ଟେଲିକମ କମ୍ପାନୀ ଜିଓ ଫ୍ରି ସେବା ଆରମ୍ଭ କରିଥିଲା କିନ୍ତୁ ବର୍ତମାନ ଜିଓ ସମସ୍ତ ଫ୍ରି ସେବା ବନ୍ଦ କରିଛି I ବର୍ତମାନ କମ୍ପାନୀ 6 ପଇସା ପ୍ରତି ମିନିଟ ଅନୁସାରେ ଚାର୍ଜ ନେବ I ଟେଲିକମ ଜଗତ ରେ ଜିଓ ଫ୍ରି କମ୍ପାନୀ ଯିଏ କି ଗ୍ରାହକ ଙ୍କୁ ଫ୍ରି କଲ ଓ ଫ୍ରି ଇଣ୍ଟେର୍ନେଟ ସୁବିଧା ପ୍ରଦାନ କରିଥିଲା I ଅଚାନକ ଜିଓ ଏହି ଫ୍ରି ସେବା ବନ୍ଦ କରି ସବୁ ଗ୍ରହ ଙ୍କୁ ଆଶ୍ଚଯ୍ୟ କରାଇ ଦେଇଛି I
ପୂର୍ବ ରୁ ଟ୍ରାଇ ଠାରୁ ଏହି ସଂକେତ ମିଳିଥିଲା କି ନୂତନ ବର୍ଷ 2020 ରେ ଏହି IUC ଚାର୍ଜ କୁ ଦୂର କରାଯିବ I କିନ୍ତୁ ବର୍ତମାନ ଟ୍ରାଇ ତରଫରୁ ଏହା ସ୍ପଷ୍ଟ କରାଯାଇଛି କି ଏହି ସେବା ସମ୍ପୂର୍ଣ ମାଗଣା ହେବ ନାହିଁ I ଅର୍ଥାତ ସବୁ ଟେଲିକମ ଗ୍ରାହକ ଙ୍କୁ ଆଗାମୀ ସମୟ ରେ IUC ଚାର୍ଜ ଦେବାକୁ ହେବ I
ଟ୍ରାଇ ପୂର୍ବ ରୁ ଏହା ର ଘୋଷଣା କରିଥିଲା I IUC ଚାର୍ଜ 2019 ଶେଷ କୁ ଜିରୋ କରାଯାଇଥିଲା I ଅନ୍ୟ ଟେଲିକମ କମ୍ପାନୀ ଏହି ଚାର୍ଜ କୁ ଜିରୋ କରିବେ ନାହିଁ ବୋଲି କହିଛନ୍ତି I ଜିଓ କହିଛି ଟ୍ରାଇ 1 ଜାନୁୟାରୀ 2021 ରୁ IUC ଚାର୍ଜ ଜିରୋ କରିଦେବ I ଯାହା ଦ୍ୱାରା ଜିଓ ଗ୍ରାହକ ମାନେ ଜିଓ ରୁ ଅନ୍ୟ ନେଟୱାର୍କ କୁ ମଧ୍ୟ ମାଗଣା କଲ କରିପାରିବେ I