ଏହା ହେଉଛି ଆଜିକୁ ଠିକ୍ ୬ ବର୍ଷ ତଳର ଘଟଣା, ଗୋଟିଏ ଦିନ ପରେ ହିଁ ରଥଯାତ୍ରା ଥାଏ। ରବି ଏବଂ ତାର ଦୁଇ ସାଙ୍ଗ କେବେବି ହେଲେ ପୁରୀ ଆସିନଥିଲେ ସେଦିନ ସେମାନଙ୍କର ବୋହୁତ ଇଚ୍ଛା ହେଇଥିଲା କି ପୁରୀ ଯାଇ ରଥଯାତ୍ରା ଦେଖିବା ପାଇଁ। ନିଜ ଭିତରେ କଥାବାର୍ତ୍ତା ପରେ ରବି ଆଉ ତାର ଦୁଇ ସାଙ୍ଗ ସକାଳୁ ସକାଳୁ ପୁରୀକୁ ଯିବା ପାଇଁ ନିଷ୍ପତି ନେଇଥିଲେ। ସକାଳ ହେବା ମାତ୍ରେ ହିଁ ରବି ଏବଂ ତା ଦୁଇ ସାଙ୍ଗ ଗୋଟିଏ ବାଇକ୍ ରେ ହିଁ ପୁରୀ ଅଭିମୁଖେ ବାହାରି ପଡ଼ିଥିଲେ।
ରବିର ଗାଁ ଠାରୁ ପୁରୀ ବୋହୁତ ଦୂର ଥାଏ ଏଣୁ ସେମାନେ ସେଦିନ ଗାଡ଼ିରେ ଫୁଲ୍ ଟାଙ୍କି ତେଲ ପକାଇ ଥିଲେ। ସେଦିନ ରାସ୍ତା ସାରା ବୋହୁତ ବର୍ଷା ମାଡ଼ ଖାଇ ଖାଇ ସେମାନେ ପାଖାପାଖି ୧:୦୦ ରେ ପୁରୀରେ ପହଞ୍ଚି ଯାଇଥିଲେ। ସେଦିନ ପୁରୀରେ ପ୍ରବଳ ପହରି ଥାଏ। ଏତେ ଟ୍ରାଫିକ୍ ଜାମ୍ ରବି ଜୀବନରେ ପ୍ରଥମ ଥର ପାଇଁ ଅନୁଭବ କରୁଥିଲା। ବୋହୁତ କଷ୍ଟ ପରେ ରବିକୁ ତା ଗାଡ଼ି ପାର୍କିଂ ପାଇଁ ଜାଗା ମିଳିଥିଲା। ସେଦିନ ରବି ଆଉ ତା ସାଙ୍ଗମାନେ ପ୍ରଥମେ ବେଳାଭୂମି ଯାଇ ଖୁବ୍ ମଜାମସ୍ତି କରୁଥିଲେ।
ସେଠାରୁ ସେମାନେ ମନ୍ଦିର ନିକଟକୁ ଆସି ରଥ ଟାଣିବା ପାଇଁ ଅପେକ୍ଷା କଲେ। ସେଦିନ ରବି ଏବଂ ତା ସାଙ୍ଗମାନେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇ ବୋହୁତ ଖୁସୀ ଥିଲେ। ରଥଟଣା ଆରମ୍ଭ ହୋଇଗଲା, ସେଦିନ ପୁରୀ ବଡ଼ଦାଣ୍ଡ ସଂପୂର୍ଣ୍ଣ ଭାବରେ ଜନ ସମୁଦ୍ର ପାଲଟି ଯାଇଥିଲା। ସେଦିନ ରଥ ଟଣା ସରୁ ସରୁ ସନ୍ଧ୍ୟା ହେବାକୁ ବସିଥିଲା ରବି ଏବଂ ତା ସାଙ୍ଗମାନେ ରାତିରେ ରହିବା ପାଇଁ ହୋଟେଲ୍ ଖୋଜିବା ପାଇଁ ବାହାରି ପଡ଼ିଲେ କିନ୍ତୁ ରଥଯାତ୍ରା ହେତୁ ପ୍ରତ୍ୟେକ ହୋଟେଲରେ ବୁକିଂ ହୋଇ ସାରିଥିଲା। ଯେଉଁ ହୋଟେଲ ଗୁଡ଼ିକ ଥିଲା ସେମାନେ ପ୍ରବଳ ପଇସା କହିବା ହେତୁ ରବି ଏବଂ ତାର ସାଙ୍ଗମାନେ କେଉଁଠି ରାତି ବିତାଇବେ ଜାଣି ପାରିନଥିଲେ। ଶେଷରେ ସେମାନେ ସେହି ରାତି ରାତିରେ ହିଁ ନିଜ ଘରକୁ ଫେରିବା ପାଇଁ ନିଷ୍ପତି ନେଇଥିଲେ। ଆଉ ଡେରି ନ କରି ଠାକୁରଙ୍କୁ ମୁଣ୍ଡିଆ ମାରି ସେମାନେ ତୁରନ୍ତ ହିଁ ନିଜ ଘରକୁ ଫେରିବା ପାଇଁ ବାହାରି ପଡିଲେ।
