ବାପାଙ୍କୁ ଏକା ସାଙ୍ଗରେ କରିବାକୁ ପଡିଲା ପୁଅର ଅନ୍ତିମ ସଂସ୍କାର ଓ ଝିଅର କନ୍ୟାଦାନ, ଦୁଃଖ ଲୁଚାଇ ସବୁ ବିଧି ପାଳନ କରିଲେ ବାପା

କାନପୁର ଦେହତ ରେ ଏକ ବହୁତ ବଡ଼ ଅଘଟଣ ଘଟିଯାଇଛି I ଏଠାରେ ଏକାଥରେ ଏକ ଭାଇ ର ମୃତ୍ୟୁ ଓ ଭଉଣୀ ର ବିବାହ ହେଇଚି I ପୁଅ ର ମୃତ୍ୟୁ ର ଖବର ଲୁଚାଇ ପିତା ସାରା ରାତି ଝିଅ ର ବିବାହ କାର୍ଯ୍ୟ ରେ ବ୍ୟସ୍ତ ରହିଥିଲେ I ବିବାହ ମଧ୍ୟ ରେ ଯେତେବେଳେ ମା ପୁଅ କୁ ଅନେକ ଥର ଖୋଜନ୍ତି ତେବେ ପିତା କାନ୍ଦି ପକାଉଥିଲେ I ସକାଳୁ ଝିଅ ର ବିଦାଇ ସାରିବା ପରେ ସେଠାରେ ଦୁଃଖ ର ଲହରୀ ଖେଳିଯାଇଥିଲା I ଘଟଣା ଟି ମଙ୍ଗଳପୁର ର ନିବାସୀ ପୂର୍ବ ଫୌଜୀ ଙ୍କ ର ଝିଅ ବିବାହ ର ଘଟଣା ଅଟେ I ସେହି ବିବାହ ରାତି ରେ ହିଁ ଦୁର୍ଘଟଣା ରେ ଭାଇ ର ମୃତ୍ୟୁ ହେଇଥିଲା I

ପୁଅ ର ମୃତ୍ୟୁ ର ଖବର ପିତା ସଂଗେ ସଂଗେ ପାଇଯାଇଥିଲେ I ଏବଂ ଏକ ବଡ଼ ଦୁଃଖ ର ପାହାଡ଼ ତାଙ୍କ ଉପରକୁ ଆସିଯାଇଥିଲା I ବହୁ କଷ୍ଟ ରେ ଝିଅ ର ବିବାହ କାର୍ଯ୍ୟ ପୁରା କରିଥିଲେ ଏବଂ ସକାଳୁ ଝିଅ ର ବିଦାଇ ପରେ ପିତା ତାଙ୍କ ଦୁଃଖ କୁ ଆଉ ରଖିପାରି ନ ଥିଲେ i ଏବଂ ସକାଳୁ ପୁଅ ର ଶବ କୁ କାନ୍ଦ ଦେଇଥିଲେ i ମଙ୍ଗଳପୁର ଥାନା ର କରିଆ ଝାଳ ରୋଡ଼ ରେ ରହୁଥିବା ଫୌଜୀ ରାମ ନରେଶ ଯାଦବ ଙ୍କ ର ଝିଅ ର ବରଯାତ୍ରୀ ଆସିଥିଲା i

ଘର ପାଖ ରେ ଏକ ଗେଷ୍ଟ ହାଉସ ରେ ବିବାହ ର ପରମ୍ପରା ପୁରା ହେଇଥିଲା ଏବଂ ବରଯାତ୍ରୀ ଆସିବା ପରେ ତାଙ୍କ ସ୍ୱାଗତ ରେ ସମସ୍ତେ ବ୍ୟସ୍ତ ରହିଥିଲେ I ସେହି ସମୟ ରେ ଦୁଲହନ ଙ୍କ ର ଭାଇ କିଛି ଜିନିଷ ନେବାକୁ ଯାଇଥିଲା I ଏବଂ ଫେରିବା ସମୟ ରେ ଏକ ଗାଡି ଦୁର୍ଘଟଣା ରେ ତାଙ୍କ ର ମୃତ୍ୟୁ ହେଇଥିଲା I

ସେଠାରେ ଦେଖିଥିବା ଲୋକେ ସଂଗେ ସଂଗେ ପୋଲିସ କୁ ଖବର ଦେଇଥିଲେ I ପୋଲିସ ମଧ୍ୟ ତାଙ୍କୁ ନିକଟ ହସ୍ପିଟାଲ ରେ ଭର୍ତି କରିଥିଲା I କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ I ଏବଂ ତାଙ୍କ ପିତା ଙ୍କୁ ଖବର ଦେଇଥିଲେ I ଏବଂ 19 ବର୍ଷ ର ପୁଅ ର ଶବ କୁ ହସ୍ପିଟାଲ ରେ ଦେଖି ପିତା ସେଠାରେ ଖୁବ କାନ୍ଦିଥିଲେ I

କିଛି ଲୋକେ କିନ୍ତୁ ତାଙ୍କୁ ବୁଝା ସୁଝା କରି ବିବାହ ମଣ୍ଡପ କୁ ବିବାହ କାର୍ଯ୍ୟ ଯେପରି ନ ଅଟକିବ ପଠାଇ ଦେଇଥିଲେ I ଏବଂ ବହୁ କଷ୍ଟ ରେ ପିତା ଝିଅ ର ବିବାହ କାର୍ଯ୍ୟ ପୁରା କରିଥିଲେ I ବିଦାଇ ପର୍ଯ୍ୟନ୍ତ ଝିଅ କି ପରିବାର ର କୌଣସି ସଦସ୍ୟ ଏହି ବିଷୟ ରେ ଜାଣି ନ ଥିଲେ I ଏବଂ ଝିଅ ବିଦାଇ ପରେ ହିଁ ପିତା ଘରେ ଏହି ସବୁ ଜଣାଇଥିଲେ ଯାହା ରାତି ରେ ଅଘଟଣ ଘଟିଯାଇଛି I ଏହା ପରେ ହିମାଂସ ଙ୍କ ର ଯମୁନା ନଦୀ କୁଳ ରେ ଅନ୍ତିମ ସଂସ୍କାର କରାଯାଇଥିଲା I