ପ୍ରଥମ ଟି-୨୦ ରେ ମନୀଷ ପାଣ୍ଡେ କରିଦେଲେ ଏତେ ବଡ ଭୁଲ, ଅମ୍ପୟାର ଦେଲେ ନାହିଁ ଧ୍ୟାନ ନଚେତ ଭାରତୀୟ ଦଳକୁ …

ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟି-20 ସିରିଜର ଆରମ୍ଭ ହୋଇସାରିଛି | ସିରିଜର ପ୍ରଥମ ମ୍ୟାଚ ଅକଲ୍ୟାଣ୍ଡରେ ଖେଳା ଯାଉଥିଲା | ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ 5ଵିକେଟ ବିନିମୟରେ 203ରନ କରିଥିଲା| ତାଙ୍କ ପାଇଁ କାଲୀନ ମୁନରୋ, କେନ ବିଲଅନସନ ଓ ରସ ଟ୍ରେଲର ଅର୍ଧ ସତକ ମାରିଥିଲେ | ଏଥି ପାଇଁ ସେ 203ର ଲକ୍ଷରେ ପହଞ୍ଚି ପାରିଥିଲେ କିନ୍ତୁ ଭାରତ ଏହି ମ୍ୟାଚ କୁ ଅତି ସହଜରେ ଜିତି ଯାଇଛି |

ମନୀଷ ପାଣ୍ଡେଙ୍କର ଫେକ ଫିଲଡିଂ
ନ୍ୟୁଜିଲାଣ୍ଡ ବ୍ୟାଟିଂ ସମୟରେ ଶେଷ ଓଭରରେ ମନୀଷ ପାଣ୍ଡେ ଫେକ ଫିଲଡିଂ କରିଥିଲେ |ରସ ଟ୍ରେଲର ମିଡ଼ ଵିକେଟ ଅଞ୍ଚଳରେ ଦୁଇ ରନ ନେବାକୁ ଚେଷ୍ଟା କରିଥିଲେ ମଣିଷ ପାଣ୍ଡେ ବଲ ଆଡକୁ ଗଲେ କିନ୍ତୁ ଧରି ପାରିଲେ ନାହିଁ | ବଲ ନ ଧରିବା ପରେ ମଧ୍ୟ ସେ ଥ୍ରୋ ପକାଇବାକୁ ଚେଷ୍ଟା କରିଥିଲେ |ତାପରେ ପଛରୁ ରବୀନ୍ଦ୍ର ଜାଡେଜା ଆସି ବଲ ଧରି ଥ୍ରୋ ଦେଇ ଥିଲେ | ଅମ୍ପୟାର ଏହା ଉପରେ ଧ୍ୟାନ ଦେଇ ନଥିଲେ ଆଉ ଏଥି ଯୋଗୁ ଭାରତୀୟ ଦଳ ବଞ୍ଚି ଗଲା |

5ରନ ପେନାଲଟି ଲାଗି ଥାଏ
କ୍ରିକେଟ ନିୟମ ଅନୁସାରେ ଫେକ ଫିଲଡିଂ କରିବା ଦ୍ଵାରା 5ରନର ପେନାଲଟି ଲାଗିଥାଏ | କ୍ରିକେଟ ନିୟମ 41.5 ଅନୁସାରେ ଏହି ପେନାଲଟି ଲାଗିଁଥାଏ | 2017ରେ ଏହି ନିୟମକୁ କ୍ରିକେଟରେ ସାମିଲ କରାଯାଇଥିଲା | ଫେକ ଫିଲଡିଂ ପାଇଁ ପ୍ରଥମଥର ମର୍ଣ୍ଣସ ଲଭୁସେନ ଙ୍କ ଉପରେ ପେନାଲଟି ଲାଗିଥିଲା |ଅଷ୍ଟ୍ରେଲିଆ ଜେଏଲଟି କପ ସମୟରେ ସେ ଫେକ ଫିଲଡିଂ କରିଥିଲେ |

ଦେଖନ୍ତୁ ଭିଡ଼ିଓ