ରବି ସକାଳୁ ଆସିବା ସମୟରେ ବେଶୀ ଡ୍ରାଇଭ୍ କରି ଦେଇଥିଲା ତେଣୁ ତାର ହାତ ବୋହୁତ ଥକି ଯାଇଥିଲା ତେଣୁ ସେ ଡ୍ରାଇଭ୍ କରି ପାରିବ ନାହିଁ ବୋଲି କହିଥିଲା। ସେଦିନ ଫେରିଲା ବେଳେ ଡ୍ରାଇଭ୍ କରୁଥିଲା ରବିର ସାଙ୍ଗ। ଗାଡ଼ି ପ୍ରାୟ ୬୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଆଗକୁ ବଢ଼ୁଥାଏ। ବୋହୁତ ସମୟ ଏମିତି ଆଗକୁ ବଢ଼ିବା ପରେ ରବିକୁ ରାସ୍ତା ଗୁଡ଼ିକ କଣ ପାଇଁ କେଜାଣି ନୂଆ ନୂଆ ଲାଗିଲା। ସକାଳେ ସେମାନେ ଯେଉଁ ରାସ୍ତା ଦେଇ ଆସିଥିଲେ ସକାଳେ ସେମାନେ ଯେଉଁ ରାସ୍ତା ଦେଇ ଆସିଥିଲେ ବର୍ତ୍ତମାନ ଯାଉଥିବା ରାସ୍ତାଟି ସେଇଆ ନଥିଲା।
ସେମାନେ ଆଗରେ ଥିବା ଗୋଟିଏ ଚାହା ଦୋକାନ ପାଖରେ ରହି ସେମାନେ ଥିବା ଜାଗା ବିଷୟରେ ପଚାରିଥିଲେ, ଜଣା ପଡିଥିଲା କି ସେମାନେ ଭୁଲ୍ ରାସ୍ତାରେ ବୋହୁତ ବାଟ ଆଗକୁ ବଢ଼ି ଆସିଛନ୍ତି। ପୁରୀକୁ ବାହାରିବା ବେଳେ ରାସ୍ତା ଗୋଟିଏ ଜାଗାରେ ଜାମ୍ ହୋଇଥିବାରୁ ସେମାନେ ଗୋଟିଏ ଅଲଗା ରାସ୍ତା ଦେଇ ଆସିବାକୁ ଚେଷ୍ଟା କରିଥିଲେ ବୋଧହୁଏ ସେଥିପାଇଁ ସେମାନେ ଭୁଲ୍ ରାସ୍ତାରେ ଆଗକୁ ବଢ଼ି ଆସିଛନ୍ତି ବୋଲି ସେମାନେ ଅନୁଭବ କରିଥିଲେ। ରାତି ହୋଇଯିବାରୁ ସେମାନେ ଭୁଲ୍ ରାସ୍ତା କେଉଁଟା ଏବଂ ଠିକ୍ ରାସ୍ତା କେଉଁଟା ଜାଣି ପାରିନଥିଲେ। ଏବେ କଣ କରିବେ ବୋଲି ରବି ଏବଂ ତା ସାଙ୍ଗମାନେ ସେହି ଚାହା ଦୋକାନୀକୁ ପଚାରିବାରୁ ସେ କହିଥିଲା କି ସେମାନେ ପଛକୁ ଫେରି ଯିବା ଅପେକ୍ଷା ଯଦି ଆଗକୁ କିଛି ବାଟ ଯାଇ ଆଉ ଗୋଟିଏ ରାସ୍ତା ଧରୁଛନ୍ତି ତେବେ ସେମାନଙ୍କୁ ସୁବିଧା ହେବ।
