ଏବେ ଏବେ Anubhav Barsha ଙ୍କୁ ନେଇକି ଆସିଲା ଆଉ ଏକ ବଡ ଖବର… ସବୁ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ଓଲିଉଡ଼ର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୋହୁତ ଦିନ ହେଲାଣି ବିବାଦ ଲାଗିଥିବାର ଆପଣମାନେ ନିଶ୍ଚିତ ଜାଣିଥିବେ। ତେବେ ଓଡ଼ିଶାର ଅଗଣିତ ଦର୍ଶକ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଶଂସକ। ତେବେ ବଡ଼ ପରଦାରେ ଅନୁଭବ ଏବଂ ବର୍ଷାଙ୍କ ଯୋଡି ସେହି ସମୟରେ ବେଶ୍ ଆଦୃତ ଥିଲା ଏବଂ ଆଜି ମଧ୍ୟ ଅଛି।

ବର୍ଷା ଓ ଅନୁଭବ ପ୍ରେମ ବିବାହ କରିଥିଲେ ତାଙ୍କର ଏହି ଯୋଡ଼ି ଓଡ଼ିଶାର ଦର୍ଶକମାନେ ବେଶ୍ ପସନ୍ଦ କରୁଥିଲେ ଏବଂ ବେଶ୍ ଖୁସୀ ଥିଲେ। ମାତ୍ର ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ବୋହୁତ ଦିନ ଧରି ବର୍ଷା ଅନୁଭବଙ୍କ ବିବାଦ ଚାଲିଥିଲା ହାଇକୋର୍ଟରେ। ବର୍ତ୍ତମାନ ହାଇକୋର୍ଟ ଏହି କେସ୍ ରେ ପକାଇଛନ୍ତି ପୂର୍ଣ୍ଣଚ୍ଛେଦ।

ହାଇକୋର୍ଟରେ ଅନୁଭବ ବର୍ଷାଙ୍କ ପାରିବାରିକ ବିବାଦ ମାମଲାର ଅନ୍ତ ଘଟିଛି। ପରିବାର ଅଦାଲତରେ ଚୂଡ଼ାନ୍ତ ସ୍ଥିତିରେ ରହିଛି ମାମଲା ତେଣୁ ମାମଲାକୁ ଶେଷ କରିଛନ୍ତି ହାଇକୋର୍ଟ। ଧାର୍ଯ୍ୟ ସମୟରେ ଶୁଣାଣି ଶେଷ କରିବାକୁ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ପରିବାର ଅଦାଲତରେ ଥିବା ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁଭବ ଆବେଦନ କରିଥିଲେ।

ଯେହେତୁ ଏହି ମାମଲା ପାରିବାର ଅଦାଲତରେ ଶେଷ ପର୍ଯ୍ୟାୟରେ ପହଁଚିଛି ଓ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ତେବେ ଏହାପରେ ଯାହା ଶୁଣାଣି ହେବ ତାହା ପରିବାର ଅଦାଲତରେ ହିଁ ଶୁଣାଣି ଆରମ୍ଭ ହେବ।ତେବେ ହାଇକୋର୍ଟରେ ଥିବା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲେ ମଧ୍ୟ ହାଇକୋର୍ଟ ତରଫରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ |

ହାଇକୋର୍ଟର ନିର୍ଦ୍ଦେଶନାମା ଆସିବା ପରେ ସ୍ପଷ୍ଟ ହେବ ଯେ ମାନ୍ୟବର ହାଇକୋର୍ଟ ଏହି ମାମଲା ଉପରେ କଣ ମତ ରଖିଛନ୍ତି। ଅନେକ ମହଲରୁ ସୂଚନା ଆସୁଛି ଯେ ଅନୁଭବ ବର୍ଷା ପୁଣିଥରେ ଏକାଠି ହୋଇ ସୁପରହିଟ ସିନେମା ଦିଅନ୍ତୁ।