ପେଟ ପୋଷିବା ପାଇଁ ଗୁପଚୁପ ବିକୁଥିଲେ, ଘର ନଥିଲା ଟେଣ୍ଟ ତଳେ ଓପାସ ସୋଉଥିଲେ, ଏବେ IPL ନିଲାମୀରେ କୋଟିପତି ହେଲେ ଯୁବ ଖେଳାଳି

ବିଗତ ଗୁରୁବାର ଦିନ କଲିକତା ରେ IPL ର ଖେଳାଳି ଙ୍କ ର୍ନିଳାମି ପ୍ରକ୍ରିୟା ଶେଷ ହେଇଯାଇଛି I ଏହି ନିଲାମୀ ପ୍ରକ୍ରିୟା ରେ ଯୁବା ଖେଳାଳି ୟସବି ଜୟସ୍ଵଲ ଙ୍କୁ ବାସ୍ତବିକ ମୂଲ୍ୟ ରୁ ଅଧିକ ମୂଲ୍ୟ ରେ ରାୟଲସ ଟିମ କ୍ରୟ କରିଛି I ମିଳିଥିବା ସୂଚନା ଅନୁସାରେ ତାଙ୍କୁ 2 କୋଟି 40 ଲକ୍ଷ ଟଙ୍କା ରେ କ୍ରୟ କରାଯାଇଛି I

ୟସସ୍ୱି ଙ୍କ ର ପିତା ଙ୍କ ର ନାମ ଭୁପେନ୍ଦ୍ର ଅଟେ I ୟସବି ଙ୍କ ର ଏହି ନିଲାମୀ ପ୍ରକ୍ରିୟା କୁ ନେଇ ସେ ବର୍ତମାନ ଏକ କୋଟିପତି ହେଇ ପାରିଛନ୍ତି I ଏହା ଦ୍ୱାରା ତାଙ୍କ ପରିବାର ମଧ୍ୟ ବେଶ ଖୁସି ରେ ରହିଛି I ଅଣ୍ଡର 19 କ୍ରିକେଟ ବିଶ୍ୱକପ ରେ ମଧ୍ୟ ସେ ସାମିଲ ହେଇଥିଲେ ଓ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ I

ଏହି ବର୍ଷ ୟସସ୍ୱି ଘରୋଇ କ୍ରିକେଟ ଟିମ ରେ ବେଶ ଭଲ ଶକ୍ତି ପ୍ରଦର୍ଶନ କରିପାରିଥିଲେ I 2019 ରେ ମୁମ୍ବାଇ ତରଫରୁ ହଜାରେ ଟ୍ରଫି ରେ ଖେଳି ଡବଲ ସେଂଚରି କରିବା ରେ ସଫଳ ହେଇଥିଲେ I ସେ 5 ଗୋଟି ମ୍ୟାଚ ରେ 500 ରୁ ଅଧିକ ରନ କରିପାରିଛନ୍ତି I ତାଙ୍କ ପିତା ଙ୍କ ର ମଧ୍ୟ ଏହିପରି ବଡ଼ ସ୍ୱପ୍ନ ଥିଲା କି ତାଙ୍କ ପୁଅ କିପରି ଅଧିକ ସୁନାମ ଅର୍ଜନ କରିବେ I

ସେ ଏହି ବର୍ଷ ଝାରଖଣ୍ଡ ରେ ମଧ୍ୟ 149 ବଲ ରେ ନିଜ ର ଡବଲ ସେଂଚୁରି କରିଥିଲେ I ଏହିପରି ବିଜୟ ହଜାରେ ଟ୍ରଫି ରେ ସେ ସବୁଠାରୁ ଅଧିକ 12 ଗୋଟି ଛକ୍କା ମଧ୍ୟ କରିଛନ୍ତି I

ସଚିନ ଙ୍କ ର ପୁଅ ଅର୍ଜୁନ ଓ ୟସସ୍ୱି ବେଶ ଭଲ ବନ୍ଧୁ ଅଟନ୍ତି I ବ୍ୟଙ୍ଗଳର ରେ ଥିବା ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ ରେ ଉଭୟ ଙ୍କ ର ବନ୍ଧୁତା ହେଇଥିଲା I

ଏହା ପରେ 2018 ରେ ଅର୍ଜୁନ ୟସସ୍ୱି ଙ୍କୁ ନିଜ ଘର କୁ ନେଇଆସିଥିଲେ I ଓ ତାଙ୍କ ପିତା ସଚିନ ଙ୍କ ସହ ତାଙ୍କ ର ସକ୍ଷ୍ୟତ କରିଥିଲେ I ସଚିନ ପ୍ରଥମ ଦେଖା ରେ ୟସସ୍ୱି ଙ୍କୁ ନିଜ ର ଏକ ବ୍ୟାଟ ଉପହାର ରେ ଦେଇଥିଲେ I

ୟାସସ୍ୱି ନିଜ ର ଜୀବନ ର ଏକ ଦୁଃଖଦ ଅନୁଭୂତି ବିଷୟ ରେ ଏହା ମଧ୍ୟ କହିଛନ୍ତି କି ଆଜାଦ ମୈଦାନ ରେ ସେ ଟେଣ୍ଟ ତଳେ ମଧ୍ୟ ରାତି ବିତାଇଛନ୍ତି I ସେଠାରେ ସେ ଗୁପଚୁପ ଖାଇକି ଶୋଉଥିଲେ I କାରଣ ସେ ସମୟ ରେ ସେ ଯେଉଁ ଖେଳାଳି ଙ୍କ ସହ ସେଠାରେ ରହୁଥିଲେ ସେମାନେ କଳି କରିକି ରୋଷେଇ କରୁ ନ ଥିଲେ I