ଦୋକାନୀ ଠାରୁ ସଂପୂର୍ଣ୍ଣ ରାସ୍ତା ବିଷୟରେ ସଂପୂର୍ଣ୍ଣ ଭାବେ ପଚାରିବା ପରେ ସେମାନେ ଆଗକୁ ବଢ଼ି ଯାଇଥିଲେ। ଆଗରେ ରାସ୍ତା ଫାଙ୍କା ଥିବାରୁ ସେମାନେ ଜୋର୍ ରେ ଆଗକୁ ଆଗକୁ ବଢ଼ୁ ଥିଲେ। ହଠାତ୍ ସେମାନଙ୍କ ଗାଡ଼ିଟି ବନ୍ଦ୍ ହୋଇଯାଇଥିଲା। ରବି ଏବଂ ତା ସାଙ୍ଗମାନେ ଲକ୍ଷ କଲେ କି ଗାଡ଼ିରେ ସେତେବେଳକୁ ଜମାରୁ ବି ପେଟ୍ରୋଲ ନଥିଲା। କେତେ ବଡ଼ ଭୁଲ୍ କରିଦେଲେ ବୋଲି ସେମାନେ ଭାବୁଥିଲେ ସେତେବେଳେ କାରଣ ସେହି ନିଛାଟିଆ ରାସ୍ତାରେ ନା କୌଣସି ପେଟ୍ରୋଲ ପମ୍ପ ଥିଲା ନା କୌଣସି ଲୋକ ଯାହାକୁ ଏମାନେ ସାହାଯ୍ୟ ମାଗି ପାରିବେ। ସେତେବେଳକୁ ଜୋର୍ ଜୋର୍ ରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସେଦିନ ଏକ ନିଛାଟିଆ ଏବଂ ଅଜଣା ରାସ୍ତାରେ ଫସି ଯାଇଥିଲେ ରବି ଏବଂ ତା ସାଙ୍ଗମାନେ। ରବି ମନେ ମନେ ନିଜକୁ ଗାଳି ଦେଇଥିଲା କି ମତେ ଆସିବାର ହିଁ ନଥିଲା। ହେ ଜଗନ୍ନାଥ ତୁମେ କଣ ପାଇଁ ଆମ ସହ ଏମିତି କରୁଛ ଏହା ଭାବି ଭାବି ରବି ଏବଂ ତା ସାଙ୍ଗମାନେ ଗାଡ଼ିକୁ ଗଡ଼େଇ ଗଡ଼େଇ ଆଗକୁ ବଢୁଥାନ୍ତି କାହାର ସାହାଯ୍ୟ ପାଇବା ଆଶାରେ।
ହଠାତ୍ ସେମାନେ ଦୂରରୁ ଏକ ମିଞ୍ଜି ମିଞ୍ଜି ଆଲୋକ ଆସୁଥିବାର ଦେଖିଲେ ଲାଗୁଥିଲା ସତେ ଯେମିତି ତାଙ୍କ ପାଖକୁ କିଏ ଚାଲି ଚାଲି ଆସୁଥିଲେ। ପାଖକୁ ଗଲା ପରେ ସେମାନେ ଦେଖିଲେ କି ଜଣେ ବୃଦ୍ଧଲୋକ ବର୍ଷରେ ଭିଜି ଭିଜି ସେମାନଙ୍କ ପାଖକୁ ଆସୁଛନ୍ତି। ହାତରେ ଟର୍ଚ୍ଚ ଏବଂ ପୁରୁଣା ବ୍ୟାଗ୍ ଟିଏ ଧରିଥିଲେ ସେହି ବୃଦ୍ଧ ଲୋକ ଜଣକ। ବୃଦ୍ଧ ଜଣକ କଣ ଅସୁବିଧା ହୋଇଛି ବୋଲି ରବିକୁ ପଚାରିଥିଲେ। ରବି ତାଙ୍କୁ ନିଜ ଗାଡିରେ ପେଟ୍ରୋଲ ସରି ଯାଇଛି ବୋଲି କହିଥିଲା ଏବଂ ପାଖରେ କେଉଁଠି ପେଟ୍ରୋଲ ମିଳିବ ବୋଲି ସେ କଥା ମଧ୍ୟ ପଚାରିଥିଲେ। କିଛି ସମୟ ଚୁପ୍ ରହି ସେହି ବୃଦ୍ଧ ଜଣକ ରବିକୁ କହିଥିଲେ କି ପାଖରେ କୌଣସି ବି ପେଟ୍ରୋଲ ପମ୍ପ ନାହିଁ କିନ୍ତୁ ମୁଁ ତୁମମାନଙ୍କୁ ସାହାଯ୍ୟ କରି ପାରିବି। ଏତିକି କହି ସେ ନିଜ ବ୍ୟାଗ୍ ରୁ ଗୋଟିଏ ବୋତଲ ବାହାର କରିଥିଲେ ଏବଂ ସେଥିରେ ପେଟ୍ରୋଲ ଥିଲା। ରବି ଏବଂ ତା ସାଙ୍ଗମାନଙ୍କୁ ଏହା ସ୍ବପ୍ନ ପରି ଲାଗୁଥିଲା। ଏପରି ଶୁନଶାନ୍ ଜାଗାରେ ଜଣେ ବୃଦ୍ଧ ତାଙ୍କର ସାହାଯ୍ୟ କରିବା ପାଇଁ ମିଳିବାଟା ସେମାନଙ୍କୁ କୌଣସି ଅଦ୍ଭୁତ କଥା ଠାରୁ କମ୍ ଲାଗୁ ନଥିଲା।
