IAS ପତି IPS ପତ୍ନୀ ଦୁହେଁ ପାଳିବା ପାଇଁ ସ୍ଥିର କଲେ ସହିଦଙ୍କ ଝିଅକୁ, କହିଲେ- ୟାକୁ ବି ବାନେଇବୁ IPS ଓ ….

ଆଜି ଆମେ ଦେଶ ର ଏପରି କିଛି ଉଚ୍ଚପଦସ୍ଥ ଅଧିକାରୀ ଙ୍କ ବିଷୟ ରେ ଆଲୋଚନା କରିବାକୁ ଯାଉଛୁ ଯାହା ଙ୍କ ବିଷୟ ରେ ଓ କାର୍ଯ୍ୟ ବିଷୟ ରେ ଶୁଣି ଆପଣ ତାଙ୍କର ପ୍ରଶଂସା ନ କରି ରହିପାରିବେ ନାହିଁ I ଏହି ଅଧିକାରୀ ମାନେ କିଛି ଏପରି କାମ କରିଛନ୍ତି ଯାହା କି ନେତା ମନ୍ତ୍ରୀ ଙ୍କୁ କରିବା ଉଚିତ I

ଆଜି ଆମେ ଆଲୋଚନା କରୁଛେ ଦେଶ ର ଜଣେ ମହିଳା IPS ଅଞ୍ଜୁମ ଆରା ଓ ତାଙ୍କ IAS ପତି ୟୁନୁସ ଙ୍କ ବିଷୟ ରେ I ଏହି ଦମ୍ପତି ସହିଦ ପରମ ଜିତ ଙ୍କ ର 12 ବର୍ଷ ର ଝିଅ ଟି ର ସବୁ ଲାଳନ ପାଳନ ଦାଇତ୍ୱ ନେଇଛନ୍ତି ଏବଂ ପିଲାଟି ବଡ଼ ହେଲେ ତାଙ୍କପରି ବଡ଼ ଅଫିସର କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି I ତେବେ ଏହି ଦମ୍ପତି ଙ୍କ ର ଏପରି କାର୍ଯ୍ୟକଳାପ ପରେ ଲୋକ ଙ୍କ ମନ ରେ ମଧ୍ୟ ଦେଶ ର ବଡ଼ ବଡ଼ ଅଫିସର ଙ୍କ ବିରୋଧ ରେ ଯେଉଁ ଭ୍ରାନ୍ତି ଧାରଣା ଥିଲା ତାହା ଦୂର ହେଇଚି I

ସୀମା ସୁରକ୍ଷା କରି ସହିଦ ହେଇଛନ୍ତି ପଞ୍ଜାବ ର ବୀର ପରଂଜିତ ସିଂ I ଏବଂ ପରଂଜିତ ଙ୍କ ର ଝିଅ କୁ ଏହି ଦମ୍ପତି ଲାଳନ ପାଳନ ର ସବୁ ଦାଇତ୍ୱ ନେଇଛନ୍ତି I ଆଜିକା ସମାଜ ରେ ଲୋକେ ଝିଅ କୁ ବୋଝ ମାନିଥାନ୍ତି ଏବଂ ଅଞ୍ଜୁମ ସୋଲନ ଜିଲ୍ଲା ର ଏସପି ଅଟନ୍ତି ଓ ୟୁନୁସ କୁଲ୍ଲୁ ଜିଲ୍ଲା ର କଲେକ୍ଟର ଅଟନ୍ତି I ଆମ ପୁଅ କୁ ଭଉଣୀ ମିଳିଲା – ପାକିସ୍ତାନ ର ସେନା ଙ୍କ ର ଅତର୍କିତ ଆକ୍ରମଣ ରେ ପଞ୍ଜାବ ର ଯବାନ ପରଂଜିତ ସହିଦ ହେଇଥିଲେ ଏବଂ ତାଙ୍କ 12 ବର୍ଷ ର ଝିଅ ଅନ୍ତିମ ସଂସ୍କାର କରିଥିଲା I

ତେବେ ଏହି ଅଫିସର ଦମ୍ପତି ଙ୍କ ର ଇଚ୍ଛା ଥିଲା କି ଏହି ଘଟଣା ବିଷୟ ରେ କେହି ନ ଜାଣନ୍ତୁ କିନ୍ତୁ ତାଙ୍କ ର ଏହି ମହାନ ବିଚାର ବା କିପରି ଲୁଚି ରହିପାରିବ I ଏବଂ ଚାରିଆଡେ ଚର୍ଚା ହେବାକୁ ଲାଗିଲା କି ଏହି ଦୁଇ ଅଫିସର ଦମ୍ପତି ଜଣେ ସହିଦ ଙ୍କ ର 12 ବର୍ଷ ର ଝିଅ କୁ କୋଳେଇ ନେଇଛନ୍ତି I

ଅଫିସର ଦମ୍ପତି କହିଛନ୍ତି ଝିଅଟି ର ପାଠ ପଢା ରୁ ନେଇ ସବୁ ଦାଇତ୍ୱ ସେ ବହନ କରିବେ I ଏବଂ ସହିଦ ଙ୍କ ର ପତ୍ନୀ ଙ୍କ ର ପରାମର୍ଶ ନେଇକି ହିଁ ଏହି ଅଫିସର ଦମ୍ପତି ଏପରି ନିଷ୍ପତି ନେଇଛନ୍ତି I ଏହି ଅଫିସର ଦମ୍ପତି ଙ୍କ କହିବା ଅନୁସାରେ ତାଙ୍କ ର ଏକ ଛୋଟ ପୁଅ ଅଛି ତେଣୁ ଏହି ଝିଅ ଟି କୁ ଆଣିବା ପରେ ତାଙ୍କ ପୁଅ ପାଁଇ ଏକ ଭଉଣୀ ମଧ୍ୟ ମିଳିଯାଇଥିଲା i

ଝିଅ କୁ ମଧ୍ୟ କରିବେ ତାଙ୍କ ପରି ଯୋଗ୍ୟ
ଅଞ୍ଜୁମ ଙ୍କ କହିବା ଅନୁସାରେ ସେ ସହିଦ ଙ୍କ ଝିଅ କୁ କୋଳେଇ ନେଇଛନ୍ତି କିନ୍ତୁ ଝିଅ ଟି ର ଇଚ୍ଛା ଅନୁସାରେ ସେ ତାଙ୍କ ପାଖ ରେ ରହିପାରିବ ନଚେତ ତାଙ୍କ ମା ଙ୍କ ପାଖ ରେ ମଧ୍ୟ ରହିପାରିବ I କିନ୍ତୁ ଝିଅଟି ର ସମ୍ପୂର୍ଣ ଦାଇତ୍ୱ ଏହି ଅଫିସର ଦମ୍ପତି ହିଁ ବହନ କରିବେ I