Penguinଙ୍କ ଦୁଃଖଭରା ଜୀବନୀ, ସମୁଦ୍ରରେ ତାଙ୍କ ସହ କଣ କଣ ହୁଏ, ଜାଣିଲେ ଆଖିରେ ଲୁହ ଆସିଯିବ,ଏମିତି ସତ ଆସିଲା ସାମ୍ନାକୁ…

ନମସ୍କାର ବନ୍ଧୁଗଣ ଦୁନିଆର ଲୋକମାନେ ଯେତେବେଳେ ପେଙ୍ଗୁଇନ୍ କୁ ଦେଖିଥାନ୍ତି ତାଙ୍କୁ ଲାଗି ଥାଏ କି ତାଙ୍କ ଜୀବନ କେତେ ସୁନ୍ଦର କିନ୍ତୁ ଆଜି ଆସନ୍ତୁ ପେଙ୍ଗୁଇନ୍ ଙ୍କର ଏକ ଏମିତି ଭୟାନକ ସତ୍ୟତା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣଙ୍କୁ ଲାଗିବ କି ପେଙ୍ଗୁଇନ୍ ଙ୍କ ଠାରୁ ଦୁର୍ଦ୍ଦଶ ଜୀବନୀ ଆଉ କାହାର ନଥିବ। ପେଙ୍ଗୁଇନ୍ ଏପରି ଏକ ଯିବ ଯାହାର ଅଣ୍ଡା ଠାରୁ ବାହାରିବା ଠାରୁ ନେଇ ଏକ ବଡ଼ ଶିକାରୀର ଶିକାର ହେବା ପର୍ଯ୍ୟନ୍ତ ସବୁବେଳେ ତାକୁ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥାଏ। କେବେ -୭୩° ରକ୍ତ ଜମିଯିବା ପରି ଥଣ୍ଡା ଆଉ କେବେ ଲକ୍ଷ ଲକ୍ଷ ପେଙ୍ଗୁଇନ୍ ଙ୍କ ମଧ୍ୟରେ ଫସି ଅଧିକ ଗରମ କାରଣରୁ ମୃତ୍ୟୁ।

ଏକ ପେଙ୍ଗୁଇନ୍ ର ଜୀବନର ସଙ୍କଟ ଠିକ୍ ସେତେବେଳ ଠାରୁ ଆରମ୍ଭ ହୋଇଯାଇଥାଏ ଯେତେବେଳେ ମାତା ପେଙ୍ଗୁଇନ୍ ନିଜ ପେଟରୁ ଅଣ୍ଡା ବାହାର କରିଥାଏ। -୫୦° ରୁ ବି କମ୍ ତାପମାତ୍ରାରେ ପେଙ୍ଗୁଇନ୍ ଆଣ୍ଡ ଦେଇଥାଏ ଯଦି କିଛି ସେକେଣ୍ଡ ପାଇଁ ବି ସେହି ଅଣ୍ଡାକୁ ବାହାରେ ରଖି ଦିଆଯାଏ | ତେବେ ସେହି ଅଣ୍ଡା ଉପରେ ବରଫ ଜମି ଯାଇଥାଏ ଓ ଅଣ୍ଡା ଭିତରେ ଥିବା ପିଲାର ମୃତ୍ୟୁ ହୋଇଥାଏ ଏହି କାରଣ ଯୋଗୁଁ ପିଲାର ମାତା ଓ ପିତା ଗୋଟେ କ୍ଷଣ ପାଇଁ ବି ଅଣ୍ଡାକୁ ନିଜ ଠାରୁ ଦୂରେଇ ନଥାନ୍ତି ସବୁ ସମୟରେ ଅଣ୍ଡାକୁ ଚାପି ଧରି ବସିବାକୁ ପଡ଼ିଥାଏ |

