ପାହାଡ଼ ତଳକୁ ଖସି ପଡୁଥିଲା ଭକ୍ତ, Maa Durga ଛୁଆ ରୂପରେ ଆସି କରିଲେ ଏମିତି କିଛି, ତାପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ ଯେତେବେଳେ ଜଣେ କୃଷକର ରକ୍ଷା କରିବାକୁ ଆସିଲେ ସ୍ଵୟଂ ମା ଦୁର୍ଗା ଆଉ ତାହାପରେ ଯାହା ହେଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ରାଜସ୍ଥାନରେ ଜଣେ ଗରିବ କୃଷକ ରହୁଥିଲେ ତାଙ୍କର ଏହି ଦୁନିଆରେ କେହି ନଥିଲେ ସେ ଏକଲା ହିଁ ରହୁଥିଲା ଦିନସାରା କ୍ଷେତରେ କାମ କରୁଥିଲା ଆଉ ମା ଦୁର୍ଗାଙ୍କ ପୂଜାରେ ରହୁଥିଲେ ଏବଂ ପାଖରେ ଥିବା ଦୁର୍ଗା ମନ୍ଦିରକୁ ସବୁଦିନ ଯାଉଥିଲେ ଆଉ ତାଙ୍କର ପୂଜା ଅର୍ଚ୍ଚନା କରୁଥିଲେ।

ଦିନେ ସେହି ବ୍ୟକ୍ତି ମନ୍ଦିରରେ ବସି ବସି ମା ଦୁର୍ଗାଙ୍କୁ କହିଲା ମା ଜୀବନରେ ଏକ ଶେଷ ଉଚ୍ଛା ବାକି ଅଛି ଆପଣ ତାକୁ ପୂରଣ କରି ଦିଅନ୍ତୁ ମୁଁ କେବଳ ଥରେ ଅପନଙ୍କୁ ଦର୍ଶନ କରିବାକୁ ଚାହୁଁଛି ଆପଣ ମତେ ଦର୍ଶନ ଦେଇ ଦିଅନ୍ତୁ। ଗାଁ ଲୋକମାନେ ତାର ଏହି କଥା ଶୁଣି ତାର ଉପହାସ କରିବାକୁ ଲାଗିଲେ କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ତାର ବିଶ୍ୱାସ ଛାଡ଼ିଲା ନାହିଁ ତାର ବିଶ୍ୱାସ ଥିଲା ମା ଦୁର୍ଗା ଥରେ ଆସି ତାଙ୍କୁ ନିଶ୍ଚିତ ଦର୍ଶନ ଦେବେ।

ଦିନେ ସେହି କୃଷକକୁ କିଛି କାମରେ ଆଉ ଏକ ଗାଁ ଯିବାର ଥିଲା ସେ ସକାଳୁ ଜଲ୍ଦୀ ଉଠି ମା ଦୁର୍ଗାଙ୍କ ପୂଜା ସାରି ସେ ଗାଁକୁ ଯିବା ପାଇଁ ବାହାରିପଡିଲା। ସେହି ଗାଁକୁ ଯିବା ପାଇଁ ତାଙ୍କୁ ଗୋଟେ ପାହାଡ ପାର କରିବାର ଥିଲା ନିଜ କାମ ଶେଷ କରି ସେ ପୁଣି ନିଜ ଗାଁକୁ ଆସିବାକୁ ବାହାରି ପଡ଼ିଲା ଆଉ ସେହି ପାହାଡକୁ ପାର କରୁଥିବା ସମୟରେ ସେହି ବ୍ୟକ୍ତିର ଗୋଡ ଖସି ଗଲା ଆଉ ସେ ତଳକୁ ପଡ଼ିବାକୁ ଲାଗିଲା ଏବଂ ଗୋଟେ ଗଛର ଡାଳକୁ ଧରି ଲଟକି ରହିଲା ଆଉ ଉପରକୁ ଆସିବା ପାଇଁ ସେ ଅସମର୍ଥ ଥିଲା।

