ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବିବାହ ପରେ ପ୍ରଥମ ଥର ପାଇଁ ନିଜ ୩୨ ତମ ଜନ୍ମଦିନ ସବ୍ୟସାଚୀଙ୍କ ଘରେ ପାଳନ କରିଛନ୍ତି ଅର୍ଚ୍ଚିତା ସାହୁ। ଆଜି ଆସନ୍ତୁ ଅର୍ଚ୍ଚିତା ସାହୁଙ୍କ ଜୀବନୀ ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆଗରୁ ଆପଣମାନେ ଜାଣି ନ ଥିବେ। ଅର୍ଚ୍ଚିତା ସାହୁ ୧୯୯୦ ମସିହା ଜୁନ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଆଉ ଛୋଟ ବେଳରୁ ତୁଳସୀ ଦୁଇ ପତ୍ରରୁ ବସିଲା ଭଳି ଟ୍ୟାଲେଣ୍ଟ୍ ସମସ୍ତଙ୍କୁ ଦେଖାଇଥିଲେ।
ସେ ମାତ୍ର ୬ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଦେଇଥିଲେ। ଅର୍ଚ୍ଚିତା ଡିଏମ (DM) ସ୍କୁଲ୍ ରୁ ନିଜର ପାଠପଢ଼ା ଆରମ୍ଭ କରିଥିଲେ। ଏହାପରେ ସେ କିଟ୍ ୟୁନିଭର୍ସିଟିରେ ନିଜର ବିଟେକ୍ ଶେଷ କରିଥିଲେ ଏବଂ ଛୋଟ ବେଳରୁ ହିଁ ସେ ମଲ୍ଟିଟ୍ୟାଲେ ମଲ୍ଟିଟ୍ୟାଲେଣ୍ଟେଡ୍ ଥିଲେ। ୨୦୦୪ ମସିହାରେ ସେ ପ୍ରଥମ ମିସ୍ କଳିଙ୍ଗ ହୋଇଥିଲେ ଆଉ ସେତେବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା। ୨୦୦୫ ମସିହାରେ ଅର୍ଚ୍ଚିତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଆସିଥିଲା ଯାହାର ନାମ ରହିଥିଲା ଓ ମାଇଁ ଲଭ୍। ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା।
୧୫ ବର୍ଷ ବୟସରୁ ସେ ଓଲିଉଡରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩୫ ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଲେଣି। ସବ୍ୟସାଚୀଙ୍କ ସହିତ ତାଙ୍କ ଫିଲ୍ମ ଦର୍ଶକମାନଙ୍କୁ ବୋହୁତ ପସନ୍ଦ ଆସେ। ଏହାପରେ ୨୦୧୩ ମସିହାରେ ମିସ୍ ଇଣ୍ଡିଆର ରନର୍ ଅଫ୍ ଦି ହୋଇଛନ୍ତି ଅର୍ଚ୍ଚିତା ସାହୁ। ଓଲିଉଡର ଅର୍ଚ୍ଚିତା ସାହୁ ଏମିତି ଏକ ହିରୋଇନ୍ ଯିଏକି ୩ ଥର ଵେଷ୍ଟ୍ ଅଭିନେତ୍ରୀର ଆୱାଡ୍ ପାଇଛନ୍ତି। ଏହାପରେ ଅର୍ଚ୍ଚିତା ଓଲିଉଡର ସମସ୍ତ ଆଗ ଧାଡ଼ିର ଅଭିନେତା ମାନଙ୍କ ସହିତ ନିଜର ଜବରଦସ୍ତ ଅଭିନୟ ଦେଇଛନ୍ତି।
ଏହାଦ୍ବାରା ଓଡ଼ିଶାର ଦର୍ଶକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଛନ୍ତି। ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ଫିଲ୍ମ ଦର୍ଶକମାନଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଥାଏ। ଅର୍ଚ୍ଚିତା ଏବଂ ସବ୍ୟସାଚୀ ପରସ୍ପରଙ୍କୁ ସୁଟିଂ ସେଟ୍ ରୁ ହିଁ ଭଲପାଇ ଥିଲେ ଆଉ ଦୀର୍ଘ ଦିନ ଭଲ ପାଇଲା ପରେ ଶେଷରେ ୨୦୨୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅର୍ଚ୍ଚିତା ଏବଂ ସବ୍ୟସାଚୀ। ବାହାଘର ପରେ ପ୍ରଥମ ଥର ପାଇଁ ସବ୍ୟସାଚୀଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି ଅର୍ଚ୍ଚିତା। ଏହି ଜନ୍ମଦିନଟି ବୋହୁତ ସ୍ପେଶିଆଲ ବନେଇଥିଲେ ସବ୍ୟସାଚୀ। ବାହାଘର ପରେ ପ୍ରଥମ ଥର ଅର୍ଚ୍ଚିତା ତାଙ୍କ ଜନ୍ମଦିନ ପାଳନ କରୁଥିବାରୁ ଅର୍ଚ୍ଚିତାଙ୍କୁ ଏକ ସର୍ପ୍ରାଇଜ ପାର୍ଟି ଦେଇଥିଲେ ସବ୍ୟସାଚୀ ଏବଂ ଏଥିରେ ତାଙ୍କ ପରିବାର ଲୋକମାନେ ସାମିଲ ଥିଲେ।