ଯେପରି ଅଣ୍ଡାକୁ ଗରମ ମିଳିବ। କେବେ କେବେ ମାତା ପିତା ଅଧିକ ଦିନ ଧରି ଏପରି ରହିବା କାରଣରୁ ଭୋକରେ ବିଭିର ହୋଇ ଯାଇଥାନ୍ତି ଯେତେବେଳେ ଭୋକ ଅସମ୍ଭାଳ ହୋଇ ଯାଇଥାଏ ସେତେବେଳେ ସେ ଅଣ୍ଡାକୁ ଛାଡି ଖାଦ୍ୟ ସଂଗ୍ରହ ପାଇଁ ବାଧ୍ୟ ହୋଇଥାନ୍ତି ଠିକ୍ ସେତିକି ବେଳେ କେତେକ ଶିକାରୀ ସେହି ସମୟକୁ ଅପେକ୍ଷା କରିଥାନ୍ତି ଓ ଅଣ୍ଡାକୁ ନେଇ ପକାଇ ଯାଇଥାନ୍ତି। ସେଥିପାଇଁ ପେଙ୍ଗୁଇନ୍ ତାର ଅଣ୍ଡାକୁ ଗୋଡ଼ରେ ଚାପି ଧରିଥାଏ ୬୦ ଦିନ ପର୍ଯ୍ୟନ୍ତ ଏବଂ ତାପରେ ଜନ୍ମ ନେଇଥାଏ ଏକ ଶିଶୁ ପେଙ୍ଗୁଇନ୍।

ଜନ୍ମ ପରେ ଏକ ଶିଶୁ ପେଙ୍ଗୁଇନ୍ ୬ ମାସ ପର୍ଯ୍ୟନ୍ତ ନିଜ ମା ବାପା ପାଖରେ ରହିଥାଏ ଏବଂ ଧୀରେ ଧୀରେ ବଡ ହୋଇଥାଏ। ଦୁନିଆରେ କେତେକ ପେଙ୍ଗୁଇନ୍ ଯେଉଁଠାରେ ରହିଥାନ୍ତି ସେହି ସ୍ଥାନର ତାପମାତ୍ର ବର୍ଷ ସାରା ୦° ରୁ କମ୍ ରହିଥାଏ ଆଉ କେବେ କେବେ ତାପମାତ୍ରା -୭୦° ମଧ୍ୟ ହୋଇଯାଇଥାଏ କିନ୍ତୁ ପେଙ୍ଗୁଇନ୍ ନିଜକୁ ଏହି ଭୟାନକ ସ୍ଥିତିରେ ମଧ୍ୟ ବଞ୍ଚାଇ ରଖିଥାଏ ପ୍ରକୃତି ପେଙ୍ଗୁଇନ୍ ର ଚମଡାକୁ ଏମିତି ତିଆରି କରିଛି କି ଯେପରି ସେମାନେ ଥଣ୍ଡାକୁ ସହିବାରେ ସକ୍ଷମ ହୋଇଥାନ୍ତି କିନ୍ତୁ କେବେ କେବେ ଥଣ୍ଡା ଏତେ ବଢିଯାଇଥାଏ କି ପ୍ରକୃତିର ସବୁ ଯୋଗାଡ ଫେଲ୍ ମାରି ଯାଇଥାଏ ଓ ପେଙ୍ଗୁଇନ୍ ର ଶରୀର ଉପରେ ବରଫ ଜମି ଯାଇଥାଏ ଏବଂ ତାର ମୃତ୍ୟୁ ହୋଇଯାଇଥାଏ |

କିନ୍ତୁ ଏଥିରୁ ବଞ୍ଚି ରହିବା ପାଇଁ ପେଙ୍ଗୁଇନ୍ ମାନେ କିଛି ଉପାୟ ଆପଣେଇ ଥାଆନ୍ତି ଯେତେବେଳେ ଗୋଟିଏ ସ୍ଥାନରେ ଅଧିକ ଥଣ୍ଡା ପଡ଼ି ଯାଇଥାଏ ସେତେବେଳେ ହଜାର ହଜାର ଲକ୍ଷ ଲକ୍ଷ ପେଙ୍ଗୁଇନ୍ ଏକାଠି ହୋଇଥାନ୍ତି ଏବଂ ନିଜ ନିଜ ଭିତରେ ଚାପି ହୋଇ ମୁଣ୍ଡ ତଳକୁ କରି ଏକ ମହଲା ତିଆରି କରିଥାନ୍ତି। ଯେତେବେଳେ ପେଙ୍ଗୁଇନ୍ ଏହିପରି ମହଲା ତିଆରି କରିଥାନ୍ତି ତାର ଆକାର କେତେ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀ ରହିଥାଏ।

