ୱେଲମର୍ଟ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଆସନ୍ତା 12 ଘଣ୍ଟାରେ ଏହା ଅବପାତରେ ପରିଣତ ହେଲାପରେ ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ ଓ ଆହୁରି ଘନି ଭୁତ ହୋଇ ଆସନ୍ତା କଲି ବାତ୍ୟାର ପରିଣତ ହେବ ପରବର୍ତୀ 24 ଘଣ୍ଟାରେ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ 26 ତାରିଖ ସନ୍ଧ୍ୟା ଶୁଦ୍ଧ ଉପକୂଳ ଛୁଇଁବ ବୋଲି ଭଭାରତୀୟ ପାଣିପାଗ ପକ୍ଷରୁ ଆକଳନ କରାଯାଇଛି |
ତେବେ ବାତ୍ୟା ୟସ ଦ୍ୱାରା ରାଜ୍ୟର 4 ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର ମୟୁରଭଞ୍ଜ ଭଦ୍ରକ ଓ କେନ୍ଦ୍ରପଡ଼ା ଏସବୁ ଜିଲ୍ଲାରେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ଅନ୍ୟପଟେ ବର୍ତମାନ ସୁଦ୍ଧା ଯାହା ଆକଳନ କରାଯାଉଛି ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରପଡ଼ା ମୟୁରଭଞ୍ଜ ଜଗତସିଂହପୁର କଟକ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି |
ଏସବୁ ଜିଲ୍ଲାର 25 ରୁ 50% ଅଂଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଏହି 3 ଟି ଜିଲ୍ଲାରେ 20 ସେମି ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି | ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁସାରେ ସନ୍ଧ୍ୟାବେଳକୁ ଓଡି଼ଶା ଉପକୂଳରେ ପବନ ର ବେଗ ରହିବ ଘଣ୍ଟା ପ୍ରତି 40 ରୁ 50 କିମି ସର୍ବାଧିକ 60 କିମି ଯାହା 26 ତାରିଖ ଅପରାହ୍ନ ବେଳକୁ ସର୍ବାଧିକ 110 କିମି ରେ ପବନ ବହିବାର ଆକଳନ କରାଯାଉଛି IMD ର ସୂଚନା ଅନୁଯାୟୀ ଏହା ଅବପାତ ରେ ପରିଣତ ହେବାପରେ |
କେଉଁଠି ଲ୍ୟାଣ୍ଡ ଫଲ କରିବା ତାହାର ସଠିକ ଆକଳନ କରାଯାଇ ପାରିବ ତେବେ ବର୍ତମାନ ସୁଦ୍ଧା ଆକଳନ ଅନୁଯାୟୀ ଏହି ଅତି ଭୀଷଣ ବାତ୍ୟା ଉତ୍ତର ଓଡିଶା ପଶ୍ଚିମ ବଙ୍ଗ ଓ ବାଙ୍ଗଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ଏହି ସମୟରେ ଘଣ୍ଟା ପ୍ରତି 120 ରୁ 165 କିମି ପବନ ର ବେଗ ରହିବ ସ୍ଥଳ ଭାଗରେ ପବନ ର ବେଗ 185କିମି ମଧ୍ୟ ହୋଇପାରେ |
ଓଡ଼ିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା ‘Yaas’, ସବୁଠୁ ଅଧିକ ଏହି ୫ଟି ଜିଲ୍ଲାରେ କରିବ ତାଣ୍ଡବ, ପଢନ୍ତୁ ପୁରା ଖବର
