ପ୍ରଥମେ ଢାବାରେ ଅମଲେଟ ବିକୁ ଥିଲେ ଏହି ବଡ ଷ୍ଟାର; ରୋହିତ ସେଠି ବଦଳେଇ ଦେଲେ ତାଙ୍କ ଜୀବନ

ସଞ୍ଜୟ ମିଶ୍ର ଜଣେ ଲୋକପ୍ରିୟ କଳାକାର ଓ କମେଡିଆନ I ବିହାର ର ଦରଭଙ୍ଗା ରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ଗୋଟେ ସମୟ ଏପରି ଥିଲା ବାଧ୍ୟ ହେଇଥିଲେ ଆକ୍ଟିଂକ ଛାଡିକି ସେ ଧାବା ରେ କାମ କରିବା ଆରମ୍ଭ କରିଦେଇଥିଲେ I

କୁହା ଯାଉଛି କି ରୋହିତ ସେଠୀ ତାଙ୍କୁ ଗୋଲମାଲ ଚଳଚିତ୍ର ରେ କାମ କରିବାର ସୁଯୋଗ ଦେଇଥିଲେ ଓ ତା ପରଠାରୁ ତାଙ୍କର ଭାଗ୍ୟ ପରିବର୍ତନ ହେଇଯାଇଥିଲା I

ସଞ୍ଜୟ ଙ୍କ ପିତା ଜଣେ ସାମ୍ବାଦିକ ଥିଲେ ଏବଂ ତାଙ୍କ ବାପା ଙ୍କ ବାପା ଜଣେ ମାଜିଷ୍ଟ୍ରେଟ ଥିଲେ I ବିହାର ର ଦରଭଙ୍ଗା ରେ ଜନ୍ମିତ ସଞ୍ଜୟ ଯେତେବେଳେ 9 ବର୍ଷର ଥିଲେ , ସେତେବେଳେ ତାଙ୍କ ପରିବାର ବାରାଣସୀ କୁ ପଳେଇଥିଲେ I ସଞ୍ଜୟ ତାଙ୍କ ପାଠ ପଢା ବାରାଣାସୀ ର କେନ୍ଦ୍ରୀୟ ବିଦ୍ୟାଳୟ ରେ କରିଥିଲେ I

ସଞ୍ଜୟ ସେ ସମୟରେ ଅନେକ କାମ କରିଥିଲେ କିନ୍ତୁ ସେ ଅଟେ ମାତ୍ରାରେ ଲୋକ ଲୋଚାନନରେ ଆଦୃତ ହେଇପାରିନଥିଲେ I ଯାହା ପାଁଇ କି ସେ ସବୁ କିଛି ଛାଡିକି ତୃଷିକେଷ ଯିବାକୁ ନିଷ୍ପତି ନେଇଥିଲେ I ଏବଂ ସେଠାକୁ ଯିବା ପରେ ସେ ଗୋଟେ ହୋଟେଲ ରେ କାମ କରିବାକୁ ଆରମ୍ଭ କରିଦେଇଥିଲେ I

ଆଉ ଯଦି ରୋହିତ ସେଠି ନ ଥାନ୍ତେ ସେ ତାଙ୍କର ପୁରା ଜୀବନ ବୋଧ ହୁଏ ସେହି ହୋଟେଲ ରେ କାମ କରି କରି ବିତାଇଥାନ୍ତେ I

ଯେତେବେଳେ ରୋହିତ ସେଠି ସଞ୍ଜୟଙ୍କ ପାଖରେ ପହଂଚିଥିଲେ ତ ପ୍ରଥମ ଥର ସେ ତାଙ୍କୁ ମନା କରିଦେଇଥିଲେ I କାରଣ ସଞ୍ଜୟ ଆଉ ପୁଣି ଚଳଚିତ୍ର ଜଗତକୁ ଫେରିବାକୁ ଚାହୁଁନଥିଲେ I କିନ୍ତୁ ରୋହିତ ସେଠି ତାଙ୍କୁ ବହୁତ ବୁଝାସୁଝା କରି ରାଜି କରାଇଥିଲେ I ଏବଂ ଏହି ଚଳଚିତ୍ର ଟି ସୁପରହିଟ ହେଇଥିଲା ମଧ୍ୟ ଓ ତା ପରେ ଗୋଟେ ପରେ ଗୋଟେ ଅଫର ଆସିବା ଆରମ୍ଭ ହେଇଗଲା I