ଦର୍ଶକ ବନ୍ଧୁ କେବେ କେବେ ଏହା ହୋଇଥାଏ କି ଛୋଟ ପେଙ୍ଗୁଇନ୍ ବାପା ମା ଶିକାର ପାଇଁ ସମୁଦ୍ରକୁ ଯାଇଥାନ୍ତି ଓ ନିଜେ ସମୁଦ୍ରରେ ନିଜେ ଅନ୍ୟ ଜୀବଙ୍କର ଶିକାର ହୋଇ ଯାଇଥାନ୍ତି ଓ କେବେବି ଫେରି ନଥାନ୍ତି। ତାପରେ ଦଳରେ ଥିବା ପେଙ୍ଗୁଇନ୍ ମାନେ ପିଲାଟି ଉପରେ ନିଜ ଅଧିକାର ଜମେଇ ଥାଆନ୍ତି ଅନ୍ୟ ପେଙ୍ଗୁଇନ୍ ଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ କି ଏହି ଛୋଟ ପିଲାର କିଏ ମା ବାପା ହେବେ। କେବେ କେବେ ଏହି ଝଗଡ଼ା କାରଣରୁ ପେଙ୍ଗୁଇନ୍ ର ଜୀବନ ଚାଲି ଯାଇଥାଏ |

କାରଣ ପେଙ୍ଗୁଇନ୍ ମାନେ ଝଗଡ଼ା କରି ଚାଲିଥାନ୍ତି ଆଉ ଏପଟେ ଛୋଟ ପେଙ୍ଗୁଇନ୍ ଭୋକ ଉପାସରେ ଆଉ ଥଣ୍ଡା କାରଣରୁ ମରି ଯାଇଥାଏ। ଏଥିମଧ୍ୟରୁ ଯେଉଁ ପେଙ୍ଗୁଇନ୍ ବଞ୍ଚି ଯାଇଥାନ୍ତି ସେମାନେ ବଡ ହୋଇଥାନ୍ତି ଆଉ ନିଜେ ଶିକାରକୁ ବାହାରିଥାନ୍ତି ତାପରେ ଆରମ୍ଭ ହୋଇଥାଏ ପେଙ୍ଗୁଇନ୍ ଙ୍କର ନୂଆ ଅଧ୍ୟାୟ ପେଙ୍ଗୁଇନ୍ ନିଜ ପେଟ ଭରିବା ପାଇଁ ପାଣି ଭିତରକୁ ଶିକାର ହୋଇ ଯାଇଥାଏ କିନ୍ତୁ ପାଣି ଭିତରେ ସେମାନଙ୍କୁ ଅପେକ୍ଷା କରି ରହିଥାଏ ଅନ୍ୟ ଏକ ଜୀବ ଯାହାର ନାମ ହେଉଛି ସମୁଦ୍ରିସିଲ୍। ଯେତେବେଳେ ପେଙ୍ଗୁଇନ୍ ଗଭୀର ପାଣି ଭିତରକୁ ଯାଇଥାଏ ସିଲ୍ ସେମାନଙ୍କୁ ଗୋଟିଏ ଝରକାରେ ଧରି ନେଇଥାଏ। ଏକ ପେଙ୍ଗୁଇନ୍ ର ଜୀବନ ଏତେ ବିପଦପୂର୍ଣ୍ଣ ହୋଇଥାଏ କି ଯେତେବେଳେ ସେମାନେ ଶିକାରକୁ ଯାଇଥାନ୍ତି ସେମାନଙ୍କ ଫେରିବାର ଚାନ୍ସ ମାତ୍ର ୫୦% ହିଁ ଥାଏ।

ପେଙ୍ଗୁଇନ୍ ମାନେ ପୁରା ଜୀବନ କାଳ ମଧ୍ୟରେ କେବଳ ଗୋଟିଏ ସାଥୀ ସହିତ ଜୀବନ ବିତାଇଥାନ୍ତି। ଯବାନ ହେବା ପରେ ଏକ ପେଙ୍ଗୁଇନ୍ ନିଜ ଜୀବନସାଥି ଖୋଜିଥାନ୍ତି ତାହା ସହିତ ସାରା ଜୀବନ ରହିଥାନ୍ତି ଯଦି କୌଣସି କାରଣରୁ ଗୋଟିଏ ସାଥିର ମୃତ୍ୟୁ ହୋଇଯାଇଥାଏ ତେବେ ଅନ୍ୟ ସାଥୀଟି ତାକୁ ଝୁରି ଝୁରି ଅଖିଆ ଅପିଆ ମରି ଯାଇଥାଏ।