ପୌରାଣିକ ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମରେ ଚାରି ଧାମ କୁ ଗୋଟେ ଯୁଗର ପ୍ରତୀକ ବୋଲି କୁହାଯାଏ ସେହିପରି କଳିଯୁଗର ପବିତ୍ର ଧାମ କୁହାଯାଉଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ବେଶ ମାନ୍ୟତା ରହିଛି କିନ୍ତୁ ଆପଣ ଜାଣିଛନ୍ତି କି ପୁରୀ ସ୍ତିତ ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ଅନେକ ରହସ୍ୟର ଗନ୍ତାଘର ଏଇ ପୁରାତନ ମନ୍ଦିରର ଚମତ୍କାରିତା ବିଷୟରେ ଆଜି ମଧ୍ୟ ଅନେକ ଳିକଙ୍କୁ ଜଣାନାହିଁ କିନ୍ତୁ ବୈଜ୍ଞାନିକ ମାନେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରର 8 ଟି ରହସ୍ୟ ବିଷୟରେ ଜାଣିବାପରେ ଖୁବ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ତେବେ ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥ ମନ୍ଦିରର 8 ଟି ରହସ୍ୟ ସମ୍ପର୍କରେ |
ପ୍ରଥମ ରହସ୍ୟ
ଜଗନ୍ନାଥ ମନ୍ଦିରର ନେତ ସର୍ବଦା ପବନ ର ବିପରୀତ ଦିଗରେ ଉଡ଼ିଥାଏ ଅର୍ଥାତ ଯଦି ପଵନ ପୂର୍ବରୁ ପଶ୍ଚିମ କୁ ହେଉଛି ତେବେ ନେତ ଟି ପଶ୍ଚିମ ରୁ ପୂର୍ବକୁ ଉଡିବ ଏହା କେଉଁ କାରଣପାଇଁ ହେଉଛି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣିପାରି ନାହାନ୍ତି |
ଦ୍ୱତୀୟ ରହସ୍ୟ
ଜଗନ୍ନାଥ ମନ୍ଦିରର ଛାୟା ମଧ୍ୟ କୌଣସି ରହସ୍ୟଠାରୁ କମ ନୁହେଁ କାରଣ ଶ୍ରୀମନ୍ଦିରର ଛାୟା କେବେହେଲେ ଦେଖାଯାଏ ନାହିଁ |
ତୃତୀୟ ରହସ୍ୟ
ମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରରର ମଧ୍ୟ ରହିଛି ଅନେକ ଚମତ୍କାର ଏଇ ସୁଦର୍ଶନ ଚକ୍ରଟି ଅଷ୍ଟଧାତୁ ରେ ତିଆରି ଆପଣ ମନ୍ଦିରର ଯେକୌଣସି ସ୍ଥାନରେ ଛିଡ଼ାହୋଇ ଦେଖିଲେ ଆପଣଙ୍କୁ ସୁଦର୍ଶନ ଚକ୍ର ସିଧା ଦେଖାଯିବ ଯେମିତି ଆପଣଙ୍କୁ ଲାଗିବ ଇଏ ଆପଣଙ୍କ ଆଡକୁ ହିଁ ମୁହଁ କରି ରହିଛି |
ଚର୍ତୁଥ ରହସ୍ୟ
ସାଧାରଣ ଦିନ ସମୟରେ ପବନ ସ୍ଥଳ ତଟ ସମୁଦ୍ର ଆଡକୁ ବୋହିଥାଏ ଏବଂ ସନ୍ଧ୍ୟା ସମୟରେ ଏହାର ବିପରୀତ ଦିଗ ରେ ବୋହିଥାଏ କିନ୍ତୁ ପୁରୀରେ ଏହାର ଓଲଟା ହୋଇଥାଏ ଏଠାରେ ସ୍ଥଳ ଆଡ଼ରୁ ସମୁଦ୍ର ଆଡକୁ ପବନ ବୋହିଥାଏ |
ପଞ୍ଚମ ରହସ୍ୟ
ପ୍ରାୟ ମନ୍ଦିରରେ ଦେଖାଯାଏ ମନ୍ଦିରର ଉପରି ଭାଗରେ ଅନେକ ପକ୍ଷୀ ରହିଥିବାର କିନ୍ତୁ ପୁରୀ ମନ୍ଦିରର ଉପରେ କୌଣସି ଭି ପକ୍ଷୀ ବସିବାର ଦେଖାଯାଏ ନାହିଁ |
ଷଷ୍ଠ ରହସ୍ୟ
ମନ୍ଦିରର ରୋଷେଇ ଶାଳରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ତିଆରି ହେଉଥିଲେ ମଧ୍ୟ ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଭୋଜନ କରନ୍ତି |
ସପ୍ତମ ରହସ୍ୟ
ଶ୍ରୀ ମନ୍ଦିରର ବାହାରେ ଥିଲେ ଆପଣଙ୍କୁ ସମୁଦ୍ର ଗର୍ଜନ ଶୁଣାଯିବ କିନ୍ତୁ ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ସମୁଦ୍ରର ଗର୍ଜନ ଶୁଣାଯାଏ ନାହିଁ |
ଅଷ୍ଟମ ରହସ୍ୟ
ଶ୍ରୀ ମନ୍ଦିରର ରୋଷେଇ ଶାଳରେ ପ୍ରସାଦ ତିଆରି ହୁଏ ଅର୍ଥାତ ତିଆରି ପାଇଁ ଗୋଟେ ଉପରେ ଗୋଟେ ହାଣ୍ଡି କୁ ରଖାଯାଏ କିନ୍ତୁ ଆଶ୍ଚର୍ଯ୍ୟ କଥା ଏହାଯେ ଶୀର୍ଷରେ ଥିବା ହାଣ୍ଡିର ପ୍ରସାଦ ଟି ପ୍ରଥମେ ତିଆରି ହୋଇଯାଏ ତେବେ ଦର୍ଶକବନ୍ଧୁ ଏହା ଥିଲା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର 8 ଟି ରହସ୍ୟମୟ କଥା ଯାହାକି ବୈଜ୍ଞାନିକ ମାନେ ମଧ୍ୟ ତାହାର ପ୍ରମାଣ ପାଇନାହାନ୍ତି |