ସେ ପାଟି କରି ସାହାଯ୍ୟ ମାଗିବାକୁ ଲାଗିଲା କିନ୍ତୁ ସେଠାରେ ତାକୁ ସାହାଯ୍ୟ କରିବା ପାଇଁ କେହି ନଥିଲେ। ଠିକ୍ ସେହି ସମୟରେ ସେଠାକୁ ଜଣେ ଛୋଟ ଝିଅ ଆସିଲା ଆଉ କହିଲା କିଏ ସେଠି ଆପଣ ସେଠି କଣ କରୁଛନ୍ତି। ଏହାପରେ ସେହି ବ୍ୟକ୍ତି ଜଣଙ୍କ କହିଲେ ମୁଁ ଏହି ରାସ୍ତାରେ ଯାଉଥିଲି ଆଉ ମୋର ଗୋଡ ଖସି ଗଲା ତମେ ଯାଅ କାହାକୁ ମୋ ସାହାଯ୍ୟ କରିବା ପାଇଁ ଡ଼ାକି କରି ଆଣ ଏହାପରେ ସେହି ଝିଅଟି କହିଲା ମୁଁ ଏକା ଆପଣଙ୍କୁ ଉପରକୁ ଆଣି ପାରିବି ଆଉ ସେହି ଝିଅ ଜଣଙ୍କ ସେହି ବ୍ୟକ୍ତିକୁ ଧରି ଉପରକୁ ଟାଣିବାକୁ ଚେଷ୍ଟା କରିବାକୁ ଲାଗିଲା।

ପ୍ରଥମେ ସେହି ବ୍ୟକ୍ତି ଜଣଙ୍କ ଦେଖିଲା ସେହି ଝିଅର ହାତ ପାଉନାହିଁ କିନ୍ତୁ ଧୀରେ ଧୀରେ ସେ ବଡ ହେବାକୁ ଲାଗିଲା ଆଉ ଧୀରେ ଧୀରେ କରି ସେହି ଛୋଟ ଝିଅ ତାଙ୍କୁ ଉପରକୁ ଟାଣିବାକୁ ଲାଗିଲା ସେହି ବ୍ୟକ୍ତିଙ୍କୁ ଯେତେବେଳେ ସେ ଉପରକୁ ନେଇଗଲା ସେହି ବ୍ୟକ୍ତି ଜଣଙ୍କ ତାକୁ କହିଲା ତମେ ଏକା କେମିତି ମତେ ଉପରକୁ ଟାଣି ନେଇ ଆସିଲ ସେହି ଛୋଟ ଝିଅ କହିଲା ଇଏ ତ ମୋର କାର୍ଯ୍ୟ ଅଟେ ଯିଏ ମୋର ଆପଣାର ଅଟନ୍ତି ମତେ ତାଙ୍କର ରକ୍ଷା ତ କରିବାକୁ ପଡ଼ିବ।

ଏହା କହି ସେହି ଛୋଟ ଝିଅ ଜଣଙ୍କ କୁଆଡେ ଗାୟବ ହୋଇଗଲା ତେବେ ଯାଇ ସେହି ବ୍ୟକ୍ତିଙ୍କୁ ମାଲୁମ୍ ହେଲା ସେହି ଝିଅ ଜଣଙ୍କ ଆଉ କେହି ନୁହେଁ ସ୍ଵୟଂ ମା ଦୁର୍ଗା ହିଁ ଥିଲେ। ସେ ଗାଁକୁ ଗଲା ଆଉ ଏହି ଘଟଣାକୁ ସମସ୍ତଙ୍କୁ କହିଲା କିନ୍ତୁ କେହିବି ତାର କଥାକୁ ଗୁରୁତ୍ବ ଦେଲେ ନାହିଁ ଆଉ ତାର ମଜାକ ଉଡେଇବାକୁ ଲାଗିଲେ। ଏହାପରେ ସେ ମନ୍ଦିର ଗଲା ଆଉ କହିଲା ମା ଆପଣ ମୋ ସବୁ ଇଚ୍ଛା ପୂରଣ କରୁଛନ୍ତି ଆଉ ଏବେ ମୋର ଶେଷ ଇଚ୍ଛା ପୂରଣ କରିଥିବାରୁ ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍।