ଏବେ ଏବେ: ବଲିଉଡରେ ଖେଳିଗଲା ଶୋକର ଲହରୀ, ଶୋଲେ ଫିଲ୍ମର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କର ହେଲା ନିଧନ

ଅଭିନେତ୍ରୀ ଗୀତା ସିଦ୍ଧାର୍ଥ 14 ଡିସେମ୍ବର ସନ୍ଧ୍ୟା ରେ ମୁମ୍ବାଇ ରେ ଶେଷ ନିଶ୍ୱାସ ତ୍ୟାଗ ଅଭିନେତ୍ରୀ ଗୀତା ଙ୍କୁ ଏମ ଏସ ସତ୍ୟଉ ଙ୍କ ର 1973 ରେ ଆସିଥିବା ଫିଲ୍ମ ଗରମ ହାୱା ରେ ବେଶ ସୁନ୍ଦର ଭୂମିକା ରେ ଅଭିନୟ କରିବା କୁ ପଡିଥିଲା I ଗୀତା ଗୁଲଜାର ଙ୍କ ର 1972 ରେ ଆସିଥିବା ଫିଲ୍ମ ପରିଚୟ ରୁ ସେ ନିଜ ର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ I ଯେଉଁଥିରେ ଜିତେନ୍ଦ୍ର ଓ ଭଦଉଡି ପରି କଳାକାର ମଧ୍ୟ ଥିଲେ I ସେ 70-80 ଦଶକ ରେ ବଲିଉଡ ଜଗତ ରେ ଜଣେ ସଫଳ କଳାକାର ରୂପେ ପରିଚିତ ହେଇପାରିଛନ୍ତି I

ଏହି ଅଭିନେତ୍ରୀ ଗୀତା 1972 ରେ ଆସିଥିବା ଗୁଲଜାର ନିର୍ଦେଶିତ ଫିଲ୍ମ ପରିଚୟ ରୁ ଡେବ୍ୟୁ କରିଥିଲେ I ଏହି ଫିଲ୍ମ ରେ ଜିତେନ୍ଦ୍ର ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଛନ୍ତି I ଏହି ଫିଲ୍ମ ର ନିର୍ମାତା ବି କେ ସୋବତି ଥିଲେ I ଅଭିନେତ୍ରୀ ଙ୍କୁ 1973 ରେ ଆସିଥିବା ଫିଲ୍ମ ଗରମ ହାୱା ରେ ବେଶ ଲୋକପ୍ରିୟତା ହାସିଲ ହେଇପାରିଥିଲା I ସେ ଜଣେ ଅଭିନେତ୍ରୀ ହେବା ସହ ଜଣେ ସମାଜସେବିକା ମଧ୍ୟ ଥିଲେ I ଗୀତା ହୋଷ୍ଟ ଓ ଡକ୍ୟୁମେଣ୍ଟାରୀ ମେକର ସିଦ୍ଧାର୍ଥ କାକ ଙ୍କୁ ବିବାହ କରିଥିଲେ I ତାଙ୍କ ଝିଅ ଅନ୍ତରା ମଧ୍ୟ ଡକ୍ୟୁମେଣ୍ଟାରୀ ମେକର ଅଟନ୍ତି I