ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ୧୦ ଟି ରହସ୍ୟମୟ କଥା। ଜଗନ୍ନାଥ ମନ୍ଦିର ଓଡ଼ିଶାର ପୁରୀ ସହରର ମଧ୍ୟ ଭାଗରେ ଅବସ୍ଥିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ପୂଜିତ ହେଉଥିବା ଏହା ଏକ ପୁରାତନ ଦେଉଳ ଅଟେ। ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସର୍ବଶ୍ରେଷ୍ଠ ସ୍ଥାନ ରହିଛି। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ଵର ପୂର୍ବ ଦକ୍ଷିଣରେ ଭାରତ, ଭାରତର ଅଗ୍ନି କୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନି କୋଣରେ ଅବସ୍ଥିତି ପୁରୀ, ପୁରୀର ଅଗ୍ନି କୋଣରେ ଶ୍ରୀ ବତ୍ସଖଣ୍ଡ ଶାଳରେ ନିର୍ମିତ ବଡ଼ ଦେଉଳ ଏବଂ ବଡ଼ ଦେଉଳର ଅଗ୍ନି କୋଣରେ ରୋଷ ଶାଳ। ଯେଉଁଠାରେ ମନ୍ଦିର ନିର୍ମାଣ କାଳରେ ଅଗ୍ନି ପ୍ରଜ୍ବଳିତ ହୋଇଥାଏ। ଏଠାରେ ମହୋଦଦ୍ଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୁଆ ଖୋଳିଲେ ଲୁଣପାଣି ନଝରି ମଧିର ଜଳ ନିର୍ଗତ ହୋଇଥାଏ। ଆଜି ଆସନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ କିଛି ଏପରି ରହସ୍ୟମୟ କଥା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଶ୍ରୀକ୍ଷେତ୍ର ପୁରୀର ଆଉ ଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ। ଦିନରେ ଗୋଟେ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ସମୟରେ ଏହାର ଠିକ୍ ଓଲଟା ଦିଗରେ ଗତି କରେ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମୁଦ୍ରର ପବନ ସାଧାରଣତଃ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଆସିଥାଏ ହେଲେ ଶ୍ରୀକ୍ଷେତ୍ରରେ ସମୁଦ୍ରର ପବନ ଓଲଟା ତଳ ଭାଗରୁ ସମୁଦ୍ର ଆଡ଼କୁ ଗତି କରିଥାଏ।
ଶ୍ରୀ ମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରେ ଛିଡ଼ା ହୋଇ ଦେଖିଲି ମଧ୍ୟ ତାହା ଆପଣକୁ ସାମ୍ନାରେ ଛିଡ଼ାହୋଇ ଦେଖିବା ଭଳି ଲାଗିବ। ଯାହାକୁ ନୀଳଚକ୍ର ବୋଲି ମଧ୍ୟ କୁହାଯାଏ। ଏହା ଅଷ୍ଟ ଧାତୁରେ ନିର୍ମିତ।
ବିଶ୍ବର ଏହା ହେଉଛି ଏକମାତ୍ର ମନ୍ଦିର ଯାହାର ଛାଇ କେବେବି ମନ୍ଦିରର ତଳେ ପଡ଼ିନାହିଁ।
ଜଗନ୍ନାଥ ମନ୍ଦିରର ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ବଡ଼ ଦେଉଳର ପତାକା ଉଡ଼େ। ମନ୍ଦିରର ଉପରେ ଲଗା ଯାଇଥିବା ପତାକା ପବନର ବିପରୀତ ଦିଗରେ କାହିଁକି ଉଡ଼େ ସେ ବିଷୟରେ ବୈଜ୍ଞାନିକ ମାନେ ମଧ୍ୟ କହିପାରୁ ନାହାଁନ୍ତି। ପ୍ରତିଦିନ ସନ୍ଧ୍ୟାରେ ବଡ଼ ଦେଉଳର ପତାକା ଯେତେବେଳେ ପରିବର୍ତ୍ତନ କରାଯାଏ ସେତେବେଳେ ନିର୍ଦ୍ଧିଷ୍ଟ ସେବକ ବିପରୀତ ଦିଗରେ ବଡ଼ ଦେଉଳ ଉପରକୁ ଚଢ଼ି ପତାକା ବାନ୍ଧନ୍ତି।
