତ ବର୍ଷରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଚଳିତ ବର୍ଷରେ ସେ ନିଜର ଏକ ଝିଅ ସନ୍ତାନ ହେବାର ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ।
ୟୁଟ୍ୟୁବ ଚ୍ୟାନେଲରେ ସେ ଫ୍ରାଙ୍କ ଓ କମେଡି ଭିଡିଓ କରି ବୋହୁତ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ଏବଂ ଲୋକମାନେ ତାଙ୍କୁ ଦେଖିଲା ମାତ୍ରେ ହସନ୍ତି। ଏକ ବଡ଼ ଅଘଟଣ ଘଟିଛି କି ସେ ଆଜି ସକାଳୁ ଛାତ ଉପରେ ଶିଉଳି ଲାଗି ଥିବାରୁ ଗୋଡ ଖସି ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ପଞ୍ଜରା ହାଡ ଦୁଇଟି ଭାଙ୍ଗି ଯାଇଛି ଯାହାକି ଏକ ବଡ ଦୁଃଖ ଖବର।
ତାଙ୍କୁ ତୁରନ୍ତ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା ଏବଂ ଏହା ପରେ ପରେ ଡକ୍ଟରଙ୍କ ଅନୁମତି ଅନୁସାରେ ତାଙ୍କୁ ୪ ମାସ ବେଡ୍ ରେଷ୍ଟ୍ କରିବାକୁ ଦିଆଯାଇଛି ଏବଂ ୪ ମାସ ପର୍ଯ୍ୟନ୍ତ ସେ କୌଣସି କାମ କରିବେ ବୋଲି ତାଙ୍କୁ କୁହାଯାଇଛି। ଏହାକୁ ନେଇ ଗୁଲୁଆ ଭାଈ ଏବଂ ସନି ଅନୁଗୁଳ ଭଳି ଅନେକ ୟୁଟ୍ୟୁବର୍ ମାନେ କାଳିଆ ଷଣ୍ଢଙ୍କର ଆରୋଗ୍ୟ କାମନା କରିଛନ୍ତି।
କାଳିଆ ଷଣ୍ଢକୁ ନେଇକି ଆସିଲା ଦୁଃଖଦ ଖବର, ପୁରା ଓଡିଶା ଦୁଃଖରେ…
