ଯବାନ ପୁଅର ସ୍ୱର୍ଗବାସ ପରେ ଭାବୁକ ହେଲେ ପିତା, ଶୁଦ୍ଧିକ୍ରିୟା ପରେ ଲୋକଙ୍କୁ ବାଣ୍ଟିଲେ ହେଲମେଣ୍ଟ, କାରଣ ଜାଣିଲେ ଆପଣ ଆଖିରେ ବି ଲୁହ ଆସିଯିବ

ଗାଡି ଚଳାଇବା ସମୟ ରେ ମୁଣ୍ଡ ରେ ହେଲମେଣ୍ଟ ପିନ୍ଧିବା ଦ୍ୱାରା ଆମେ ସୁରକ୍ଷିତ ରହିଥାଉ I ସରକାର ବାରମ୍ବାର ଏହା କହୁଥିଲେ ମଧ୍ୟ ଅନେକ ଲୋକେ ଏହା କୁ ଅମାନ୍ୟ କରି ଚାଲିଥାନ୍ତି I ଯାତାୟାତ ବିଭାଗ ମଧ୍ୟ ବାରମ୍ବାର ଲୋକ ଙ୍କୁ ଏହି ଦିଗ ରେ ସଚେତନ କରାଇଥାନ୍ତି ଓ ଅନେକ ବିଜ୍ଞାପନ ରେ ମଧ୍ୟ ଆପଣ ଏପରି ସଚେତନତା କାର୍ଯ୍ୟକ୍ରମ ଦେଖିଥିବେ I ଏହା ସତ୍ୱେ ମଧ୍ୟ ସବୁ ଲୋକେ ହେଲମେଣ୍ଟ ପିନ୍ଧନ୍ତି ନାହିଁ I କିଛି ଲୋକେ ଟ୍ରାଫିକ ପୋଲିସ ରୁ ବଂଚିବା କୁ ଯାଇ ହେଲମେଣ୍ଟ ପାଖ ରେ ରହିଥାନ୍ତି ଏବଂ ସୁବିଧା ଦେଖିକି ହିଁ ପିନ୍ଧିଥାନ୍ତି I

ମଧ୍ୟପ୍ରଦେଶ ରେ ଦମୋହ ଜିଲ୍ଲା ରେ ତେଜଗାଢ଼ ରେ ରହୁଥିବା ଵିଭଵଂସୁ ଦୀକ୍ଷିତ ଓରଫ ଲକି ଙ୍କ ର ଏପରି କିଛି ଭୁଲ କୁ ନେଇ ତାଙ୍କ ର ଜୀବନ ଚାଲିଯାଇଛି I 20 ନଭେମ୍ବର ରେ ଲକି ବିନା ହେଲମେଣ୍ଟ ରେ ଗାଡି ଚଳାଉଥିଲେ I ଏବଂ ବିନା ହେଲମେଣ୍ଟ ରେ ଥିବା ସମୟ ରେ ତାଙ୍କ ର ଏକ ମଇଁଷି ସହ ଆକ୍ସିଡେଣ୍ଟ ହେଇଥିଲା I ଏବଂ ସେ ଏକ ପୋଲ ରୁ ତଳ କୁ ପଡିଯାଇଥିଲେ I ଯଦି ସେ ହେଲମେଣ୍ଟ ପିନ୍ଧିଥାନ୍ତେ ତ ତାଙ୍କ ର ଜୀବନ ବଂଚିଯାଇଥାନ୍ତା I କିନ୍ତୁ ବିନା ହେଲମେଣ୍ଟ ରେ ଥିବା କାରଣ ରୁ ଘଟଣା ସ୍ଥାନ ରେ ହିଁ ତାଙ୍କ ର ମୃତ୍ୟୁ ହେଇଥିଲା I

ଲକ୍କି ଙ୍କ ର 13 ଦିନ ରେ ତାଙ୍କ ପିତା ଙ୍କୁ ହେଲମେଣ୍ଟ ପ୍ରତି ସଚେତନ କରାଇବାକୁ ନିଷ୍ପତି ନେଇଥିଲେ I ଏବଂ ଲୋକ ଙ୍କୁ କହିଥିଲେ ତାଙ୍କ ପୁତ୍ର କେବଳ ଏହି ହେଲମେଣ୍ଟ ନ ପିନ୍ଧିବା କାରଣ ରୁ ହିଁ ମୃତ୍ୟୁବରଣ କରିଛି I ତେଣୁ ପୁତ୍ର ର 13 ଦିନ ରେ ପିତା ହେଲମେଣ୍ଟ ବାଣ୍ଟିଥିଲେ I ଉପସ୍ଥିତ ସବୁ ଲୋକେ ତାଙ୍କ ର ଏହି କାର୍ଯ୍ୟ କୁ ବେଶ ପ୍ରଶଂସା ମଧ୍ୟ କରିଥିଲେ I

ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଘଟଣା ଟି ବେଶ ଚର୍ଚା ରେ ରହିଛି I ହେଲମେଣ୍ଟ ଆମ ର ସୁରକ୍ଷ୍ୟା ପାଁଇ ହେଇଥାଏ ତେଣୁ ଏହା କୁ ମାନି ଚାଲିବା ଦ୍ୱାରା ଆମେ ଆମ ର ଜୀବନ ବଞ୍ଚାଇ ପାରିଥାଉ I ପ୍ରତୋକ ଜନତା ଏହି ଦିଗ ରେ ଜାଗୃତ ହେବା ଉଚିତ I ଏବଂ ସରକାର ଙ୍କ ର ଏହି ଟ୍ରାଫିକ ନିୟମ କୁ ମଧ୍ୟ ପାଳନ କରି ଚାଲିବ ଉଚିତ I ଯାହା ଦ୍ୱାରା କି ଆପଣ ନିଜ ର ଜୀବନ ବଞ୍ଚାଇ ପାରିବେ I