କ୍ୟାନ୍ସର ଏକ ଏପରି ଶବ୍ଦ ଯାହା ଶୁଣିବା ମାତ୍ରେ ଲୋକେ ଡରିଯାଇଥାନ୍ତି I କାରଣ ଏହା ଏକ ମାରାତ୍ମକ ରୋଗ ଅଟେ ଏବଂ ଏହି ରୋଗ ରେ ସହଜ ରେ ରୋଗୀ ଭଲ ହେଇ ନ ଥାଏ ଓ କିଛି ଦିନ ରେ ମୃତ୍ୟୁବରଣ କରିଥାଏ I ଅନ୍ୟପଟେ ଏହି କ୍ୟାନ୍ସର ର ରୋଗ ର ନିରାକରଣ ଖୁବ ବ୍ୟୟବହୁଳ ଅଟେ I କିନ୍ତୁ କଣ ଆପଣ କେବେ ଚିନ୍ତା କରିପାରିବେ କ୍ୟାନ୍ସର ରୋଗ ନା ରେ କେହି ମିଛ ନାଟକ କରିପାରିବେ I ଆଜି ଆମେ ଏହିପରି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ I
ପତି – ପତ୍ନୀ ଙ୍କ ର ସମ୍ପର୍କ ବିଶ୍ୱାସ ର ଓ ପ୍ରେମ ର ସମ୍ପର୍କ ଅଟେ I ଏହି ସମ୍ପର୍କ ରେ ଯଦି ମିଛ ଓ ଧୋକା ର ସ୍ଥାନ ଆସିଯାଇଥାଏ ତ ବୈବାହିକ ଜୀବନ ନର୍କ ସମାନ ହେଇଯାଇଥାଏ I ଏହି ପରି ଏକ ମହିଳା ନିଜ ପତି ଙ୍କୁ ମିଛ କହି ଦୁଇ କୋଟି ରୁ ଅଧିକ ଟଙ୍କା ହଡପ କରିଛନ୍ତି I ବିଗତ ଶୁକ୍ରବାର ଦିନ କୋର୍ଟ ଉକ୍ତ ମହିଳା ଙ୍କୁ 4 ବର୍ଷ ର ଜେଲ ଦଣ୍ଡ ଶୁଣାଇଛି I
ପତି ଓ ପରିବାର କୁ ରଖିଥିଲେ ଦ୍ବନ୍ଦ ରେ
ଘଟଣା ଟି ଇଂଲଣ୍ଡ ର ଲାଙ୍ଗବାର ର ଅଟେ I ଏହି ଲାଙ୍ଗବାର ରେ ରହୁଥିବା 36 ବର୍ଷୀୟ ମହିଳା ଜେସ୍ମିନ 2016 ରେ ନିଜ ପତି ବିଜୟ କଟେଚିୟା ଙ୍କୁ କହିଥିଲେ କି ସେ କ୍ୟାନ୍ସର ରୋଗ ରେ ପୀଡିତ ଏବଂ ତାଙ୍କ ପାଖ ରେ ମାତ୍ର 6 ମାସ ସମୟ ଅଛି I ଏବଂ ମହିଳା ଅନେକ ଡ୍ରାମା ମଧ୍ୟ କରିଥିଲେ ,ସେ ଅଲଗା ଅଲଗା ସିମକାର୍ଡ ବ୍ୟବହାର କରି ଡାକ୍ତର ଓ ପତି ଙ୍କୁ ମଧ୍ୟ ମ୍ୟାସେଜ କରିଥିଲେ I
ଅନେକ ନାଟକ
ଏପରି ମିଛ କୁ ସତ ପ୍ରମାଣିତ କରିବାକୁ ମହିଳା ଅନେକ ଡ୍ରାମା କରିଥିଲେ ଏବଂ ଅଲଗା ଅଲଗା ମ୍ୟାସେଜ ର ବ୍ୟବହାର କରିଥିଲେ I ମହିଳା ତାଙ୍କ ପତି ଙ୍କୁ କହିଥିଲେ ଆମେରିକା ରେ ଏହି କ୍ୟାନ୍ସର ଚିକିତ୍ସା କରିବାକୁ ହେବ I ଏବଂ ସେଠାରେ ପ୍ରାୟ ସାଢେ ଚାରି କୋଟି ଟଙ୍କା ଖର୍ଚ୍ଚ ଆସିବ I ଏହା ପରେ ମହିଳା ନିଜ ସାଙ୍ଗ ସାଥି ଙ୍କ ର ସହାୟତା ମାଗିଥିଲେ I ଯାହା ଦ୍ୱାରା କି ତାଙ୍କ ପତି ଙ୍କ ର ଭରସା ରହିବ I ଅନେକ ଥର ବାନ୍ତି କରିବା ର ବହନ କରି ବାଥରୁମ ମଧ୍ୟ ଯାଇଥିଲେ ଏବଂ ଟୟଲେଟ ରେ ରକ୍ତ ପଡିବା ପରି ଅନେକ ବାହାନା I
ପଦାକୁ ଆସିଲା ସତ୍ୟତା
ଏହି ଘଟଣା ରେ ତାଙ୍କ ପତି ଙ୍କୁ ସେତେବେଳେ ସନ୍ଦେହ ହେଲା ଯେତେବେଳେ ତାଙ୍କ ସାଙ୍ଗ ଜେସ୍ମିନ ଙ୍କ ର ବ୍ରେନ ସ୍କାନ କରାଯାଇଥିଲା I ପୋଲିସ ର କହିବା ଅନୁସାରେ ତାଙ୍କ ର ଟ୍ୟୁମର ଗମ୍ଭୀର ଅବସ୍ଥା ରେ ଥିଲା I ଏବଂ ଏହି ରୋଗ ତାଙ୍କ ପାଁଇ ବିପଦ ଥିଲା I ଏବଂ ଏହା ପରେ ବିଜୟ ଙ୍କୁ ତାଙ୍କ ପତ୍ନୀ ଙ୍କ ର ଫେକ ସିମକାର୍ଡ ମଧ୍ୟ ମିଲିଥଲା I ଯେଉଁଥିରେ ସେ ଡାକ୍ତର ହେଇ ମ୍ୟାସେଜ କରୁଥିଲେ I ଶେଷରେ ମହିଳା ନିଜ ମିଛ କୁ ସ୍ୱୀକାର କରିଥିଲେ I
ଭରଷା ଆଉ ରହିଲା ନାହିଁ
ନଭେମ୍ବର 2017 ରେ ପୋଲିସ ଜେସ୍ମିନ ଙ୍କୁ ଗିରଫ କରିଥିଲା , ପୋଲିସ କହିବା ଅନୁସାରେ ତାଙ୍କ ପରିବାର ଓ 8 ଜଣ ବାହାର ର ବ୍ୟକ୍ତି ତାଙ୍କୁ ଏହି ମିଛ କହିବା ରେ ସହାୟତା କରିଛନ୍ତି I ଏହା କୁ ନେଇ ନର୍ଥ ଇଷ୍ଟ ଲଣ୍ଡନ ର କୋର୍ଟ ଜେସ୍ମିନ ଙ୍କୁ 4 ବର୍ଷ ର ଦଣ୍ଡ ଘୋଷଣା କରିଛନ୍ତି I ଏବଂ ତାଙ୍କ ପତି ବର୍ତମାନ ମାନସିକ ଦୁଶ୍ଚିନ୍ତା ରେ ଅଛନ୍ତି I