ରବି କିଛି ପଚାରିବା ପୂର୍ବରୁ ହିଁ ସେ ବୃଦ୍ଧ କହିଲେ କି ସେହି ଆଗରେ ଗୋଟିଏ କୁଡିଆ ଅଛି ଏବଂ ମୁଁ ସେଠି ରୁହେ। ତୁମମାନଙ୍କ ଭାଗ୍ୟ ଆଜି ଭଲ ଥିଲାକି ମୋ ପାଖରେ ଥିବା ଏବଂ ମୁଁ ଏହି ରାସ୍ତା ଦେଇ ଯାଉଥିଲି। ମୋର ଭାଗ୍ୟ ଯେ ମତେ ତମ ମାନଙ୍କର ସାହାଯ୍ୟ କରିବାକୁ ସୁଯୋଗ ମିଳିଲା। ଏତିକି କହି ସେ ରବି ଆଡ଼କୁ ସେହି ପେଟ୍ରୋଲ ଥିବା ବୋତଲକୁ ବଢ଼ାଇ ଦେଇଥିଲେ ଏବଂ ବିନା ସଂକୋଚରେ ନେବା ପାଇଁ କହିଥିଲେ। ସେତେବେଳକୁ ବର୍ଷା ଜୋର୍ ରେ ହେବା ଆରମ୍ଭ ହୋଇ ଯାଇଥିଲା। ରବି ଏବଂ ତା ସାଙ୍ଗମାନେ ପେଟ୍ରୋଲ ପକାଇ ସାରିବା ପରେ ସେ ବୃଦ୍ଧକୁ ଧନ୍ୟବାଦ୍ ଜଣାଇବା ପାଇଁ ପଛକୁ ବୁଲି ଦେଖିଲା ବେଳକୁ ସେ ବୃଦ୍ଧ ସେଠାରେ ନଥିଲେ। ସମସ୍ତେ ବୋହୁତ ଖୋଜିଥିଲେ ସେହି ବୃଦ୍ଧଙ୍କୁ କିନ୍ତୁ ଦୂର ଦୂର ପର୍ଯ୍ୟନ୍ତ ସେ ବୃଦ୍ଧ କେଉଁଠି ହେଲେ ଦେଖା ଯାଇନଥିଲେ। ଜଣେ ବୃଦ୍ଧ ବ୍ୟକ୍ତି ଗୋଟିଏ ଜାଗାରୁ ଏତେ ଜଲ୍ଦୀ ଚାଲି ଯିବାଟା ସମ୍ଭବକର ଲାଗୁ ନଥିଲା। ବୋହୁତ ସମୟ ଏମିତି ଅପେକ୍ଷା ଏବଂ ଖୋଜା ଖୋଜି ପରେ ମଧ୍ୟ ସେମାନେ ସେହି ବୃଦ୍ଧଙ୍କୁ ଆଉ ପାଇଲେ ନାହିଁ ବାଧ୍ୟ ହୋଇ ରବି ଏବଂ ତା ସାଙ୍ଗମାନେ ସେଠାରୁ ଯିବା ପାଇଁ ନିଷ୍ପତି ନେଲେ। ରବି ଏବଂ ତା ସାଙ୍ଗମାନେ ସେହି ରାସ୍ତାରେ କୌଣସି ହେଲେ କୁଡିଆ ଦେଖିବା ପାଇଁ ମିଳିଲା ନାହିଁ ଯାହା କଥା ସେହି ବୃଦ୍ଧ ବ୍ୟକ୍ତି କହିଥିଲେ।
ସେଦିନ ରାତି ପ୍ରାୟ ୨:୦୦ ଟାରେ ରବି ଏବଂ ତା ସାଙ୍ଗମାନେ ଘରେ ପହଞ୍ଚି ଯାଇଥିଲେ। ସେଦିନ ସେମାନଙ୍କ ସହ ଯାହା ହେଲା ତାହା ସେମାନଙ୍କୁ ସ୍ବପ୍ନ ପାରି ଲାଗୁଥିଲା। ସେମାନେ ନିଶ୍ଚିତ ହୋଇଗଲେ କି ସେ କୌଣସି ବ୍ୟକ୍ତି ନଥଲେ ବରଂ ସେ ନିଶ୍ଚିତ ସେହି ବଡ଼ ଠାକୁର ଯାହାଙ୍କ ଦର୍ଶନ ପାଇଁ ସେମାନେ ଏତେ ବାଟ ଯାତ୍ରା କରୁଥିଲେ। ନିଜ ଭକ୍ତମାନଙ୍କ ଦୁଃଖ ଦେଖି ସେ ନିଶ୍ଚିତ ସେହି ବୃଦ୍ଧ ବ୍ୟକ୍ତିଙ୍କ ରୂପରେ ଆସିଥିଲେ।