Weather Update: ପୁରୀ ରୁ ଗୋପାଳପୁର ମଧ୍ୟରେ କରିବ ବାତ୍ୟା ଜାୱଦ୍ ଲ୍ୟାଣ୍ଡଫଲ, ଏହି 5ଟି ଜିଲ୍ଲାକୁ ବେଶି ବିପଦ

ନମସ୍କାର ବନ୍ଧୁଗଣ ଓଡ଼ିଶା ମୁହାଁ ହେଲା ଭୟଙ୍କର ବାତ୍ୟା ଜାୱଦ୍ ବାତ୍ୟା ଯେତେ ପାଖେଇ ପାଖେଇ ଆସୁଛି ଲୋକମାନଙ୍କୁ ସେତେ ଭୟ ଲାଗୁଛି। ସୂଚନା ମୁତାବକ ଆସୁଥିବା ବାତ୍ୟା ଜାୱଦ୍ ପୁରୀରେ ଲ୍ୟାଣ୍ଡଫଲ୍ କରିବ, ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ୫ଟି ଜିଲ୍ଲାରେ ତାଣ୍ଡବ ରଚିବ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ତାଣ୍ଡବ ରଚିବ |

ପବନର ବେଗ ଅଧିକ ରହିବ ଏବଂ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୦୦ ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆଶଙ୍କା କରାଯାଉଛି। ସୂଚନା ମୁତାବକ ବାତ୍ୟା ୟସ୍ ସମୟରେ ଯେଉଁଭଳି ଭାବରେ ପବନ ବହିଥିଲା ତାଠାରୁ ଅଧିକ ତୀବ୍ର ବେଗରେ ଗତି କରିବ ବାତ୍ୟା ଜାୱଦ୍।

ସୂଚନା ମୁତାବକ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ଅଧିକ ଥିବା କାରଣରୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା ଏବଂ ଜାଣିବା ଆସୁଥିବା ବାତ୍ୟା ପାଇଁ କେଉଁ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରୀ ହୋଇଛି।

ଦର୍ଶକ ବନ୍ଧୁ ଓଡ଼ିଶାକୁ ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଜାୱଦ୍। ଆସନ୍ତା ୧୫ ତାରିଖରେ ପୁରୀରେ ଲ୍ୟାଣ୍ଡଫଲ୍ କରିବାକୁ ଯାଉଛି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଟପିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଅଧିକ ରହିବ ଯେଉଁଭଳି ଭାବରେ ବାତ୍ୟା ଫନୀ ଆଉ ୟସ୍ ତାଣ୍ଡବ ରଚିଥିଲା ଠିକ୍ ସେହିଭଳି ଭାବରେ ତାଣ୍ଡବ ରଚିବ ବାତ୍ୟା ଜାୱଦ୍।

ସୂଚନା ମୁତାବକ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ଘରେ ରହିବା ପାଇଁ ଆଉ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ସାମୁଦ୍ରିକ ଉପକୂଳବର୍ତ୍ତୀ ଜିଲ୍ଲାକୁ ଖାଲି କରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରୀ କରାଯାଇଛି ଏବଂ ମତ୍ସଜୀବୀ ମାନଙ୍କୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।