ନମସ୍କାର ବନ୍ଧୁଗଣ ହଟ୍ ଲୁକ୍ ରେ ଓଲିଉଡର ଚୁଲୁବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ। ତେବେ ଏଲିନା ସାମନ୍ତରାୟଙ୍କର ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ତେବେ ସେ କେଉଁ ଚଳଚ୍ଚିତ୍ରରେ ଆସିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା।
ଖୁବ୍ କମ୍ ସମୟ ମଧ୍ୟରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ଅଭିନୟର ଯାଦୁରେ ଘରେ ଘରେ ଓଡ଼ିଶାରେ ପରିଚିତ ହୋଇ ପାରିଥିଲେ। ଗତ ଦଶହରା ଅବସରରେ ମୁକ୍ତିଲାଭ କରିଥିବା ଆକ୍ସନଧର୍ମି ସିନେମା ଅରୁନ୍ଧତୀରେ ଓଲିଉଡର ଲୋକପ୍ରିୟ ହିରୋଇନ୍ ଏଲିନଙ୍କୁ ଶୀର୍ଷକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ରାଜବୀର ଥିଲେ ଏହାର ନାୟକ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ୍।
ତେବେ ଦର୍ଶକ ବନ୍ଧୁ ଏଲିନାଙ୍କର ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଏହି ଚଳଚ୍ଚିତ୍ରର ନାମ ହେଉଛି ସାଲାମ୍ ଭୁବନେଶ୍ୱର, ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ରାଜବୀର। ଏଲିନାଙ୍କ ହାତରେ ଏବେ ଆଉ ଯେଉଁସବୁ ସିନେମା ଅଛି ସେଥିମଧ୍ୟରୁ ରହିଛି ଡୁପ୍ଲିକେଟ୍ ଭଗଵାନ, ପ୍ରେମରେ ମୁଁ MBBS, ପ୍ରେମ ଦିୱାନି, ଅନାମିକା ନାୟିକା ଓ ଗଜପତି ଆଦି ଅନେକ ସିନେମା, ଏବେ ସେ ଅନ୍ୟ ନାୟିକା ମାନଙ୍କ ଠାରୁ ଆଉ ପଛରେ ନାହାଁନ୍ତି।
ସୂଚନା ଯୋଗ୍ୟ ଏଲିନା ସାମନ୍ତରାୟ ତରଙ୍ଗ ସିନେ ପ୍ରଡକ୍ସନ ଦ୍ଵାରା ପ୍ରଯୋଜିତ ଇସ୍କ୍ ତୁହି ତୁ ରୁ ଓଲିଉଡରେ ଏଣ୍ଟ୍ରି କରିଥିଲେ ଏହାପରେ ସେ ଜାଗା ହାତରେ ପଘା, ଅଭୟ, ଲଭ୍ ଷ୍ଟୋରି, ମୁଁ ଖାଣ୍ଟି ଓଡ଼ିଆ ଝିଅ, ଝିଅଟା ବିଗିଡି ଗଲା, ହାପୀ ଲକି, କାବୁଲ ବାରବୁଲା, ଟୋକାଟା ଫଶିଗଲା, ଦିସ୍ ଇଜ୍ ମାୟାରେ ବାୟା, ମଲ୍ ମହୁ ଜୀବନ ମାଟି ଆଦି ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ।
ତେବେ ଓଲିଉଡର ଚୁଲୁବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଆପଣମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ। ଆଉ ଏମିତି ନୁଆ ନୁଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ |
ନିଆଁ ପରି ଭାଇରଲ ହେଉଛି ଓଲିଉଡ଼ ହିରୋଇନ Elina Samantarayଙ୍କର ଏହି ଭିଡ଼ିଓ, ଡିଲିଟ ହେବା ଆଗରୁ ଦେଖି ନିୟନ୍ତୁ…
