ବିଗତ ଦିନ ରେ ଅପରାଧ ର ଏକ ମାମଲା ନଜର କୁ ଆସିଛି ବିହାର ର ମଥୁରାପୁର ଗ୍ରାମ ରେ I ଏହି ମାମଲା ରେ ଅମୃତ ଶର୍ମା ନାମକ ଜଣେ ଯୁବକ ଙ୍କ ର ପୁଷ୍ୟା ଦେବୀ ଜଣେ ଯୁବତୀ ଙ୍କ ର ସହ ବିବାହ ହେଇଥିଲା I ଦୁହେଁ ପରସ୍ପର ସହ ପ୍ରେମ ବିବାହ କରିଥିଲେ I ଦୁହେଁ ଦୀର୍ଘ ଦିନ ହେବ ପରସ୍ପର କୁ ପ୍ରେମ କରୁଥିଲେ I ଅନେକ ସମୟ ରେ ପରସ୍ପର କୁ ସାକ୍ଷ୍ୟାତ ମଧ୍ୟ କରିଥିଲେ I କିନ୍ତୁ ପରିବାର ଲୋକେ ଏହି ପ୍ରେମ ର ବିରୋଧ କରିଥିଲେ I
ପରିବାର ଲୋକେ ମଧ୍ୟ ଏହି ବିବାହ ରେ ଖୁସି ନ ଥିଲେ I ତେଣୁ ଦୁହେଁ ଘରୁ ଚାଲିଯାଇ ମନ୍ଦିର ରେ ବିବାହ କରିଥିଲେ I ସୂଚନା ଅନୁସାରେ ଦୁହେଁ ପତିପତ୍ନୀ ବିବାହ ପରେ ଏକ ଭଡା ଘରେ ରହିଥିଲେ I ସେଠାରେ ଦୁହେଁ ସୁଖ ରେ ଜୀବନ ଅତିବାହିତ କରୁଥିଲେ I ଦୁହିଁଙ୍କ ର ବିବାହ ର ମାତ୍ର 4 ଦିନ ହିଁ ବିତିଥିଲା I ଏବଂ ଅମୃତ ସକାଳୁ ବିଛଣା ରେ ମୃତ ଅବସ୍ଥା ରେ ଥିଲେ I
ଭଉଣୀ ଭାଇ ଙ୍କ ର କ୍ଷୀର ରେ ମିଶାଇଥିଲେ ନିଶା ଔଷଧ
ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତି ଙ୍କ ର ପରିବାର ଲୋକେ ପୁଅ ର ମୃତ୍ୟୁ ର ଦୋଷ ବୋହୁ ଙ୍କୁ ଦେଇଥିଲେ I ତେବେ ପରିବାର ଲୋକଙ୍କ କହିବା ଅନୁସାରେ ପୁଅ କୁ ବାରମ୍ବାର ତାଙ୍କ ବୋହୁ ଫୋନ କରି ଡାକୁଥିଲେ ଏବଂ ଏହା ପରେ ହିଁ ଏହି ଅଘଟଣ ଘଟିଥିଲା I ତେବେ ପତ୍ନୀ ଙ୍କ ର ବିରୋଧ ରେ କୌଣସି ସଠିକ ପ୍ରମାଣ ମଧ୍ୟ ନାହିଁ I
ମୃତକ ଙ୍କ ର ପତ୍ନୀ ପୋଲିସ କୁ ଦେଇଥିବା ସୂଚନା ଅନୁସାରେ , ରାତି ରେ ଦୁହେଁ ବିନା କୌଣସି ଖାଦ୍ୟ ଗ୍ରହଣ କରି ଶୋଇବାକୁ ଯାଇଥିଲେ I ଏବଂ ସକାଳୁ ସେ ପତି ଙ୍କୁ ବିଛଣା ରେ ମୃତ ଅବସ୍ଥା ରେ ପାଇଥିଲେ I ଏହି ବିଷୟ ରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି I