ବାପା ଙ୍କର ସ୍ଵପ୍ନ ସାକାର କରିବା ପାଇଁ ଦୀପକ ଚାହାର ହେଲେ କ୍ରିକେଟର; କ୍ରିକେଟ ଖେଳିବା ପାଇଁ ଛାଡିବାକୁ ପଡିଥିଲା ସ୍କୁଲ

ବାଂଲାଦେଶ ବିପକ୍ଷ ରେ ତିନି ଥର ହେଇଥିବା ଟି 20 ସିରିଜ ର ଅନ୍ତିମ ମ୍ୟାଚ ରେ ରବିବାର ଦିନ ଦୀପକ ଚାହାର ହ୍ୟାଟ୍ରିକ କରିଥିଲେ I ସେ 6 ଵିକେଟ ନେଇ ବିସ୍ମୟକର ରେକର୍ଡ ମଧ୍ୟ କରିଥିଲେ I ବିଚପୁର ରେ ଦୀପକ ଚାହାର ଙ୍କ ର ପିତା ପିଲା ଙ୍କୁ ମଧ୍ୟ ଟ୍ରେନିଂ ଦିଅନ୍ତି I ଏବଂ ସେ ନିଜେ ମଧ୍ୟ ଜଣେ କ୍ରିକେଟର ହେବାର ସ୍ବପ୍ନ ଦେଖିଥିଲେ I ସେ ଏହା ପୂର୍ବ ରୁ 4-5 ବର୍ଷ ରେର୍ସଲିଂ ମଧ୍ୟ କରିଛନ୍ତି I

ଦୀପକ ଚାହାରଙ୍କ ର ପିତା ,କୁହନ୍ତି ସେ ଯେତେବେଳେ ପ୍ରଥମ ଥର ଦୀପକ ଙ୍କୁ ବୋଲିଂ କରିଥିଲେ ତ ତାଙ୍କ ର କ୍ରିକେଟର ହେବାର ସ୍ବପ୍ନ ପୁରା ହେବା ପରି ଆଶା ଦେଖିବାକୁ ମିଳିଥିଲା I ଦୀପକ ଙ୍କ ସହ ତାଙ୍କ ସାନ ଭାଇ ରାହୁଲ ମଧ୍ୟ ଏକାଠି ସ୍କୁଲ ଯାଉଥିଲେ ଏବଂ ସେବେ ଠାରୁ ଦୀପକ ଚାହାର କ୍ରିକେଟ ପ୍ରାକ୍ଟିସ କରିବା ଆରମ୍ଭ କରିଥିଲେ I ସେ ଘର କୁ ଫେରିବା ପରେ ମଧ୍ୟ ପ୍ରାକ୍ଟିସ ଜାରି ରଖିଥିଲେ I

ଲୋକେନ୍ଦ୍ର ଚହାର ଏହା ମଧ୍ୟ କୁହନ୍ତି କି କିଛି ବଡ଼ କରିବାକୁ ହେଲେ ଜୀବନ ରେ ସଂଘର୍ଷ କରିବାକୁ ହେଇଥାଏ I ଏପରି ନୁହେଁ କି ମୋତେ କ୍ରିକେଟର ହେବାକୁ ଟଙ୍କା ର ଅଭାବ ହେଇଥିଲା I ଦୀପକ ଚାହାର ଙ୍କ ର ପିତା ଏହା ମଧ୍ୟ କହୁଥିଲେ କି ସେ ଟ୍ରେନିଂ ଦେବା ସମୟ ରେ ସବୁ ଖେଳାଳି ଙ୍କ ର ଖେଳ ର ଟେକନିକ ଦେଖନ୍ତି I ବିଗତ ମ୍ୟାଚ ରେ ଦୀପକ ବେଶ ବୋଲିଂ କରିଥିଲେ I

ଦୀପକ ଚାହାର ଙ୍କ ର ଚାଚା କହିଛନ୍ତି ଦୀପକ ଯେତେବେଳେ ମୈଦାନ ରେ ଖେଳୁଥିଲେ ଆମ ସମସ୍ତ ଙ୍କ ର ଏହି ଆଶା ଥିଲା କି ସେ ଗୋଟେ କି ଦୁଇଟା ଵିକେଟ ନେବେ I କିନ୍ତୁ 6 ଗୋଟି ଵିକେଟ ନେଇ ସେ ଏକ ବିଶ୍ୱ ରେକର୍ଡ କରିଛନ୍ତି I ଆମ ପୁରା ପରିବାର ତାଙ୍କ ସଫଳତା ପାଁଇ ବେଶ ଖୁସି I