ପୁରୀ ଶ୍ରୀମନ୍ଦିର ଉପରେ ପକ୍ଷୀ କେବେ ହେଲେ ଉଡ଼ି ନଥାନ୍ତି। ମନ୍ଦିର ଚତ୍ରୁର୍ଶ୍ୱରେ କୌଣସି ପକ୍ଷୀ ଉଡ଼ିବାର କେହି କେବେ ଦେଖି ନାହାଁନ୍ତି। ଏହା ଉପରେ ବିମାନ ମଧ୍ୟ ଉଡ଼ିପାରିବ ନାହିଁ। ଭାରତର ଅଧିକାଂଶ ମନ୍ଦିରର ଚୁଳରେ ପକ୍ଷୀମାନେ ବସିବା ଦେଖା ଯାଇଥାଏ। ହେଲେ ଶ୍ରୀମନ୍ଦିରର ଚମତ୍କାରିତା ହେଉଛି ଏହାର ଆଖପାଖରେ ମଧ୍ୟ ପକ୍ଷୀ ଉଡ଼ନ୍ତି ନାହିଁ।
ଜଗନ୍ନାଥ ମନ୍ଦିରର ଅନ୍ୟ ଚମତ୍କାରିତା ହେଉଛି ସମୁଦ୍ରଠୁ ଶ୍ରୀମନ୍ଦିରକୁ ରକ୍ଷା କରିବା। କାରଣ କୁହାଯାଏ ସମୁଦ୍ର ୩ ଥର ଶ୍ରୀମନ୍ଦିରକୁ ଭାଙ୍ଗିଥିଲା। ଖାସ୍ ଏଥିପାଇଁ ମହାପ୍ରଭୁ ହନୁମାନଙ୍କୁ ଶ୍ରୀମନ୍ଦିରର ଚାରି ଦୁଆରେ ନିୟୋଜିତ କରିଛନ୍ତି। ଶ୍ରୀମନ୍ଦିରକୁ ସମୁଦ୍ର କବଳରୁ ରକ୍ଷା କରିବା ପାଇଁ।
ଜଗନ୍ନାଥ ମନ୍ଦିରର ଆଶ୍ଚର୍ଯ୍ୟ ହେଉଛି ସମୁଦ୍ରର ଗର୍ଜନ। ସମଗ୍ର ପୁରୀରେ ଗର୍ଜନ ଶୁଣା ଯାଉଥିଲେ ମଧ୍ୟ ସିଂହ ଦ୍ଵାରରେ ପାଦଦେବା କ୍ଷଣି ସମୁଦ୍ରର ଗର୍ଜନ ଆଉ ସୁଭେନାହିଁ।
ଜଗନ୍ନାଥ ମନ୍ଦିରର ଅନ୍ୟ ଏକ ଚମତ୍କାରିତା ହେଉଛି ପ୍ରତିଦିନ ମହାପ୍ରଭୁଙ୍କ ମୂର୍ତ୍ତିର ରୂପ ବଦଳେ। ଶ୍ରୀକୃଷ୍ଣଙ୍କୁ ଏଠି ଜଗନ୍ନାଥ ବୋଲି କୁହାଯାଏ। ଏଥି ୧୨ ବର୍ଷରେ ଥରେ ନବକଳେବର ହୁଏ, ମୂର୍ତ୍ତି ପରିବର୍ତ୍ତନ ହୁଏ। ହେଲେ ଆକାର ଓ ଗଢଣୀ ସମାନ ରୁହେ।
ସେହିପରି ମନ୍ଦିରର ଅନ୍ୟ ଏକ ଚମତ୍କାରିତା ହେଉଛି ଏଠାରେ ବିଶ୍ୱର ସବୁଠାରୁ ବଡ଼ ରଥଯାତ୍ରା ଅନୁଷ୍ଠତ ହୋଇଥାଏ। ସୁନାର ଝାଡୁରେ ରଥ ଉପରେ ଛେରାପହଁରା କରାଯାଇଥାଏ। ଛେରାପହଁରା କରନ୍ତି ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବ।
ଜଗନ୍ନାଥ ମନ୍ଦିରର ସବୁଠାରୁ ବଡ଼ ଚମତ୍କାରିତା ହେଉଛି ମନ୍ଦିରର ରୋଷ ଘର। ଏହି ରୋଷ ଘରେ ୫ ଶହ ରୋଷେଇଆ ଆଉ ୩ ସହ ସହଯୋଗୀ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିରେ ନିଯୁକ୍ତ ହୋଇଛନ୍ତି। ଏହି ପ୍ରସାଦକୁ ୨୦ ଲକ୍ଷ ଭକ୍ତ ଖାଇପାରିବେ। ଶ୍ରୀମନ୍ଦିରରେ ହଜାର ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାକୁ ଲକ୍ଷେ ଲୋକ ପେଟ ପୁରା ଖାଇପାରନ୍ତି। ଏଠାରେ ଗୋଟିଏ ମାଟି କୋଢୁୁଆ ଉପରେ ୭ କୋଢୁୁଆ ରଖି ଏକାବେଳେ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସର୍ବ ଉପରି ଭାଗରେ ଥିବା ମାଟି କୋଢୁୁଆର ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୋଇଥାଏ।